Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଖଲିସ୍ତାନୀ ମୋଷ୍ଟ୍ ୱାଣ୍ଟେଡ୍ କାନାଡ଼ାରେ ହତ୍ୟା! - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଖଲିସ୍ତାନୀ ମୋଷ୍ଟ୍ ୱାଣ୍ଟେଡ୍ କାନାଡ଼ାରେ ହତ୍ୟା!

ନୂଆଦିଲ୍ଲୀ: କାନାଡ଼ାରେ ପୁଣି ଜଣେଗ୍ୟାଙ୍ଗଷ୍ଟରଙ୍କୁ ହତ୍ୟା ସୂଚନା ।ଭାରତରୁ ଫେରାର୍ ହୋଇଯାଇଥିବାମୋଷ୍ଟ ୱାଣ୍ଟେଡକୁ ପିନିପେଗ୍ ସିଟିରେହତ୍ୟା କରାଯାଇଛି । ସୁଖବିନ୍ଦର ସିଂହଔରଫ ସୁଖୱା ଦୁନୁକେ ଇ କାଟାଗୋରୀର ଦୁର୍ଦ୍ଦାନ୍ତ ଅପରାଧି ଥିଲା । ସେ ପଞ୍ଜାବରୁ ଫେରାର ହୋଇ କାନାଡାରେ ରହୁଥିଲା ।କାଡାନାରେ କାଡାନାରେତାକୁ ଗୁଳି ମାରି ହତ୍ୟା କରାଯାଇଛି ।ଅଭିଯୁକ୍ତ ସୁଖୱା ଖଲିସ୍ତାନୀ ଆତଙ୍କୀଅର୍ଶଦୀପ ସିଂହ ଅର୍ଶ ଡାଲାର ଡାହାଣହାତ ଥିଲା । ଏନଆଇଏ ତାକୁ ମୋଷ୍ଟ୍‌ୱାଣ୍ଟେଡ ତାଲିକାରେସାମିଲ କରିଥିଲେ । ସୁଖୱା କାନାଡାରେ ବସି ଭାରତରେ ନିଜ ଗ୍ୟାଙ୍ଗ ଅପରେଟ କରୁଥିଲା । ଭାରତରୁ ଫେରାର୍ ହୋଇ କାନାଡା ଯିବା ପାଇଁ ସେ ଜାଲ୍ କାଗଜପତ୍ର ତଥା ଆଧାର କାର୍ଡ, ପାସ୍ପୋର୍ଟ ଏବଂ ପୋଲିସ୍ କ୍ଲିୟରାଂସ ପ୍ରାପ୍ତ କରିଥିଲା । ପରେ ଏହି ଜାଲି ପ୍ରମାଣପତ୍ରକୁ ଢାଲ କରି ଭାରତରୁ କାନାଡ଼ାକୁ ଫେରାର୍ ହୋଇଯାଇଥିଲା । ଖଲିସ୍ତାନୀ ଆତଙ୍କୀ ସୁଖୱା ନାଁରେ ଅପରାଧିକ ମାମଲା ରହିଛି । କିଛି ଦୁର୍ନୀତିଗ୍ରସ୍ତ ପୋଲିସ ଅଧିକାରୀ ସାହାଯ୍ୟରେ କାନାଡା ଭିଜା ହାସଲ କରିଥିଲା । ମୋଷ୍ଟ୍ ୱାଣ୍ଟେଡକୁସହଯୋଗ କରିଥିବା ପଞ୍ଜାବ ପୋଲିସର ଦୁଇ କର୍ମୀଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ ହୋଇଛି । ଏବେ ଅପରାଧିକୁ କୁ କାନାଡାର ପିନିପେଗ୍ ସିଟିରେ ଗୁଳି କରି ହତ୍ୟା କରାଯାଇଥିବା ଜଣାପଡ଼ିଛି । ଖଲିସ୍ତାନୀ ଅତଙ୍କୀଙ୍କୁ ନେଇ ଏବେ ଭାରତ ଓ କାନାଡ଼ା ମଧ୍ୟରେ ବିବାଦ ଜାରି ରହିଛି । ଭାରତ ସରକାର କାନାଡ଼ାର କଟନୈତିଜ୍ଞଙ୍କୁ ଭାରତ ଛାଡ଼ି ପାଇଁ ନିର୍ଦ୍ଦେଶ ଦେବା ପରେ ଟ୍ରୁଡୋ ସରକାର ସାମାନ୍ୟ ନରମିଛନ୍ତି । ସେପଟେ କାନାଡା ପ୍ରବାସୀ ଭାରତୀୟଙ୍କ ପାଇଁ ସତର୍କ ଆଡଭାଇଜାରୀ ଜାରି କରିଛନ୍ତି ।

Leave a Reply