Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆତଙ୍କବାଦୀ ଓ ଉଗ୍ରପନ୍ଥୀଙ୍କ ଆଶ୍ରୟସ୍ଥଳ କାନାଡା ହେବାକୁ ଯାଉଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆତଙ୍କବାଦୀ ଓ ଉଗ୍ରପନ୍ଥୀଙ୍କ ଆଶ୍ରୟସ୍ଥଳ କାନାଡା ହେବାକୁ ଯାଉଛି

ନୂଆଦିଲ୍ଲୀ, : ଧିରେ ଧିରେ ଜଟିଳ ହେବାରେ ଲାଗିଛି ଭାରତ-କାନାଡା ବିବାଦ । କାନାଡା ପ୍ରସଙ୍ଗରେ ଗୁରୁବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସାପ୍ତାହିକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କାନାଡାର ଭିସା ସେବା ବାତିଲ୍ ଠାରୁ ଆରମ୍ଭ କରି ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେଇଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ ଏହି ମାମଲାରେ କିଛି ମାତ୍ରାରେ ପକ୍ଷପାତିତା ରହିଛି । କାନାଡାର ଅଭିଯୋଗଗୁଡିକ ମୁଖ୍ୟତଃ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଭାରତ-କାନାଡା କୁଟନୀତିକ ବିବାଦକୁ ନେଇ ବାଗଚୀ କହିଛନ୍ତି ଯେ କାନାଡା ଅପେକ୍ଷା ଅଧିକ କୁଟନୀତିଜ୍ଞ ଆମର ଏଠି ରହିଛନ୍ତି । ଆମର ସଂଖ୍ୟା କମ୍ ରହିଛି । ଆଗାମୀ ଦିନରେ ଦୂତାବାସ କର୍ମଚାରୀ କମାଇ ଦିଆଯିବ । ସେ କହିଛନ୍ତି ଯେ ଆମେ ଅନେକ ଥର କାନାଡାକୁ ଖଲିସ୍ତାନ ସହ ଜଡିତ ପ୍ରମାଣ ପ୍ରଦାନ କରିଛୁ, କିନ୍ତୁ ସେମାନଙ୍କ ପକ୍ଷରୁ କୌଣସି ଆବଶ୍ୟକ ପଦକ୍ଷେପ ନିଆଯାଇନାହିଁ । ଆତଙ୍କବାଦୀ ଓ ଉଗ୍ରପନ୍ଥୀଙ୍କ ଆଶ୍ରୟସ୍ଥଳ କାନାଡା ହେବାକୁ ଯାଉଛି ବୋଲି କହିଛି ଗଋଇ । ତେବେ ଏହା ପୂର୍ବରୁ କାନାଡାରେ ଭାରତୀୟ ଭିସା ସେବା ବାତିଲ କରିଦିଆଯାଇଥିଲା । ଏବେ କାନାଡାର ନାଗରିକ ଭିସା ସେବା ମିଳିପାରିବନାହିଁ ଅର୍ଥାତ୍ ଭାରତ ଆସିପାରିବେ ନାହିଁ । ଏହି ପ୍ରସଙ୍ଗରେ ଅରିନ୍ଦମ ବାଗ୍ଚୀ କହିଛନ୍ତି ଯେ ଆଗାମୀ ଆଦେଶ ପର୍ଯ୍ୟନ୍ତ ଭିସା ସେବା ବନ୍ଦ ରହିବ । କାନାଡାର ନାଗରିକ ଭାରତ ଆସିପାରିବେ ନାହିଁ । ସେ ଆହୁରି କହିଛନ୍ତି ଯେ ଏହି ଘୋଷଣାରେ ଆମ ନାଗରିକଙ୍କ ଉପରେ କୌଣସି ପ୍ରଭାବ ପଡ଼ିବନି । କାନାଡାର ଅଧିକ କୁଟନୀତିଜ୍ଞ ସଂଖ୍ୟା ଭାରତରେ ରହିଛନ୍ତି । ସେପଟେ ଭାରତର କୂଟନୀତିଜ୍ଞ କାନାଡାରେ ନାହାନ୍ତି । ଏହାରି ଭିତରେ ବି ଆହୁରି କୂଟନିତୀଜ୍ଞ ଫେରିଯିବେ, ଏହି ସଂଖ୍ୟା ବରାବର ହୋଇଯିବ । ବାଗଚୀ ଆହୁରି କହିଛନ୍ତି ଯେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଯାହାବି ଅଭିଯୋଗ କରିଛନ୍ତି, ଏସମ୍ବନ୍ଧିତ ତାଙ୍କୁ କୌଣସି ପ୍ରମାଣ ଦିଆଯାଇନାହିଁ । ଏସମ୍ପର୍କିତ ଅନେକ କାଗଜପତ୍ର କାନାଡାକୁ ଦିଆଯାଇଛି । ଏହାଛଡ଼ା ସେଠାରେ ଥିବା ଖଲିସ୍ତାନୀଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ।

Leave a Reply