Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଡ୍ରୋନରେ ଆସିବେ ଆତଙ୍କବାଦୀ! - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଡ୍ରୋନରେ ଆସିବେ ଆତଙ୍କବାଦୀ!

ନୂଆଦିଲ୍ଲୀ: ଡ୍ରୋନ ମଣିଷ ଜୀବନକୁ ଅନେକ ପରିମାଣରେ ସୁଗମ ଓ ସହଜ କରିପାରିଛି । କିନ୍ତୁ ସେହି ଡ୍ରୋନ ପ୍ରଯୁକ୍ତି ଆତଙ୍କବାଦୀଙ୍କ ହାତରେ ଏକ ବଡ଼ ଅସ୍ତ୍ର ପାଲଟିଯାଇଛି । ଡ୍ରୋନ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଓ ନିଶାଦ୍ରବ୍ୟ ଚୋରାଚାଲାଣ କରିବା ପରେ ଏବେ ଆତଙ୍କବାଦୀଙ୍କୁ ବି ପଠାଇବାକୁ ମସୁଧା କରୁଛନ୍ତି । ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବାର ଏପରି ଏକ ଚକ୍ରାନ୍ତ ସଂପର୍କରେ ସୁରାକ ପାଇଛନ୍ତି ଭାରତୀୟ ଗୁଇନ୍ଦା ଏଜେନ୍ସି । ଗୁଇନ୍ଦା ରିପୋର୍ଟ ଅନୁସାରେ, ଲସ୍କର ଏବେ ଡ୍ରୋନ୍ ଜରିଆରେ ଭାରତରେ ଅନୁପ୍ରବେଶ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏଥିପାଇଁ ନିଜ ଟ୍ରେନିଂ କ୍ୟାମ୍ପରେ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେବା ମଧ୍ୟ ଆରମ୍ଭ କରିଛି । ଏହାର ଏକ ସ୍ୱତନ୍ତ୍ର ଭିଡିଓ ଗଣମାଧ୍ୟମରେ ପ୍ରକାଶ ପାଇଛି । ଭିଡିଓରେ ଦେଖାଯାଉଛି ଯେ, ଆତଙ୍କବାଦୀମାନେ ଏକ ଡ୍ରୋନ ମାଧ୍ୟମରେ ଆସି ଏକ ଜଳାଶୟ ନିକଟରେ ଓହ୍ଲାଉଛନ୍ତି । ପୂର୍ବରୁ କେବଳ ଡ୍ରୋନ୍ ଜରିଆରେ ସୀମା ପାର ହୋଇ ଡ୍ରଗ୍ସ ଚୋରା ଚାଲାଣ ହେଉଥିବା ବେଳେ ଏବେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ମଧ୍ୟ ଏହା ମାଧ୍ୟମରେ ପଞ୍ଜାବରେ ଆତଙ୍କବାଦୀଙ୍କୁ ଅବତରଣ କରିବାକୁ ଯୋଜନା କରୁଛନ୍ତି । ଜମ୍ମୁକଶ୍ମୀରର ଅନନ୍ତନାଗ ଜିଲ୍ଲାର ଏକ ପାହାଡ଼ିଆ ଅଞ୍ଚଳର ଜଙ୍ଗଲରେ ଲୁଚି ରହିଥିବା ଲସ୍କର ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଲଗାତାର ତୃତୀୟ ଦିନ ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ବେଳେ ଏହି ଭିଡିଓ ସାମ୍ନାକୁ ଆସିଛି । ଏହି ଯୋଜନାରେ ସଫଳ ହେଲେ, ତାହା ଭାରତୀୟ ସେନା ପାଇଁ ଏକ ନୂଆ ମୁଣ୍ଡବ୍ୟଥାର କାରଣ ସାଜିପାରେ ବୋଲି ଆଶଙ୍କା କରାଯାଉଛି ।

Leave a Reply