Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସଂକଳ୍ପ ଦିବସ ପାଳନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସଂକଳ୍ପ ଦିବସ ପାଳନ

କଟକ : ଶ୍ରୀ ଜୟ ଜଗନ୍ନାଥ ଚାରଣ ଗୋଷ୍ଠୀ ଓ ଗୋ ସୁରକ୍ଷା ବାହିନୀ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ୩୦ ତମ ଶ୍ରୀମଦ୍ ଭାଗବତ ଜନ୍ମ ମହୋତ୍ସବ ଓ ଗୋ ସୁରକ୍ଷା ସଂକଳ୍ପ ଦିବସ କଟକ ତଳ ତେଲେଙ୍ଗା ବଜାର ଠାରେ ଥିବା ରଘୁନାଥ ଜୀଉ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ହୋଇଯାଇଛି । ବାବା ଦିବାକର ଦାସ୍ ଉକ୍ତ ସଂକଳ୍ପ ଉତ୍ସବ ରେ ଯୋଗ ଦେଇ କହି ଥିଲେ ଯେ,ଗାଈକୁ ହିନ୍ଦୁ ଧର୍ମରେ ଗୋମାତା ବୋଲି କହନ୍ତି । ମାର କ୍ଷୀର ପାନ କରି ଯେପରି ସନ୍ତାନଟିଏ ବଢେ ଏବଂ ନିଜକୁ ବଳିଷ୍ଠ ଓ ସର୍ବକ୍ଷମ ଶକ୍ତିଶାଳୀ ହୋଇଥାଏ । ସେହିପରି ଗାଈର କ୍ଷୀର ପାନ କରି ସାରାବିଶ୍ୱର ସନ୍ତାନମାନେ ବଢନ୍ତି ଓ ହୃଷ୍ଟପୁଷ୍ଟ ହେବା ସହିତ ନିରୋଗ ହୋଇଥାନ୍ତି । ହେଲେ ସେହି ଗୋମାତାର ସୁରକ୍ଷା ପାଇଁ କେହି କେବେ ଚିନ୍ତା କରୁନାହାନ୍ତି । ଗାଈର ମୁଣ୍ଡ ଆଉଁସି ଦେଲେ ସୂର୍ଯ୍ୟ ନାରାୟଣ ପୂଜା ପାଆନ୍ତି, ବେକରେ ହାତ ମାରି ଆଉଁସି ଦେଲେ ଶିବ ସନ୍ତୁଷ୍ଟ ହୁଅନ୍ତି । ଗୋମାତାଙ୍କୁ ଖାଇବାକୁ ଦେଲେ ଭଗବାନ ବିଷ୍ଣୁ ଦେବ ପାଇଥାନ୍ତି ବୋଲି କହିଥିଲେ । ଗୋ ସୁରକ୍ଷା ବାହିନୀର ସଭାପତି ତଥା ଆଇନଜୀବୀ ସୁରେଶ କୁମାର ପଣ୍ଡା କହିଥିଲେ ଯେ, ଗୋ ସୁରକ୍ଷା ପାଇଁ ଶାସକ ପ୍ରଶାସକ ପୋଲିସ କେହି କୌଣସି ପଦକ୍ଷେପ ନେଉନାହାନ୍ତି । ଏଥି ନିମନ୍ତେ ଗୋସୁରକ୍ଷା ବାହିନୀ କାରଣ ଆଜି କାଲି ଯେପରି ଭାବରେ ଗୋମାତାକୁ କାଟି ରକ୍ତ ନଦୀ ବୁହାଇ ଦେଉଛନ୍ତି, ସେମାନଙ୍କୁ ଉଚିତ୍ ଜବାବ୍ ଆଗାମୀ ଦିନରେ ଦିଆଯିବ । ଉକ୍ତ ସଭାରେ ବହୁ ବୁଦ୍ଧିଜୀବୀ ସାଧୁସନ୍ଥ ଗୋସୁରକ୍ଷା ବାହିନୀର ସ୍ୱେଚ୍ଛାସେବୀ କର୍ମୀମାନେ ଉପସ୍ଥିତ ହୋଇ ଗୋସୁରକ୍ଷା କରିବା ପାଇଁ ସଂକଳ୍ପ କରିଥିଲେ ।

Leave a Reply