Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ପଥରେ ଯାତ୍ରୀ ସୁବିଧା କେନ୍ଦ୍ରର ଭୂମି ପୂଜନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ପଥରେ ଯାତ୍ରୀ ସୁବିଧା କେନ୍ଦ୍ରର ଭୂମି ପୂଜନ

ଅଯୋଧ୍ୟା : ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଶନିବାର ଦିନ ଜନ୍ମଭୂମି ପଥ ପାଖରେ ଯାତ୍ରୀ ସୁବିଧା କେନ୍ଦ୍ରର ଭୂମି ପୂଜନ କରିଛନ୍ତି । ଏହି ସମୟରେ ନିର୍ମାହି ଅଖାଡ଼େର ଶ୍ରୀମହନ୍ତ ଏବଂ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଟ୍ରଷ୍ଟୀ ମହନ୍ତ ଦିନେନ୍ଦ୍ର ଦାସ ମହାରାଜ ମଧ୍ୟ ଉପସ୍ଥିତ ଥିଲେ । ଚମ୍ପତ ରାୟଙ୍କ ମୁତାବିକ ତିନିହଜାର ବର୍ଗ ମିଟର କ୍ଷେତ୍ରଫଳରେ ହେବାକୁ ଥିବା ଏହି ଯାତ୍ରୀ ସୁବିଧା କେନ୍ଦ୍ର ଦୁଇମହଲା ବିଶିଷ୍ଟ ହେବ । ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କ ସୁବିଧାକୁ ଦେଖି ନିତ୍ୟ ନୂଆ ପ୍ରକଳ୍ପକୁ ବିକଶିତ କରୁଛି । ଏହି କ୍ରମରେ ଜନ୍ମଭୂମି ପଥରୁ ଲାଗିଥିବା ଭୂମିକୁ ପ୍ରାପ୍ତ କରିବା ପରେ ଆଜି ଭୂମିପୂଜନ କରି ଭକ୍ତଙ୍କ ପାଇଁ ନୂତନ ବ୍ୟବସ୍ଥାକୁ ସଂଚାଳିତ କରିବାକୁ ଯୋଜନାକୁ ମୂର୍ତରୂପ ଦେବା ଆରମ୍ଭ କରିଦିଆ ଯାଇଛି । ଭୂମି ପୂଜନ ସମୟରେ ରାଜ୍ୟର ପୂର୍ବ ଗୃହ ସଚିବ ଅବନୀଶ ଅବସ୍ଥୀ, ସଂଘର ସହ କ୍ଷେତ୍ର ସମ୍ପର୍କ ପ୍ରମୁଖ ମନୋଜ, ପୂଜାରୀ ରମେଶ ଦାସ, ଗୋପାଳ, ବିହିପ ନେତା ଶରଦ ଶର୍ମା ସମେତ ଅନେକ ଲୋକ ଉପସ୍ଥିତ ଥିଲେ ।

Leave a Reply