Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସରସ୍ୱତୀ ଶିଶୁ ମନ୍ଦିରରେ ପିତୃ ସମ୍ମିଳନୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସରସ୍ୱତୀ ଶିଶୁ ମନ୍ଦିରରେ ପିତୃ ସମ୍ମିଳନୀ

ନିଶ୍ଚିନ୍ତକୋଇଲି: ଆଜି ନିଶ୍ଚିନ୍ତକୋଇଲି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପିତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଶିଶୁ ଭାଇ ଭଉଣୀଙ୍କର ବାପା ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ଯଥାବିଧି ନିମନ୍ତ୍ରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ତଥା ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ଦୀପାଞ୍ଜଳି ମିଶ୍ର ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥିଭାବେ ଶିକ୍ଷାବିତ ବଂଶୀଧର ପଣ୍ଡା ଯୋଗଦେଇ ଶିଶୁ ଗଠନରେ ପିତାମାନଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥିଭାବେ ସମିତିର ସମ୍ପାଦକ ତପନ କୁମାର ଦାଶ, ଉପସଭାପତି ଆଇନଜୀବୀ ଅଶୋକ କୁମାର ମହାପାତ୍ର, କୋଷାଧ୍ୟକ୍ଷ ସୁବୋଧ କୁମାର ଷଢଙ୍ଗୀ, ସହ ସମ୍ପାଦିକା ବିଦ୍ୟୁଲତା ପଣ୍ଡା ଯୋଗଦେଇ ବିଦ୍ୟାଳୟ ପିତାମାତା ଓ ସର୍ବପରି ଗୁରୁଜୀ ଗୁରୁମା ମଧ୍ୟରେ ନିବିଡ ସମ୍ପର୍କ ରହିଲେ ବିଦ୍ୟାଳୟର ବିକାଶ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରାଣକୃଷ୍ଣ ମଲିକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ କରାଇଥିଲେ ବେଳେ ଶେଷରେ କାର୍ଯ୍ୟକ୍ରମ ପ୍ରମୁଖ କିଶୋର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply