Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଯୁବ ଡାକ୍ତରଙ୍କ ମହାନତା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଯୁବ ଡାକ୍ତରଙ୍କ ମହାନତା

ରାଜନଗର : ରାଜନଗର ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଯୁବ ଡାକ୍ତର ଗୈାରାଙ୍ଗ ଘଡେଇ ଜଣେ ବିଷ ଖାଇଥିବା ରୋଗୀଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସରୁ ବେଡକୁ ଟେକି ନେଇ ଶୁଆଇ ଚିକିତ୍ସା କରୁଥିବାର ଦୃଶ୍ୟ ଭାଇରାଲ ହେବାରେ ଲାଗିଛି । ଏହି ବ୍ଲକ କୋଇଲିପୁର ପଚାଂୟତ କାଙ୍କଦିଆ ଗ୍ରାମର ମାଗୁଣୀ ଜେନା(୬୦) କୈାଣସି କାରଣରୁ ବିଷ ପିଇ ଗୁରୁତର ହୋଇପଡିଥିଲେ । ଆମ୍ବୁଲାନ୍ସ ଯୋଗେ ପରିବାର ଲୋକେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସାଥିରେ ଆସିଥିବା ମହିଳାମାନେ ମାଗୁଣୀଙ୍କୁ ବେଡକୁ ନେବା କଷ୍ଟକର ଥିଲା । ଏକଥା ଜାଣିବା ପରେ ଡାକ୍ତର ଘଡେଇ ଆମ୍ବୁଲାନ୍ସ ନିକଟକୁ ଆସି ମାଗୁଣୀଙ୍କୁ ଟେକିନେଇ ବେଡରେ ଶୁଆଇ ଦେଇଥିଲେ ଓ ଚିକିତ୍ସା କରିଥିଲେ । ତାଙ୍କ ଅବସ୍ଥା ଗୁରୁତର ଥିବାରୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାକେନ୍ଦ୍ରକୁ ପଠାଇ ଦିଆଯାଇଛି । ଯୁବ ଡାକ୍ତର ଘଡେଇଙ୍କ ମହାନତା ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲିବା ପରେ ସାଧାରଣରେ ତାଙ୍କୁ ପ୍ରଶଂସା କରାଯାଇଛି ।

Leave a Reply