Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସିସୋଦିଆଙ୍କୁ ଝଟ୍‌କା, ମିଳିଲାନି ବେଲ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସିସୋଦିଆଙ୍କୁ ଝଟ୍‌କା, ମିଳିଲାନି ବେଲ୍

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କୁ ମିଳିଲା ଝଟ୍‌କା । ଖାରଜ ହେଲା ତାଙ୍କ ବେଲ୍ । ସୁପ୍ରିମକୋର୍ଟ ଆଜି ତାଙ୍କ ବେଲ୍ ଆବେଦନ ଖାରଜ କରି ଦେଇଛନ୍ତି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗତ ୨୪୧ ଦିନ ହେବ ଜେଲରେ ବନ୍ଦ ଅଛନ୍ତି । ସୁପ୍ରିମକୋର୍ଟ ଗତ ମଙ୍ଗଳବାର ତଥା ଅକ୍ଟୋବର ୧୭ ତାରିଖରେ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଆଜି ଜଷ୍ଟିସ ସଞ୍ଜିବ ଖନ୍ନା ଓ ଏସ୍ ବିଏଲ୍ ଭଟ୍ଟିଙ୍କ ଦୁଇ ଜଣିଆ ଖଣ୍ଡପୀଠ ନିଜ ରାୟ ଶୁଣାଇଛନ୍ତି । ସିବିଆଇ ଓ ଇଡି ଉଭୟଙ୍କ ମାମଲାରେ ସିସୋଦିଆଙ୍କ ଜାମିନ ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଛନ୍ତି । ଏଥିସହ ୬ରୁ ୮ ମାସ ଭିତରେ ଟ୍ରାଏଲ୍ ପୂରା କରିବା ପାଇଁ ତନ୍ତକାରୀ ସଂସ୍ଥାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯଦି ଏଥିରେ ବିଳମ୍ବ ହୁଏ ତେବେ ସିସୋଦିଆ ପୁଣି ଥରେ ଜାମିନ ଆବେଦନ କରିପାରନ୍ତି ବୋଲି କୋର୍ଟ କହିଛନ୍ତି । ଏହା ପୂର୍ବରୁ ମଧ୍ୟ ସ୍ୱତନ୍ତ୍ର ଅଦାଲତ ଓ ହାଇକୋର୍ଟ ସିସୋଦିଆଙ୍କୁ ଜାମିନ ଦେବା ପାଇଁ ମନା କରିଦେଇଥିଲେ । ଏହାପରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆପ୍ ନେତା ମନୀଷ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଫେବ୍ରୁଆରୀ ୨୬ ତାରିଖରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା । ଏହାପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତିହାଡ ଜେଲ ଭିତରେ ତାଙ୍କୁ ପଚରାଉଚରା କରିଥିଲା । ପରେ ମାର୍ଚ୍ଚ ୯ ତାରିଖ ସିବିଆଇର ଏଫ୍‌ଆଇଆର୍ ସହ ଜଡିତ ମନିଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରିଥିଲା ଇଡି । ଏହାପରେ ଫେବ୍ରୁଆରୀ ୨୮ ତାରିଖରେ ସିସୋଦିଆ ଦିଲ୍ଲୀ କ୍ୟାବିନେଟ୍‌ରୁ ଇସ୍ତଫା ଦେଇଥିଲେ ।

Leave a Reply