Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତୀୟ କୂଟନୀତିଜ୍ଞ ଓ ଦୂତାବାସ ଅଧିକାରୀଙ୍କ ଉପରେ ଗୁଇନ୍ଦାଗିରି କରୁଛନ୍ତି କାନାଡ଼ା ସରକାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତୀୟ କୂଟନୀତିଜ୍ଞ ଓ ଦୂତାବାସ ଅଧିକାରୀଙ୍କ ଉପରେ ଗୁଇନ୍ଦାଗିରି କରୁଛନ୍ତି କାନାଡ଼ା ସରକାର

ନୂଆଦିଲ୍ଲୀ : ଭାରତୀୟ କୂଟନୀତିଜ୍ଞ ଓ ଦୂତାବାସ ଅଧିକାରୀଙ୍କ ଉପରେ ଗୁଇନ୍ଦାଗିରି କରୁଛନ୍ତି କାନାଡ଼ା ସରକାର । ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ନିଜ୍ଜର ହତ୍ୟା ଅଭିଯୋଗ ଆଣିବା ପୂର୍ବରୁ ଏଭଳି କରୁଛି କାନାଡ଼ା । କାନାଡାର ଜଣେ ଅଧିକାରୀ ଏନେଇ ଏକ ନ୍ୟୁଜ ଏଜେନ୍ସିକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, କାନାଡାରେ ରହୁଥିବା ଭାରତୀୟ କୂଟନେତା ଓ ଅନ୍ୟ ଅଧିକାରୀଙ୍କ ଉପରେ ସେଠାକାର ସରକାର ଗୁପ୍ତ ନଜର ରଖିଛନ୍ତି । ଏଥିସହ ୫ ଆଇଜ୍ର ଅନ୍ୟ ସଦସ୍ୟ ରାଷ୍ଟ୍ର ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟ ଗୁଇନ୍ଦା ସୂଚନା ସଂଗ୍ରହରେ କାନାଡାକୁ ସହଯୋଗ କରୁଛନ୍ତି । କାନାଡା ଗଣମାଧ୍ୟମ ସିବିସି ରିପୋର୍ଟ ଅନୁଯାୟୀ, ଭାରତୀୟ କୂଟନୀତିଜ୍ଞମାନେ କାହା ସହ କଥା ହେଉଛନ୍ତି, କ\’ଣ କଥା ହେଉଛନ୍ତି, କାହାକୁ ଭେଟୁଛନ୍ତି, କାହା ସହିତ ଯୋଗାଯୋଗ କରୁଛନ୍ତି ଏସବୁ କାନାଡା ସରକାର ଗୁଇନ୍ଦାଗିରି କରୁଥିବା ଅଭିଯୋଗ ହୋଇଛି । ହରଦୀପ ସିଂହ ନିଜ୍ଜର ହତ୍ୟା ଘଟଣାରେ ଭାରତର ସମ୍ପୃକ୍‌ତି ଥିବା ନେଇ ଭାରତୀୟ କୂଟନୀତିଜ୍ଞଙ୍କୁ ବନ୍ଦ କୋଠରୀରେ ପଚରାଉଚୁରା କରାଯାଇଥିଲା । କିନ୍ତୁ ସେମାନେ ଭାରତର ସମ୍ପୃକ୍‌ତିକୁ ଅସ୍‌୍ୱୀକାର କରିନଥିଲେ । ନିଜ୍ଜର ହତ୍ୟାର ତଦନ୍ତରେ ସହଯୋଗ କରିବା ଲାଗି କାନାଡାର ଅଧିକାରୀ ଅନେକ ଥର ଭାରତ ଗସ୍ତରେ ଆସି ସହାୟତା ମାଗିଛନ୍ତି । କାନାଡା ଏନ୍‌ଏସ୍‌ଏ ଜୋଡି ଥୋମସ୍ ଗତ ଅଗଷ୍ଟରେ ୪ ଦିନ ଭାରତ ଗସ୍ତରେ ଆସିଥିଲେ । ଏହାବ୍ୟତୀତ ସେ ଚଳିତବର୍ଷ ମଧ୍ୟ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସହିତ ୫ ଦିନିଆ ଭାରତ ଗସ୍ତରେ ଆସିଥିଲେ । ଗତକାଲି ନ୍ୟୁୟର୍କରେ ଜାତିସଂଘ ସାଧାରଣ ପରିଷଦ ବୈଠକ ପରେ ଟ୍ରୁଡୋ କହିଥିଲେ ସେ ଭାରତ ଉପରେ ଜାଣିଶୁଣି କୌଣସି ଅଭିଯୋଗ ଆଣିନାହାନ୍ତି । ସେ ଅତ୍ୟନ୍ତ ଗମ୍ଭୀରତାର ସହ ଏହି ଅଭିଯୋଗ ଆଣିଛନ୍ତି

Leave a Reply