ନ୍ୟୁଜର୍ସିରେ ଦ୍ୱିତୀୟ ସର୍ବବୃହତ ହିନ୍ଦୁ ମନ୍ଦିର ଉଦ୍ଘାଟିତ

ନୂଆଦିଲ୍ଲୀ: ଆମେରିକାର ନ୍ୟୁଜର୍ସିରେ ଉଦ୍ଘାଟିତ ହୋଇଛି ବିଶ୍ୱର ଦ୍ୱିତୀୟ ସର୍ବବୃହତ ହିନ୍ଦୁ ମନ୍ଦିରୟ ଅକ୍ଟୋବର ୮ରେ ଔପଚାରିକ ଭାବେ ସ୍‌ୱାମୀନାରାୟଣ ଅକ୍ଷରଧାମ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛିୟ ନ୍ୟୁୟର୍କ ସ୍ଥିତ ଟାଇମ୍ସ ସ୍କୋୟାର ଠାରୁ ୬୦ ମାଇଲ୍ ଦକ୍ଷିଣରେ ଏବଂ ୱାଶିଂଟନ ଡିସି ଠାରୁ ୧୮୦ ମାଇଲ୍ ଉରରେ ଥିବା ନ୍ୟୁଜର୍ସିର ରବିନ୍ସଭିଲେ ଟାଉନସିପ୍ ଠାରେ ରହିଛି ପବିତ୍ର ସ୍‌ୱାମୀନାରାୟଣ ଅକ୍ଷରଧାମ ମନ୍ଦିର । ୨୦୧୧ ମସିହାରେ ଆରମ୍ଭ ହୋଇଥିଲା ଏହି ମନ୍ଦିରର ର୍ନିମାଣ କାର୍ଯ୍ୟୟ ୨୦୨୩ ପର୍ଯ୍ୟନ୍ତ ର୍ନିମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ ଯୁଏସ୍ର ୧୨,୫୦୦ରୁ ଅଧିକ ଭଲ୍ୟୁଣ୍ଟିୟର । ତେବେ ଔପଚାରିକ ଭାବେ ଉଦ୍ଘାଟନ ପୂର୍ବରୁ ବି ଏହି ମନ୍ଦିରରେ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିଲା ।

Leave a Reply

Your email address will not be published. Required fields are marked *