ବରଗଡ଼ରେ ଶୌର୍ଯ୍ୟ ଜାଗରଣ ଯାତ୍ରାର ଉଦ୍‌ଯାପନ ସମାରୋହ

ବରଗଡ଼ : ବିଶ୍ୱହିନ୍ଦୁପରିଷଦ ଏବଂ ବଜରଙ୍ଗ ଦଳର ପଶ୍ଚିମ ପ୍ରାନ୍ତ ତତ୍ୱାଧାନ ରେ ପାଞ୍ଚ ଗୋଟି ରଥ ବାହାର କରାଯାଇ ଥିଲା । ସବୁଯାକ ରଥ ଓଡିଶା ପଶ୍ଚିମ ପ୍ରାନ୍ତ ର ସ୍‌୍ୱତନ୍ତ୍ରତା ସଂଗ୍ରାମୀଙ୍କ ନାମରେ ନାମିତ କରି ଶୌର୍ଯ୍ୟ ଜାଗରଣ ଯାତ୍ରା ରଖାଯାଇଥିଲା । ପ୍ରଥମ ରଥ ନୂଆଁ ପଢ଼ା ଜିଲ୍ଲା ର ସଲିୟ ଗ୍ରାମ ରୁ ବାହାରିଥିଲା ଯାହାର ନାମ ସହିଦ ମାଧୋ ସିଂ ରଖାଯାଇଥିଲା । ଦ୍ୱିତୀୟ ରଥ ମାଲକାନଗିରି ରୁ ବାହାରିଥିଲା ଯାହାର ନାମ ସହିଦ ଲକ୍ଷ୍ମଣ ନାୟକ ରଖାଯାଇଥିଲା । ତୃତୀୟ ରଥ ବଣେଇ ରୁ ବାହାରିଥିଲା ଯାହାର ନାମ ସହିଦ ମାଦ୍ରିକାଲୋ ନାମରେ ନାମିତ ହୋଇଥିଲା ଚତୁର୍ଥ ରଥ ଦେବଗଡ ରୁ ବାହାରିଥିଲା ଯାହାର ନାମ ସହିଦ ବିର ସୁରେନ୍ଦ୍ ସାୟ ଙ୍କ ନାମରେ ଥିଲା ୟପମ ରଥ ଟୀ ବୌଦ୍ଧ ଜିଲ୍ଲା ରୁ ବାହାରି ଥିଲା ଯାହାର ନାମ ସନ୍ଥ କବି ଶ୍ରୀ ରାମ ଙ୍କ ନାମରେ ରଖାଯାଇଥିଲା । ଏହି ପା ଗୋଟି ରଥ ଓଡିଶା ପଶ୍ଚିମ ର ବିଭିତ୍ତ କ୍ଷେତ୍ର ରୁ ବିଗତ ୩୦/୯/୨୩ ରୁ ବାହାରି ଅନେକ ଗାଁ ଗଣ୍ଡା ବୁଲି ବୁଲି ଆସିବା ସମୟରେ ବାଟ ସାରା ଜନସାଧାରଣ ଏକ ଉତ୍ସବ ପାଳନ କରିବା ସହିତ ସୁୱାଗତ ଜଣାଇଥିଲେ ଏବଂ ଗତକାଲି ତ:୮/୧୦/୨୩ ରେ ବରଗଡ଼ ଗାନ୍ଧୀଛକ ଠାରେ ପହୁଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରା କରିବା ସହିତ ନିଶାମଣି ପଡ଼ିୟା ରେ ପହଞ୍ଚି ଭାରତ ମାତା ଏବଂ ସହିଦ ମାନଙ୍କ ଉଦ୍ଦେଶ୍ୟ ରେ ଦୀପ ପ୍ରଜ୍ୱଳନ କରି କାର୍ଯକ୍ରମ ର ସମାପନ ସମାରୋହ ପାଳିତ କରିବାସହିତ ପ୍ରସାଦ ସେବନ ର କାର୍ଯକ୍ରମ ମଧ୍ୟ ହୋଇଥିଲା । ଏହି କାର୍ଯ କ୍ରମ ରେ ମୁଖ୍ୟ ବକ୍ତା ଭାବେ ବିଶ୍ୱହିନ୍ଦୁ ପରିଷଦର ପୂର୍ବ ପ୍ରାନ୍ତ ରୁ ଆସିଥିବା ଶ୍ରୀ ଶ୍ରୀ ଜୀବନ ବାବା ଜନସାଧାରଣଙ୍କୁ ସନାତନ ଧର୍ମ ର ରକ୍ଷା ପାଇଁ ଉଦବୋଧନ ଦେଇଥିଲେ,ପଶ୍ଚିମ ପନ୍ତ ସମ୍ପାଦକ ଶ୍ରୀମାନ ଭକ୍‌ତଚରଣ ସାହୁ ହିନ୍ଦୁ ମାନଙ୍କ ଉପରେ ହାଇ ଆସୁଥିବା ଅତ୍ୟାଚାର ସମ୍ପର୍କରେ ବାର୍ତ୍ତା ଦେଇଥିଲେ । ପ୍ରାନ୍ତ ସଭାପତି ଶ୍ରୀମାନ ଡାକ୍‌ତର ରାଜକିଶୋର ବଡ଼ପଣ୍ଡା ମଧ୍ୟ ଜନସାଧାରଣଙ୍କୁ ଆଗାମୀ ଦିନରେ ହିନ୍ଦୁ ସମାଜ କୁ ଏକ ହେବାପାଇଁ ଉଦବୋଧନ ଦେଇଥିଲେ, କାର୍ଯକ୍ରମ ର ପରିଚାଳନା ବଜରଙ୍ଗ ଦଳ ପ୍ରାନ୍ତ ସଂଯୋଜକ ଶ୍ରୀମାନ ସୁଧୀର ରଞ୍ଜନ ବୋହିଦାର କରିଥିଲେ ।ଏହି କାର୍ଯକ୍ରମ ରେ ବିଶ୍ୱହିନ୍ଦୁ ପରିଷଦର ଅନେକ ସାଧୁ ସ୍ୟଙ୍କ ସହିତ ବରଗଡ଼ ଜିଲ୍ଲା ବିଶ୍ୱହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ର କାର୍ଯ କର୍ତ୍ତା ପ୍ରାନ୍ତ ସୁରକ୍ଷା ପ୍ରମୁଖ ଅଶ୍‌ିନୀ ମେହେର , ଜିଲ୍ଲା ବିଭାଗ ସଂଯୋଜକ ରାଜେଶ (ଟିକୁ) ବଞ୍ଛୋର୍‌,ସଞ୍ଜୀବ ମେହେର ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ , ସହ ସଂଯୋଜକ ରାଜା ପ୍ରଧାନ ,ବିଶ୍ୱହିନ୍ଦୁ ପରିଷଦ ସମ୍ପାଦକ ପରମାନନ୍ଦ ମିଶ୍ର,ବିଶ୍ ଭାଇ,ଏବଂ ସଂଘର ଅନେକ କର‌୍ୟକର୍ତା ,ଜନସାଧାରଣ ବହୁ ସଂଖ୍ୟାରେ ଉପସ୍ଥିତ ରହି କାର୍ଯକ୍ରମ କୁ ସଫଳ କରିବାରେ ସହଯୋଗ କରିବା ସହିତ ଉପଭୋଗ ମଧ୍ୟ କରିଥିଲେ । ପରିଶେଷ ରେ ପ୍ରାନ୍ତ ସାହ ସଂଯୋଜକ ରାମ ଭାଇ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *