Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜାମ୍ମୁ କାଶ୍ମୀରରେ ସେନାକୁ ବଡ଼ ସଫଳତା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜାମ୍ମୁ କାଶ୍ମୀରରେ ସେନାକୁ ବଡ଼ ସଫଳତା

ଶ୍ରୀନଗର: ଜାମ୍ମୁକାଶ୍ମୀରରେ ଭାରତୀୟ ସେନାକୁ ବଡ଼ ସଫଳତା । ରବିବାର ଆତଙ୍କବାଦୀଙ୍କ ବଡ଼ ଯୋଜନା ପଣ୍ଡ କରିଛନ୍ତି ସେନା ଓ କୁଲଗାମ ପୋଲିସ । ଏଥିସହ ୫ ଜଣ ଲସ୍କର ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିବା ବେଳେ ୨ଟି ଟେରର୍ ମଡ୍ୟୁଲର ପର୍ଦ୍ଦାଫାଶ କରିଛନ୍ତି ଯବାନ । ଅପରେସନରେ ବହୁ ପରିମାଣର ଗୋଳାବାରୁଦ ଏବଂ ବନ୍ଧୁକ ଜବତ କରିଛନ୍ତି ଯବାନ । ଏଥିରେ ୨ଟି ପିସ୍ତଲ, ୩ ହ୍ୟାଣ୍ଡ ଗ୍ରେନେଡ୍‌, ଗୋଟିଏ ୟୁବିଜିଏଲ୍ ଏବଂ ଗୋଳାବାରୁଦ ରହିଛି । ଗିରଫ ହୋଇଥିବା ୫ ଆତଙ୍କବାଦୀ ହେଉଛନ୍ତି ଆଦିଲ ହୁସେନ ୱାନି, ସୁହେଲ ଅହମ୍ମଦ ଦାର, ଏତମାଦ ଅହମଦ ଲାୱେ, ମେହେରାଜ୍ ଅହମଦ ଲୋନେ ଏବଂ ସବଜାର ଅହମ୍ମଦ ଖାର । ଏହି ୫ ଆତଙ୍କବାଦୀ ଲସ୍କର-ଇ-ତୋଇବା ସଂଗଠନ ସହ ଜଡ଼ିତ । ଗତମାସ ଦକ୍ଷିଣ କାଶ୍ମୀରର ବାନ୍ଦିପୁରାରେ ଏକ ଟେରର ମଡ୍ୟୁଲ୍ ସଂପର୍କ ଜାଣିବା ପରେ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ଏହା ପରେ ତଦନ୍ତ ଜୋରଦାର କରିଥିଲା ପୋଲିସ ।ୟ ଆଜି ସେନା ଓ ପୋଲିସର ମିଳିତ ଅପରେସନରେ ୫ ହାଇବ୍ରିଡ୍ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି । ଅପରେସନ୍‌ରେ ୨୬ ଆସାମ ରାଇଫଲ୍ସ ଏବଂ ସିଆରପିଏଫ ଯବାନ ସାମିଲ୍ ଥିଲେ । ଏଥିସହହ କୁଲଗାମ ପୋଲିସର ସକ୍ରିୟ ଯୋଗଦାନ ରହିଥିଲା ।

Leave a Reply