Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜଣେ ଭୋଟର୍ ପାଇଁ ପୋଲିଂ ବୁଥ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜଣେ ଭୋଟର୍ ପାଇଁ ପୋଲିଂ ବୁଥ୍

କୁହାଯାଏ, ଗୋଟିଏ ଭୋଟ୍ ବି ସରକାର ବଦଳାଇ ଦେବାର କ୍ଷମତା ରଖିଥାଏ । ଲୋକତନ୍ତ୍ରରେ ଗୋଟିଏ ଭୋଟ୍‌ର ମୂଲ୍ୟ ବି ଯଥେଷ୍ଟ ଅଧିକ । ନିର୍ବାଚନ ଆୟୋଗଙ୍କର ଦୃଷ୍ଟି ଥାଏ, କୌଣସି ବ୍ୟକ୍ତି ଯେପରି ଭୋଟ୍ ଦେବାରେ ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି । ଏହାକୁ କେବଳ କଥାରେ ନୁହେଁ କାମରେ କରି ଦେଖାଇଛନ୍ତି ନିର୍ବାଚନ ଆୟୋଗ । ଶୁଣି ଆଶ୍ଚର୍ଯ୍ୟ ହେବେ, ଅରୁଣାଚଳ ପ୍ରଦେଶର ହୁଲିୟାଙ୍ଗ୍ ବିଧାନସଭାର ମାଲୋଗମ ଗାଁରେ ଜଣେ ଭୋଟର୍‌ଙ୍କ ପାଇଁ ନିର୍ବାଚନ ଆୟୋଗ ଏକ ଅସ୍ଥାୟୀ ପୋଲିଂ ବୁଥ୍ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ । । ଗତ ଲୋକସଭା ନିର୍ବାଚନରେ ଦୁଇ ଜଣ ଭୋଟର୍ ଏଠାରେ ଭୋଟ୍ ଦେଇଥିଲେ । ଏହାକୁ ଭାରତର ସବୁଠୁ ଛୋଟ ପୋଲିଂ ବୁଥ୍ କୁହାଯାଏ । ଅରୁଣାଚଳ ପ୍ରଦେଶର ପୂର୍ବ ଲୋକସଭା କ୍ଷେତ୍ରରେ ଏହି ବୁଥ୍ ରହିଛି । ଏହା ବିଷୟରେ ନିର୍ବାଚନ ଅଧିକାରୀଙ୍କୁ ସୂଚିତ କରାଯିବା ପରେ ଏହି ଅସ୍ଥାୟୀ ପୋଲିଂ ବୁଥ୍ ତିଆରି କରାଯିବାକୁ ନିଷ୍ପତ୍ତି ହୋଇଛି ।

Leave a Reply