Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମୁସଲମାନଙ୍କ ପଥର ମାଡ଼ରେ ଏକାଧିକ ହିନ୍ଦୁ ଯୁବକ ଆହତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମୁସଲମାନଙ୍କ ପଥର ମାଡ଼ରେ ଏକାଧିକ ହିନ୍ଦୁ ଯୁବକ ଆହତ

ବିରାମିତ୍ରପୁର: ସୁନ୍ଦରଗଡ ପୋଲିସ ଜିଲ୍ଳା ତଥା ପାନପୋଷ ଉପଖଣ୍ଡ ଅଧୀନରେ ଥିବା ବିରାମିତ୍ରପୁର ଥାନା ଅନ୍ତର୍ଗତ ଭାଟି ରୋଡ ଗଣେଷ ପୂଜା କମିଟିର ସଦସ୍ୟ ମାନେ ଭଗବାନ ଗଣେଷଙ୍କ ପ୍ରତିମାକୁ ଶୋଭାଯାତ୍ରାରେ ନେଇ ବିରାମିତ୍ରପୁର ସହର ପରିକ୍ରମା କରୁଥିବାବେଳେ ହଟାତ ଗାନ୍ଧୀ ରୋଡ଼ ନିକଟରେ କିଛି ମୁସଲିମମାନଙ୍କ ଦ୍ୱାରା ଶୋଭାଯାତ୍ର ଉପରକୁ ପଥର ମାଡ କରାଯାଇଥିଲା । ଏହି ପଥର ମାଡ଼ରେ ଭଗବାନ ଗଣେଶଙ୍କୁନେଉଥିବା ଗାଡିର ଆଗ କାଚ ଭାଙ୍ଗିବା ସହିତ ଶୋଭାଯାତ୍ରାରେ ସାମିଲ ଥିବା ଚାରି ପାଞ୍ଚ ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଖବର ପାଇ ଏସ ଦି ପି ଓ ସଦଳବଳେ ଘଟଣାସ୍ଥଳରେ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ପରେ ପଥର ମାଡ଼ରେ ଆହତ ଯୁବକ ମାନକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇ ଶୋଭାଯାତ୍ରାରେ ସାମିଲ ଥିବା ଭଗବାନ ଗଣେଷ ବିରାଜମାନ ଥିବା ଗାଡି ଏବଂ ଡି ଜେ ବାଜା ଗାଡି ଦୁଇଟିକୁ ଆଣି ଥାନା ପରିସରରେ ରଖିଥିଲେ । ଏହି ଘଟଣାକୁ ନେଇ ଆହତ ମାନଙ୍କ ପକ୍ଷରୁ ଲିଖିତ ଅଭିଯୋଗ ପରେ ପୋଲିସ ଏକ କେସ ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ସତ ତେବେ ଭଷାଣି ଯାତ୍ରରେ ପୋଲିସ ଉପସ୍ଥିତ ଥିବାବେଳେ ଏପରି ଅଘଟଣ କିପରି ହେଲା ତାହା ଚିନ୍ତାର ବିଷୟ । ଘଟଣାର ଗମ୍ଭୀରତାକୁ ଦେଖି ପୋଲିସ ଗଣ୍ଡଗୋଳ କାରୀଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକତା ଅଛି । । 

Leave a Reply