Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚୀନ୍ ପ୍ରସଙ୍ଗରେ ଛାତି ଚଉଡା କରି ଆଲୋଚନା ପାଇଁ ମୁଁ ପ୍ରସ୍ତୁତ: ରାଜନାଥ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚୀନ୍ ପ୍ରସଙ୍ଗରେ ଛାତି ଚଉଡା କରି ଆଲୋଚନା ପାଇଁ ମୁଁ ପ୍ରସ୍ତୁତ: ରାଜନାଥ

ନୂଆଦିଲ୍ଲୀ : ସଂସଦର ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ ଉପରେ ବିତର୍କ ଚାଲିଛି । ଗୁରୁବାର ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦି ଏଥିପାଇଁ ସମସ୍ତ ସାଂସଦଙ୍କୁ ଧନ୍ୟବାଦ ଦେଇଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ବିରୋଧୀଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି । ରାଜନାଥ ଭାଷଣ ଦେଉଥିବାବେଳେ କଂଗ୍ରେସ ବାରମ୍ବାର ଏହାକୁ ଭଣ୍ଡୁର କରିବାକୁ ଚେଷ୍ଟା କରିଥିଲା । ପରେ ପ୍ରତିରକ୍ଷା ମନ୍ତ୍ରୀ ଏହାର କଡ଼ା ଜବାବ ଦେଇଥିଲେ । ମହିଳା ସଂରକ୍ଷଣ ବିଲ ପାଇଁ ରାଜନାଥ ସିଂ ଲୋକସଭାରେ ସାଂସଦମାନଙ୍କୁ ଧନ୍ୟବାଦ ଦେଉଥିବାବେଳେ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ ତାଙ୍କୁ ଅନେକ ଥର ବାଧା ଦେବାକୁ ଚେଷ୍ଟା କରିଥିଲେ । ଅଧୀର ରଂଜନ ଚାଇନା ଉପରେ ରାଜନାଥଙ୍କୁ ପ୍ରଶ୍ନ କରିବାକୁ ଚେଷ୍ଟା କରିଥିଲେ । ରାଜନାଥ ତାଙ୍କୁ ଗୋଟିଏ କିମ୍ବା ଦୁଇଥର ଏଡାଇ ଯାଇଥିଲେ । ତଥାପି ସେ ନ ମାନି ପ୍ରଶ୍ନ ପଚାରି ଚାଲିଥିଲେ । ଯେତେବେଳେ ଲଦାଖରେ ଚାଇନା ସହ ମୁହାଁମୁହିଁ ପ୍ରସଙ୍ଗରେ ଆଲୋଚନା କରିବାକୁ ସରକାରଙ୍କର ସାହସ ଅଛି କି ନାହିଁ ବୋଲି ଅଧୀର ରଂଜନ ପଚାରିଥିଲେ, ରାଜନାଥ ଏଥିରେ ଦ୍ୱିଧାବୋଧ ନ କରି କହିଥିଲେ, ଅଧୀର ରଂଜନ ଜୀ, ଇତିହାସକୁ ଯାଅ ନାହିଁ । ଆଲୋଚନା ମଧ୍ୟ ଚାଇନା ଉପରେ ହେବ । ଆପଣ ଯାହା କହିଛନ୍ତି ତାହା ଆମେ ଶୁଣିଛୁ, ବର୍ତ୍ତମାନ ଆମ କଥା ମଧ୍ୟ ଶୁଣ । ମୁଁ ଛାତି ଚଉଡା କରି ଆଲୋଚନା ପାଇଁ ପ୍ରସ୍ତୁତ ଅଛି ।

Leave a Reply