Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କାଶ୍ମୀରରେ ପାକିସ୍ତାନର ହିଂସା ଷଡ଼ଯନ୍ତ୍ର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କାଶ୍ମୀରରେ ପାକିସ୍ତାନର ହିଂସା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ଶାନ୍ତ ଜାମ୍ମୁ-କାଶ୍ମୀରକୁ ଅଶାନ୍ତ କରିବାକୁ ପାକ୍‌ର ଷଡ଼ଯନ୍ତ୍ର । ଅଧିକରୁ ଅଧିକ ଆତଙ୍କୀଙ୍କୁ ଅନୁପ୍ରବେଶ କରାଇବା ଲାଗି ଉଦ୍ୟମ କରୁଛି ପାକିସ୍ତାନ । ସେଥିପାଇଁ ପାକିସ୍ତାନୀ ସେନା ସୀମା ଆରପଟେ ରହିଥିବା ଆତଙ୍କୀ ଶିବିର ଓ ଲଞ୍ଚ ପ୍ୟାଡକୁ ଏବେ ନିୟନ୍ତ୍ରଣ ରେଖା ନିକଟକୁ ସ୍ଥାନାନ୍ତର କରିଛି । ଏହି ଆତଙ୍କୀ ଶିବିରରେ ଲସ୍କର-ଇ-ତୈଇବା, ଜୈସ-ଇ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନ ଭଳି ଆତଙ୍କୀ ସଙ୍ଗଠନର ସଦସ୍ୟମାନେ ସାମିଲ ଅଛନ୍ତି । ଭାରତୀୟ ସେନା ଦୃଷ୍ଟିରୁ ବର୍ତ୍ତିବା ଲାଗି ଆତଙ୍କୀମାନେ ବିଭିନ୍ନ ରାସ୍ତା ଦେଇ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରୁଛନ୍ତି । ଲଞ୍ଚ ପ୍ୟାଡରେ ଥିବା ଆତଙ୍କୀଙ୍କୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ନିଯୁକ୍ତି ଓ ତାଲିମ ଦେଉଛି । ଜାମ୍ମୁ-କାଶ୍ମୀରରେ ଆତଙ୍କୀ ଆକ୍ରମଣ ଲାଗି ଆଇଏସ୍‌ଆଇ ଡ୍ରୋନ୍ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ପଠାଇଛି । ଶ୍ରୀନଗରକୁ ପ୍ରାୟ ୩୦୦ରୁ ଅଧିକ ଅସ୍ତ୍ରଶସ୍ତ୍ର ମଧ୍ୟ ପଠାଇଥିବା ଜଣାପଡିଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତ ସହ ହୋଇଥିବା ଯୁଦ୍ଧବିରତିରୁ ଓହରିଯିବା ଲାଗି ପାକିସ୍ତାନ ଉପରେ ବିଭିନ୍ନ ଆତଙ୍କୀ ସଙ୍ଗଠନ ଚାପ ପକାଇବାରେ ଲାଗିଛନ୍ତି । କେବଳ ଏତିକି ନୁହେଁ, ପାକିସ୍ତାନକୁ ସମର୍ଥନ କରୁଥିବା କିଛି ତାଲିବାନ ଆତଙ୍କୀ ମଧ୍ୟ ଭାରତରେ ଅନୁପ୍ରବେଶ କରିବା ଲାଗି ବାହାବଳପୁର, ପେଶାୱର ଓ ମୁଜାଫରାବାଦରେ ଅପେକ୍ଷା କରିଥିବା ନେଇ ଗୁଇନ୍ଦା ଇନପୁଟ୍ ମିଳିଛି । ଆତଙ୍କୀମାନଙ୍କୁ ଭାରତୀୟ ସୀମା ଭିତରେ ଅନୁପ୍ରବେଶ ଲାଗି ପାକିସ୍ତାନୀ ସେନା କଭର ଫାୟାର କରି ମଧ୍ୟ କରୁଛି । ଭାରତୀୟ ସେନା ପାଲଟା ଗୁଳିମାଡ଼ କଲେ ତାକୁ ଆଳ କରି ପାକିସ୍ତାନ ଯୁଦ୍ଧବିରତିରୁ ଓହରିଯିବାକୁ ବଡ଼ କାରଣ ଭାବେ ଦର୍ଶାଇବ । ସେଥିପାଇଁ ଭାରତୀୟ ସେନା ଯଥାସମ୍ଭବ ସଂଯମ ଆଚରଣ କରିଆସୁଛି । ପାକ୍ ଅଧିକୃତ କାଶ୍ମୀରର ମନସେରା, ମୁଜାଫରାବାଦ ଓ କୋଟଲିରେ ଆତଙ୍କୀ କ୍ଲଷ୍ଟର ରହିଛି । ମନସେରାର ବୋଇ, ବାଲାକୋଟ୍ ଓ ଗଢ଼ି ହବିବୁଲ୍ଲା ଅଞ୍ଚଳରେ ୩ଟି ଆତଙ୍କୀ ଲଞ୍ଚ ପ୍ୟାଡ୍‌? ରହିଥିଲା ବେଳେ ମୁଜାଫରାବାଦର ଚେଲାବନ୍ଦି, ସାୱଇନଳା, ଅବଦୁଲା ବିନ ମାସୁଦ ଏବଂ ଦୁଲାଇ ଅଞ୍ଚଳରେ ୪ଟି ଲଞ୍ଚ ପ୍ୟାଡ ରହିଥିବା ଜଣାପଡିଛି । ସେହିଭଳି କୋଟଲି କ୍ଲଷ୍ଟର ଅଧୀନରେ ସେନ୍‌ସା, କୋଟଲି, ଗୁଲପୁର, ଫଗୋସ ଏବଂ ଡବଗି ଆଦି ୫ଟି ସ୍ଥାନରେ ଆତଙ୍କୀ ଲଞ୍ଚ ପ୍ୟାଡ ରହିଛି ।

Leave a Reply