Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆମେରିକା ସହ ପାକିସ୍ତାନର ଗୋପନ ଚୁକ୍ତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆମେରିକା ସହ ପାକିସ୍ତାନର ଗୋପନ ଚୁକ୍ତି

ଇସ୍ଲାମାବାଦ : ଆର୍ଥିକ ସଂକଟରେ ଜୁଝି ଦେଉଥିବା ପାକିସ୍ତାନର ଚାଲାକି ଧରାପଡ଼ିଲା । ଆଇଏମଏଫ ଠାରୁ ଋଣ ପାଇବା ପାଇଁ ଆମେରିକା ସହ ମିଶି ଚକ୍ରାନ୍ତ କରିଥିଲା ପାକ୍ । ଋଣ ପାଇଁ ଶସ୍ତାରେ ବିକ୍ରି କରିଥିଲା ଅସ୍ତ୍ରଶସ୍ତ୍ର । ୨୦୨୨ରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଠାରୁ ଋଣ ପାଇବାରେ ପାକିସ୍ତାନ ପ୍ରଥମେ ବିଫଳ ହୋଇଥିଲା । ଆଇଏମ୍‌ଏଫ୍ ନ ଶୁଣିବା ପରେ ଆମେରିକାଠାରୁ ଅନ୍ତର୍ଜାତୀୟ ସଂଗଠନ ପର୍ଯ୍ୟନ୍ତ ସମସ୍ତଙ୍କୁ ନେହୁରା ହୋଇ ଫେଲ୍ ମାରିଛି । ସବୁଠାରେ ନିରାଶ ହେବା ପରେ ଶେଷରେ ଆମେରିକା ସହ ଏକ ଭିତିରିଆ ଚୁକ୍ତି କରିଛି ପାକିସ୍ତାନ । ଚୁକ୍‌ତି ଅନୁସାରେ ଆମେରିକାକୁ ପାକିସ୍ତାନ ଶସ୍ତାରେ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଥିଲା । ଚଳିତବର୍ଷ ଅତି ଗୋପନ ଭାବେ ଏହି କାରବାର ହୋଇଥିଲା । \”ଦ ଇରସେପ୍ଟ\’ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏଭଳି କିଛି ଖୁଲାସା ହୋଇଛି । ଆମେରିକା-ପାକିସ୍ତାନ ଚୁକ୍ତି ସହ ଜଡ଼ିତ ଦୁଇଜଣଙ୍କ ସୂଚନାକୁ ଆଧାର କରି ଦି ଇରସେପ୍ଟ ଏହି ରିପୋର୍ଟ ପ୍ରକାଶ କରିଛି । ଏ ନେଇ ହସ୍ତଗତ ହୋଇଥିବା ଉଭୟ ଦେଶର କିଛି ସରକାରୀ କାଗଜପତ୍ରରୁ ସାମ୍ନାକୁ ଆସିଛି । ଏଥରେ ସ୍ପଷ୍ଟ ହୋଇଛି ଯେ, ଆଇଏମ୍‌ଏଫ୍ ଠାରୁ ଋଣ ପାଇବା ପାଇଁ ପାକିସ୍ତାନ ଆମେରିକାକୁ ଶସ୍ତାରେ ଅସ୍ତ୍ରଶସ୍ତ୍ର ବିକ୍ରି କରିଥିଲା । ଆର୍ଥିକ ସଂକଟର ସାମ୍ନା କରୁଥିବା ପାକିସ୍ତାନ ଅସ୍ତ୍ରଶସ୍ତ୍ର ମହଜୁଦ ରଖିବାରେ କୌଣସି ଊଣା କରୁନାହିଁ । ଭୀଷଣ ଦୁରବସ୍ଥାରେ ବିତ୍ତ ଏହା ଆଣବିକ ଅସ୍ତ୍ର ସଂଖ୍ୟା ବଢ଼ାଇ ଚାଲିଛି । ଦ ଇରସେପ୍ଟ ରିପୋର୍ଟ ମୁତାବକ ୟୁକ୍ରେନ୍ ଯୁଦ୍ଧ ପାଇଁ ଆମେରିକା ବିପୁଳ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଇଥିଲା । ଅଧିକ ଆବଶ୍ୟକ ପଡ଼ିବାରୁ ପାକିସ୍ତାନକୁ ଫାନ୍ଦରେ ପକାଇଥିଲା । ଆଇଏମ୍‌ଏଫ୍ ଋଣ ପାଇବାକୁ ହେଲେ ଅସ୍ତ୍ରଶସ୍ତ୍ର ଦେବାକୁ ପଡ଼ିବ ବୋଲି କହିଥିଲା ୟ ପାକିସ୍ତାନ କିଛି ଉପାୟ ନ ପାଇ ଏଥିରେ ରାଜି ହୋଇଯାଇଥିଲା । ଚଳିତବର୍ଷ ହିଁ ଏହା ଆମେରିକାକୁ ଅସ୍ତ୍ରଶସ୍ତ୍ର ବିକ୍ରି କରିଥିଲା, ଯାହାକୁ ୟୁକ୍ରେନ୍ ଚାଲାଣ କରାଯାଇଥିଲା । ଏପଟେ ପାକିସ୍ତାନକୁ ୩୦୦ କୋଟି ଡଲାର ଋଣ ଯୋଗାଇବାକୁ ଆଇଏମ୍‌ଏଫ୍ ଜୁଲାଇରେ ଅନୁମୋଦନ ଦେଇଥିଲା । ପାକିସ୍ତାନର ଏଭଳି ପଦକ୍ଷେପକୁ ଅନେକ ଲୋକ ବିରୋଧ କରିଥିଲେ । ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ବି କରାଯାଇଥିଲା । ଆର୍ଥିକ କାରବାର ପଛରେ ଏଭଳି ହୀନ ରାଜନୈତିକ ଚକ୍ରାନ୍ତକୁ ଦେଶବାସୀ ନିନ୍ଦା କରିଥିଲେ । ୨୦୨୨ ଏପ୍ରିଲରେ ଆମେରିକା କଥାରେ ପଡ଼ି ପାକ୍ ସେନା, ତତ୍କାଳୀନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍‌ଙ୍କ ବିରୋଧରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଣିଥିଲା । କାରଣ ଆମେରିକା କଥାରେ ମୁଣ୍ଡ ନୁଆଁଇବାକୁ ଚାହୁଁ ନଥିଲେ ଇମ୍ରାନ୍ । ଏହାପରେ ତାଙ୍କୁ ଗାଦିଚ୍ୟୁତ କରାଯାଇଥିଲା । ଇମ୍ରାନ୍‌ଙ୍କ ଅପସାରଣ ପରେ ଯୁଦ୍ଧକୁ ନେଇ ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକର ସମର୍ଥକ ପାଲଟିଥିଲା ଇସ୍ଲାମାବାଦ । ଫଳରେ ପାକିସ୍ତାନର ନୂଆ ଶାହବାଜ ସରକାରକୁ ଆଇଏମ୍‌ଏଫ୍ ଋଣ ମିଳିଥିଲା । ଏହା ସହିତ ସାଧାରଣ ର୍ନିବାଚନକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା । ଦ ଇତ୍ତରସେପ୍ଟ ରିପୋର୍ଟ ଦର୍ଶାଇଛି ଯେ ବିଭିନ୍ନ ଭଳିର ମୌଳିକ ଅସ୍ତ୍ରଶସ୍ତ୍ର ଦୃଷ୍ଟିରୁ ପାକିସ୍ତାନ ଏକ ପେଣ୍ଠସ୍ଥଳ । ତେଣୁ ୟୁକ୍ରେନ୍ ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଯୋଗାଡ଼ କରିବା ଲାଗି ଆମେରିକା ଏହା ଉପରେ ଆଖି ପକାଇଥିଲା । ପାକ୍ ସେନାର ଲିକ୍ ହୋଇଥିବା ଦସ୍ତାବିଜ ଅନୁସାରେ, ୨୦୨୨ ଗ୍ରୀଷ୍ମ ଓ ୨୦୨୩ ବସନ୍ତ ଋତୁ ମଧ୍ୟରେ ଆମେରିକା ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରଶସ୍ତ୍ର କାରବାର ନେଇ ରାଜିନାମା ହୋଇଥିଲା । ଆମେରିକାର ଜଣେ ବ୍ରିଗେଡିୟର୍ ଜେନେରାଲଙ୍କ ଦସ୍ତଖତ ଥିବା ଏକ ଦସ୍ତାବିଜକୁ ମର୍ଟଗେଜ୍ ରେକର୍ଡ ଭାବେ ରଖାଯାଇଥିଲା ।

Leave a Reply