Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କାନାଡାର ଖଲିସ୍ତାନୀଙ୍କୁ ସାହାଯ୍ୟ କରୁଛି ପାକିସ୍ତାନ ଆଇଏସଆଇ! - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କାନାଡାର ଖଲିସ୍ତାନୀଙ୍କୁ ସାହାଯ୍ୟ କରୁଛି ପାକିସ୍ତାନ ଆଇଏସଆଇ!

ଇସଲାମବାଦ: ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ବିବାଦ ଜାରି ରହିଛି । ଏହାରି ଭିତରେ ଭାରତ କାନାଡାବାସୀଙ୍କ ପାଇଁ ଭିସା ସେବା ବନ୍ଦ କରିଛି । ତେବେ ଏହି ତିକ୍ତତା ମଧ୍ୟରେ ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇର ଲିଙ୍କ୍ ଥିବର ସୂଚନା ମିଳିଛି । ଏକ ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, କାନାଡାର ଖଲିସ୍ତାନୀ ଗୋଷ୍ଠୀ ଓ ଆଇଏସଆଇ ମଧ୍ୟରେ ସମ୍ପର୍କ ଥିବା ସ୍ପଷ୍ଟ ହୋଇଛି । ତେବେ ଏହି ବିବାଦ ମଧ୍ୟରେ ପାକିସ୍ତାନ ଏକ ବିବୃତ୍ତି ଜାରି କରି କହିଛି ଯେ, ସେ ଭାରତ ଓ କାନାଡାର ବିବାଦର ଗତିବିଧି ଉପରେ ନଜର ରଖିଛି । ପାକିସ୍ତାନର ବୈଦେଶିକ ସଚିବ ସାଇରସ୍ କାଜି କହିଛନ୍ତି ଯେ, ଭାରତ ବିରୋଧରେ କାନାଡାର ଅଭିଯୋଗକୁ ନେଇ ଇସଲାମାବାଦ ଜମାରୁ ଆଶ୍ଚର୍ଯ୍ୟ ହୋଇ ନାହିଁ ।
ସେହିପରି ଆମେରିକା ଏହି ବିବାଦକୁ ଉଭୟ ଦେଶ ଧ୍ୟାନର ସହ ସମାଧାନ କରିବା ଆବଶ୍ୟକ ବୋଲି କହିଛି । ଇଣ୍ଡିଆନ ଇଣ୍ଟେଲିଜେନ୍ସର ସୂଚନା ଆଧାରରେ ଅନେକ ଜାତୀୟ ଗଣମାଧ୍ୟମ ରିପୋର୍ଟ କାନାଡାର ଖାଲିସ୍ତାନୀ ଆନ୍ଦୋଳନ ସହ ଜଡିତ ଲୋକମାନେ ଭାନକୋଭରରେ ପାକିସ୍ତାନର ଆଇଏସଆଇଠାରୁ ଅର୍ଥ ଗ୍ରହଣ କରୁଥିବା କହିଛନ୍ତି । ଆଉଟଲୁକର ଏକ ରିପୋର୍ଟ ଅନୁଯାୟୀ, ପାଞ୍ଚ ଦିନ ପୂର୍ବେ ଆଇଏସଆଇ ଏଜେଣ୍ଟମାନେ କାନାଡାର ଭାନକୋଭରରେ ଅନେକ ଖଲିସ୍ତାନୀ ଦଳର ନେତାଙ୍କୁ ଭେଟିଥିଲେ । ଏହାକୁ ଏକ ସିକ୍ରେଟ ମିଟିଂ ବୋଲି କୁହାଯାଇଥିଲା । ଶିଖ୍ ଫର ଜଷ୍ଟିସ ମୁଖ୍ୟ ଗୁରୁପନ୍ତ ସିଂ ପନ୍ନୁଙ୍କ ବ୍ୟତୀତ ଅନେକ ଖଲିସ୍ତାନୀ ଦଳର ନେତାମାନେ ଏହି ସଭାରେ ଯୋଗ ଦେଇଥିଲେ

Leave a Reply