Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୭୨ ବର୍ଷ ପରେ ବଦଳିଲା ବାୟୁସେନାର ପତାକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୭୨ ବର୍ଷ ପରେ ବଦଳିଲା ବାୟୁସେନାର ପତାକ

ପ୍ରୟାଗରାଜ : ନୌସେନା ପରେ ବର୍ତ୍ତମାନ ବାୟୁସେନା ମଧ୍ୟ ଏକ ନୂତନ ପତାକା ପାଇଛି । ପ୍ରୟାଗରାଜରେ ବାୟୁସେନାର ୯୧ତମ ଫାଉଣ୍ଡେସନ ଡେ’ରେ ବାୟୁସେନା ମୁଖ୍ୟ ମାର୍ଶଲ ଭି.ଆର ଚୌଧୁରୀଙ୍କ ଦ୍ୱାରା ନୂତନ ପତାକା ଉନ୍ମୋଚିତ ହୋଇଥିଲା । ୮ ଅକ୍ଟୋବର ୧୯୩୨ରେ ବାୟୁସେନା ପ୍ରତିଷ୍ଠା କରାଯାଇଥିଲା । ୭୨ବର୍ଷ ପରେ ବାୟୁସେନା ଏହାର ପତାକା ପରିବର୍ତ୍ତନ କରିଛି । ଏହା ପୂର୍ବରୁ ଏହା ରୟାଲ ଫୋର୍ସ ଭାବରେ ଜଣାଶୁଣା ଥିଲା । ଏହାପରେ ଏହାର ନାମ ରୟାଲ ଇଣ୍ଡିଆନ ବାୟୁସେନା ରଖାଗଲା । ଦେଶର ସ୍ୱାଧୀନତା ପରେ ୧୯୫୦ରେ ରୟାଲ ଶବ୍ଦ ହଟାଗଲା ଏବଂ ଭାରତୀୟ ବାୟୁସେନା ନାମ ପରିବର୍ତ୍ତନ ହେଲା ଏବଂ ପତାକା ମଧ୍ୟ ବଦଳାଗଲା । ପ୍ରତିରକ୍ଷା ବାହିନୀ (ସିଡିଏସ) ଜେନେରାଲ ଅନିଲ ଚୌହାନଙ୍କ ଉପସ୍ଥିତିରେ ବାୟୁସେନା ପତାକା ଉନ୍ମୋଚନ କରାଯାଇଥିଲା ।

Leave a Reply