Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଶିଷ୍ଟ ସାମ୍ବାଦିକ ସୋମେନ୍ଦ୍ର ଜେନାଙ୍କ ମାଆ ଉତମା ସୁନ୍ଦରୀ ଜେନାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଶିଷ୍ଟ ସାମ୍ବାଦିକ ସୋମେନ୍ଦ୍ର ଜେନାଙ୍କ ମାଆ ଉତମା ସୁନ୍ଦରୀ ଜେନାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର : ସାମ୍ବାଦିକ, ସ୍ତମ୍ଭକାର, ଭାରତୀୟ ସାହିତ୍ୟ କେନ୍ଦ୍ର ପ୍ରକାଶକ ସଂସ୍ଥାର ସମ୍ପାଦକ ଶ୍ରୀ ସୋମେନ୍ଦ୍ର ଜେନାଙ୍କ ମାତା ଉତମା ସୁନ୍ଦରୀ ଜେନାଙ୍କ ବିୟୋଗରେ ରାଜ୍ୟ ବିଜେପି ତରଫରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି । ୮୬ ବର୍ଷୀୟା ସ୍ୱର୍ଗତାଃ ଜେନା ଗତକାଲି ବରମୁଣ୍ଡା ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସ୍ୱର୍ଗତାଃ ଜେନା ଧର୍ମପରାୟଣ, ସମାଜସେବା ଓ ରାଷ୍ଟ୍ରବାଦୀ ଚିନ୍ତାଧାରାରେ କାର୍ଯ୍ୟ କରିବା ସହ ପୁତ୍ର ସୋମେନ୍ଦ୍ରଙ୍କୁ ରାଷ୍ଟ୍ରବାଦରେ ଯିବା ପାଇଁ ପ୍ରୋତ୍ସାହିତ କରିଥିଲେ । ସ୍ୱର୍ଗତାଃ ଜେନାଙ୍କ ବିୟୋଗରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଦୁଃଖ ପ୍ରକାଶ କରିଛନ୍ତି । ସ୍ୱର୍ଗତାଃ ଜେନାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ଓ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପ୍ରାର୍ଥନା କରିଛନ୍ତି ।

Leave a Reply