Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସ୍କୁଲ ପିଲାଙ୍କ ପାଇଁ ହେବ ‘ଗୋଟିଏ ଦେଶ-ଗୋଟିଏ ଆଇଡି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସ୍କୁଲ ପିଲାଙ୍କ ପାଇଁ ହେବ ‘ଗୋଟିଏ ଦେଶ-ଗୋଟିଏ ଆଇଡି

’ ନୂଆଦିଲ୍ଲୀ: ଯେପରି ସାରା ଦେଶର ୟୁନିକ୍ ଆଇଡି ( ଆଧାର ନମ୍ବର) ରହିଛି, ଠିକ ସେହିପରି ସ୍କୁଲ ପିଲାଙ୍କ ପାଇଁ ଏକ ୟୁନିକ୍ ଆଇଡି ବା ସ୍ୱତନ୍ତ୍ର ପରିଚୟ ସଂଖ୍ୟା ଆରମ୍ଭ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଯୋଜନା କରୁଛି । ଏହାକୁ ଅଟୋମେଟେଡ୍ ପର୍ମାନେଣ୍ଟ ଏକାଡେମିକ୍ ଆକାଉଣ୍ଟ ରେଜିଷ୍ଟ୍ରି- ଅପାର୍ (ଏପିଏଆର) କୁହାଯିବ ଏବଂ ପ୍ରାକ୍‌-ପ୍ରାଥମିକରୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଏହା ଏକ ଭାରତୀୟ ପରିଚୟପତ୍ର ହେବ । ଏହା ଆଧାର ଆଇଡି ସହ ଲିଙ୍କ ହେବ ଏବଂ ଏଥିରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଯାତ୍ରା କିମ୍ବା ସଫଳତାର ସମ୍ପୂର୍ଣ୍ଣ ହିସାବ ରହିବ ବୋଲି କୁହାଯାଉଛି । ଟାଇମ୍ସ ଅଫ୍ ଇଣ୍ଡିଆର ଏକ ସ୍ୱତନ୍ତ୍ର ରିପୋର୍ଟ ଅନୁଯାୟୀ, ଏଥିପାଇଁ ପ୍ରତ୍ୟେକ ପିଲାଙ୍କ ପିତାମାତା କିମ୍ବା ଅଭିଭାବକଙ୍କ ଅନୁମୋଦନ ନିଶ୍ଚିତ ଭାବେ ନିଆଯିବ । ସୂଚନା ଅନୁଯାୟୀ, ୱାନ୍ ନେସନ-ୱାନ୍ ଷ୍ଟୁଡେଣ୍ଟ ଆଇଡି ଯୋଜନାରେ ଛାତ୍ରଛାତ୍ରୀଙ୍କ ୟୁନିକ୍ ଆଇଡି ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଆଧାର କାର୍ଡ ଜରିଆରେ ପିଲାଙ୍କ ନାମ ଠିକଣା, ଜନ୍ମ ତାରିଖ ଓ ଫଟୋ ସମେତ ଅନେକ ତଥ୍ୟ ସଂଗ୍ରହ କରୁଛି ଏବଂ ସ୍କୁଲ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କଠାରୁ ଏହି ସୂଚନା ମାଗିବା ଆରମ୍ଭ କରିଛି । ‘ଅପାର’ ଆଇଡିରେ କୌଣସି ଛାତ୍ରଙ୍କ ସମସ୍ତ ଶୈକ୍ଷିକ ରେକର୍ଡ, କ୍ରୀଡ଼ା କାର୍ଯ୍ୟକଳାପ, ପାଠ୍ୟକ୍ରମ ବ୍ୟତୀତ କାର୍ଯ୍ୟକଳାପ କିମ୍ବା ଅନ୍ୟାନ୍ୟ ଶିକ୍ଷାଗତ କାର୍ଯ୍ୟକଳାପର ସମସ୍ତ ତଥ୍ୟ ଏକାଠି ହୋଇ ସହଜରେ ଉପଲବ୍ଧ ହେବ । ଅପାର୍ ଆଇଡି ଦ୍ୱାରା ଛାତ୍ରଛାତ୍ରୀମାନେ ବୃତ୍ତି, ଶିକ୍ଷା ଋଣ, ପୁରସ୍କାର, ସରକାରୀ ଯୋଜନାର ଲାଭ ପାଇବା ସହଜ ହେବ । ଆହୁରି ମଧ୍ୟ କୌଣସି ଅଭିଭାବକ ଙ୍କୁ ସ୍କୁଲ ବଦଳାଇବା ସମୟରେ ନିଜ ପିଲାର ଆଇଡି ବଦଳାଇବାକୁ ପଡିବ ନାହିଁ କାରଣ ଏହା ଆଧାର ନମ୍ବର ସହ ଲିଙ୍କ ହୋଇଥିବା ଏକ ୟୁନିକ୍ ଛାତ୍ର ଆଇଡି ହେବ । ସମଗ୍ର ଦେଶର ଯେ କୌଣସି ରାଜ୍ୟକୁ ଯାଇ ସ୍କୁଲରେ ନାମ ଲେଖାଇବା ସମୟରେ ଏହି ଷ୍ଟୁଡେଣ୍ଟ ଆଇଡି ସମାନ ରହିବ ।

Leave a Reply