Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାୟୁସେନା ପାଇଁ କିଣାଯିବ ୧୨ଟି ସୁଖୋଇ ଲଢୁଆ ବିମାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାୟୁସେନା ପାଇଁ କିଣାଯିବ ୧୨ଟି ସୁଖୋଇ ଲଢୁଆ ବିମାନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଘାତକ କ୍ଷମତା ଆହୁରି ବଢିବାକୁ ଯାଉଛି । ଦେଶର ଆକାଶମାର୍ଗକୁ ଅଧିକ ସୁରକ୍ଷିତ କରିବା ପାଇଁ ଭାରତୀୟ ବାୟୁସେନା ପାଇଁ ୧୨ଟି ସୁଖୋଇ ୩୦ ଏମକେଆଇ ଲଢୁଆ ବିମାନ କିଣିବାକୁ ମଞ୍ଜୁରୀ ଦେଇଛି ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରତିରକ୍ଷା କ୍ରୟ ପରିଷଦ ବୈଠକରେ ମୋଟ ୪୫ ହଜାର କୋଟି ଟଙ୍କାମୂଲ୍ୟର ମୋଟ ୯ଟି କ୍ରୟ ପ୍ରସ୍ତାବକୁ ମଂଜୁରୀ ଦିଆଯାଇଛି । ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ହିନ୍ଦୁସ୍ତାନ ଏରୋନଟିକ୍ସ (ହାଲ୍‌) ଲିମିଟେଡ୍ ଏହି ସବୁ ବିମାନ ନିର୍ମାଣ କରିବ । ପ୍ରତିରକ୍ଷା ଅଧିକାରୀମାନେ କହିଛନ୍ତି ଯେ ୧୧,୦୦୦ କୋଟି ଟଙ୍କାର ଏହି ପ୍ରକଳ୍ପରେ ବିମାନ ଏବଂ ଆନୁଷଙ୍ଗିକ ଗ୍ରାଉଣ୍ଡ ସିଷ୍ଟମ ଅନ୍ତର୍ଭୁକ୍ତ ହେବ । ଏହି ବିମାନ ଭାରତରେ ନିର୍ମିତ ହେବ, ଯାହା ଦେଶରେ ନିର୍ମିତ ଲଢୁଆ ବିମାନ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ହେବ । ବିମାନରେ ଆବଶ୍ୟକତା ଅନୁଯାୟୀ ସାମଗ୍ରୀ ରହିବ । ସୁଖୋଇ-୩୦ ଏମକେଆଇ ଲଢୁଆ ବିମାନ ଗତ କିଛି ବର୍ଷ ମଧ୍ୟରେ ଦୁର୍ଘଟଣାର ଶିକାର ହୋଇଥିବା ୧୨ଟି ବିମାନର ସ୍ଥାନ ନେବ । ଏହା ଏକ ମଲ୍ଟିରୋଲ ଲଢୁଆ ବିମାନ । ଯେଉଁଥିରେ ଆକାଶରୁ ସ୍ଥଳ ଓ ଆକାଶରୁ ଆକାଶକୁ ଏକାସାଙ୍ଗରେ ଯୁଦ୍ଧ ଲଢ଼ିବାର କ୍ଷମତା ରହିଛି ।

Leave a Reply