Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ମାମଲା-ଉଦୟନିଧିଙ୍କ ସମେତ ୧୪ଜଣଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ମାମଲା-ଉଦୟନିଧିଙ୍କ ସମେତ ୧୪ଜଣଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ସନାତନ ଧର୍ମ ବିରୋଧରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ତାମିଲନାଡୁ ଯୁବ ବ୍ୟାପାର ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌ଙ୍କୁ ସୁପ୍ରିମକୋର୍ଟ ନୋଟିସ ପଠାଇଛନ୍ତି । ଶୁକ୍ରବାର ଉଦୟନିଧିଙ୍କ ସମେତ ଅନ୍ୟ ୧୪ ଜଣଙ୍କୁ ନୋଟିସ୍ ପଠାଇଛନ୍ତି କୋର୍ଟ । ସନାତନ ଧର୍ମର ମୂଳୋତ୍ପାଟନ ଭଳି ବୟାନରେ ଉଦୟନିଧିଙ୍କ ବିରୋଧରେ ମାମଲା ରୁଜୁ ପାଇଁ ହୋଇଥିବା ଆବେଦନ ଉପରେ ନୋଟିସ୍ କରିଛନ୍ତି କୋର୍ଟ । ନୋଟିସ୍ ଯାଇଥିବା ଅନ୍ୟ ୧୪ ଜଣଙ୍କ ମଧ୍ୟରେ ସିବିଆଇ ଓ ତାମିଲନାଡୁ ପୁଲିସ ମଧ୍ୟ ସାମିଲ ରହିଛି । ତାମିଲନାଡୁ ସରକାର, ଉଦୟନିଧି, ଏ ରାଜା ଓ ଅନ୍ୟ ରାଜନୈତିକ ଦଳଙ୍କୁ ନୋଟିସ୍ କରାଯାଇ ସେମାନଙ୍କ ଜବାବ ରଖିବାକୁ କୁହାଯାଇଛି । ତେବେ ସବୁଠାରୁ ବଡ଼ କଥା ହେଲା ଏହି ବୟାନକୁ ହେଟ୍ ସ୍ପିଚ୍ ମାମଲାରେ ଯୋଡ଼ିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ସେପ୍ଟେମ୍ବର ୨ ତାରିଖରେ ତାମିନାଡୁ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନ୍‌ଙ୍କ ପୁଅ ଉଦୟନିଧି ଷ୍ଟାଲିନ୍ ସନାତନ ଧର୍ମକୁ ଡେଙ୍ଗୁ ଓ ମ୍ୟାଲେରିଆ ସହ ତୁଳନା କରିଥିଲେ । ଏହାକୁ ବିରୋଧ ନୁହେଁ, ବରଂ ମୂଳୋତ୍ପାଟନ କରିବା କଥା ବୋଲି ଉଦୟନିଧି କହିଥିଲେ । ସନାତନ ବିଲୋପ ସମ୍ମିଳନୀ ନାମକ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି କହିଥିଲେ ଷ୍ଟାଲିନ୍ । ସନାତନ ଧର୍ମ ସାମାଜିକ ନ୍ୟାୟ ଓ ସମାନତା ବିରୋଧରେ ରହିଛି । କିଛି ଜିନିଷକୁ ବିରୋଧ କରାଯାଇପାରିବନାହିଁ । ସେ ସବୁ ଧ୍ୱଂସ କରାଯିବା ଉଚିତ୍ । ଆମେ ଡେଙ୍ଗୁ ମଶା, ମ୍ୟାଲେରିଆ ଓ କରୋନାକୁ ବିରୋଧ କରିପାରିବନାହିଁ । ଆମକୁ ଏହାର ମୂଳୋତ୍ପାଟନ କରିବାକୁ ହେବ । ସେହିପରି ଆମକୁ ସନାତନ ଧର୍ମକୁ ବିଲୋପ କରିବାକୁ ପଡ଼ିବ ବୋଲି ଉଦୟନିଧି କହିଥିଲେ । ଉଦୟନିଧି କହିଥିଲେ ଯେ ସନାତନ ଧର୍ମକୁ ବିରୋଧ କରିବା ପରିବର୍ତ୍ତେ ଏହାର ମୂଳୋତ୍ପାଟନ କରିବା ଉଚିତ । ସନାତନ ନାମ ସଂସ୍କୃତରୁ ଆସିଛି । ଏହା ସାମାଜିକ ନ୍ୟାୟ ଏବଂ ସମାନତା ବିରୁଦ୍ଧରେ ରହିଛି ବୋଲି ସେ କହିଥିଲେ । ଏହା ପରେ ଡିଏମ୍‌କେର ଆଉ ଜଣେ ସାଂସଦ ଏ ରାଜା ମଧ୍ୟ ସନାତନ ଧର୍ମକୁ ଆହୁରି କଡ଼ା ଭାଷାରେ ସମାଲୋଚନା କରିବା ସହ ଏହାକୁ କୁଷ୍ଠ ସହ ତୁଳନା କରିଥିଲେ । ସନାତନ ଧର୍ମରେ ସାମାଜିକ କଳଙ୍କ ଅଛି ବୋଲି ସେ କହିଥିଲେ ।

Leave a Reply