Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଓଟିପି ସେୟାରିଂ ଓ ଆତଙ୍କୀ ଲିଙ୍କ୍ ମାମଲା -ଆସାମରୁ ମହମ୍ମଦ ଇକବାଲ ହୁସେନ୍‌ ଗିରଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓଟିପି ସେୟାରିଂ ଓ ଆତଙ୍କୀ ଲିଙ୍କ୍ ମାମଲା -ଆସାମରୁ ମହମ୍ମଦ ଇକବାଲ ହୁସେନ୍‌ ଗିରଫ

ଟିପି ସେୟାରିଂ ଓ ଆତଙ୍କୀ ଲିଙ୍କ ମାମଲାରେ ଆଉଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଆସାମରୁ ମହମ୍ମଦ ଇକବାଲ ହୁସେନ୍‌କୁ ଗିରଫ କରିଛି ଏସଟିଏଫ୍ । ତାକୁ ସ୍ଥାନୀୟ କୋର୍ଟରେ ହାଜର କରାଯିବା ପରେ ଭୁବନେଶ୍ୱରକୁ ଅଣାଯାଇଥିଲା ମହମ୍ମଦ ଇକବାଲ ହୁସେନ୍‌କୁ ଆଜି ଭୁବନେଶ୍ୱର କୋର୍ଟରେ ହାଜର କରାଯିବ । ଏହାପରେ ତାକୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ କରିବ ଏସଟିଏଫ୍ । ଇକବାଲ ହୁସେନ୍ ପୂର୍ବରୁ ଗିରଫ ଅଭିଯୁକ୍ତ ଅଭିଜିତ୍ ଦେଶମୁଖର ସହ ଯୋଗାଯୋଗରେ ଥିଲେ । ସେ ଅବଦୁଲ ହମିଦ (ପାକିସ୍ତାନ ଇଣ୍ଟେଲିଜେନ୍ସ ଅଫିସର) ଙ୍କ ସହ ମଧ୍ୟ ଯୋଗାଯୋଗରେ ଥିଲା । ତାର ଅନେକ
ହ୍ୱାଟ୍ସପ ଆକାଉଣ୍ଟ୍ ଓଟିପି, ଟେଲିଗ୍ରାମ ଆକାଉଣ୍ଟ୍ ଓଟିପି ସେ ଅବଦୁଲ ହମିଦକୁ ବିକ୍ରି କରିଛି । ଏବାବଦରେ ସେ ମାସିକ ୫୦ରୁ ୬୦ ହଜାର ଟଙ୍କା ପାଉଥିଲା ଅଭିଯୁକ୍ତ । ସେ କହିଛି ଯେ ତାର ଗାଁ ଗାନ୍ଧୁଆପଠାରର ଅନେକ ଲୋକ ଏଥିରେ ଜଡ଼ିତ ଅଛନ୍ତି । ମୁଖ୍ୟ ଅଭିଯୁକ୍ତ ପଠାଣି ସାମନ୍ତ ଲେଙ୍କା ଏବଂ ତାର ସହଯୋଗୀମାନଙ୍କୁ ଏସଟିଏଫ୍ ଗିରଫ କରିବା ପରେ, ଅଭିଯୁକ୍ତ ମହମ୍ମଦ ଇକବାଲ ହୁସେନ୍ ତାର ଫୋନ୍ ବନ୍ଦ କରି ଅଣ୍ଡରଗ୍ରାଉଣ୍ଡକୁ ଚାଲିଯାଇଥିଲା ।

Leave a Reply