Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚୀନ୍ ବିକଶିତ କରୁଛି ବିପଜ୍ଜନକ ଆଣବିକ ବୁଡ଼ା ଜାହାଜ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚୀନ୍ ବିକଶିତ କରୁଛି ବିପଜ୍ଜନକ ଆଣବିକ ବୁଡ଼ା ଜାହାଜ

ବେଜିଂ : ଚାଇନା ସମ୍ପ୍ରତି ଏସିଆର ଶକ୍ତି କେନ୍ଦ୍ର ପାଲଟି । ଏସିଆରେ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ହେବାର ମୁଖ୍ୟ କାରଣ ହେଉଛି ଚାଇନା । ବର୍ତ୍ତମାନ ଏହି ଅସ୍ତ୍ର ଦୌଡ଼ରେ ଚାଇନା ନୂତନ ପଦକ୍ଷେପ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ାଇ ଦେଇଛି । ବାସ୍ତବରେ ଚାଇନେ ଏକ ବିପଜ୍ଜନକ ଆଣବିକ ବୁଡ଼ାଜାହାଜ ବିକଶିତ କରୁଛି । ଏହି ବୁଡ଼ାଜାହାଜର ବିଶେଷତ୍ୱ ହେଉଛି ଏହା ସମୁଦ୍ରକୁ ଅତି ଶାନ୍ତ ଭାବରେ ପାଟ୍ରୋଲିଂ କରିବାରେ ସକ୍ଷମ ହେବ, ଯେଉଁଥିପାଇଁ ଏହାକୁ ଚିହ୍ନିବା ବହୁତ କଷ୍ଟକର । ଅନୁମାନ କରାଯାଉଛି ଚାଇନା ଏହି ନୂତନ ଆଣବିକ ବୁଡ଼ାଜାହାଜ ନିର୍ମାଣକୁ ଚଳିତ ଦଶନ୍ଧି ଶେଷ ସୁଦ୍ଧା ଶେଷ କରିବ । ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି ଚାଇନା ୦୯୬ କିସମର ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରସ୍ତୁତ କରୁଛି । ଏହି ଆଣବିକ ବୁଡ଼ାଜାହାଜରେ ରୁଷୀୟ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଉଛି, ଯେଉଁଥିପାଇଁ ସମୁଦ୍ରରେ କାର୍ଯ୍ୟ କରିବା ସମୟରେ ଏହା ବହୁତ କମ ଶବ୍ଦ କରିବ, ଯାହା ଆମେରିକା ସମେତ ଅନ୍ୟ ସହଯୋଗୀ ଦେଶମାନଙ୍କ ପାଇଁ ଏହାକୁ ଟ୍ରାକ କରିବା କଷ୍ଟସାଧ୍ୟ କରିବ । ଗତ ମେ ମାସରେ ଆମେରିକାର ନାଭାଲ ୱାର୍ କଲେଜରେ ଆୟୋଜିତ ହୋଇଥିବା ଏକ ସମ୍ମିଳନୀରେ ଏହା ଆଲୋଚନା କରାଯାଇଥିଲା ଏବଂ ଚାଇନାର ସାମୁଦ୍ରିକ ଅଧ୍ୟୟନ ପ୍ରତିଷ୍ଠାନ ଅଗଷ୍ଟରେ ପ୍ରକାଶିତ ଏକ ଆର୍ଟିକିଲରେ ନୂତନ ଆଣବିକ ବୁଡ଼ାଜାହାଜର ବୈଶିଷ୍ଟ୍ୟ ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା । ସମ୍ପ୍ରତି ଚାଇନା ଆଣବିକ ବୁଡ଼ାଜାହାଜ ଚାଇନା ସାଗର ଏବଂ ଭାରତ ପ୍ରଶାନ୍ତ ମହାସାଗରରେ ପାଟ୍ରୋଲିଂ ଜାରି ରଖିଛି । ଭାରତ ଏବଂ ଜାପାନ ସମେତ ଆମେରିକା ଏବଂ ଏହାର ଅନ୍ୟ ସହଯୋଗୀମାନେ ଚାଇନା ଆଣବିକ ବୁଡ଼ାଜାହାଜ ଉପରେ ନଜର ରଖିଛନ୍ତି, କିନ୍ତୁ ୦୯୬ ବୁଡ଼ାଜାହାଜ ଆସିବା ପରେ ଏହି ଦେଶଗୁଡିକର ଆହ୍ୱାନ ବହୁଗୁଣିତ ହେବ ।

Leave a Reply