Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଶ୍ୱକର୍ମା ପୂଜା ଅବସରରେ ଯୋଜନାର ଶୁଭାରମ୍ଭ କରାଯାଇଛି । କୌଳିକ ବୃତ୍ତିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏପରି ଏକ ଯୋଜନାର ଆରମ୍ଭ କରିଛନ୍ତି ।ଏହି ଯୋଜନା ମାଧ୍ୟମରେ କୌଳିକ ବୃତ୍ତିଧାରୀଙ୍କୁ ୫% ସୁଧ ହାରରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇଦେବେ ସରକାର । ୧୮ ବର୍ଗର କୌଳିକ ବୃତ୍ତିଧାରୀଙ୍କୁ ମିଳିବ ଏହି ସୁବିଧା । ଏଥିପାଇଁ ୫ ବର୍ଷରେ ୧୩ ହଜାର କୋଟି ଖର୍ଚ୍ଚ କରିବେ କେନ୍ଦ୍ର ସରକାର । ସ୍ୱାଧୀନତା ଦିବସ ଅବସରରେ ଏପରି ଯୋଜନା ଆରମ୍ଭ ନେଇ ଘୋଷଣା କରିଥିଲେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ।ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, କୌଳିକ ବୃତ୍ତିଗତ ହେବେ ଉପକୃତବିଶ୍ୱକର୍ମା ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, କୌଳିକ ବୃତ୍ତିଗତ ହେବେ ଉପକୃତ ଯୋଜନାକୁ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ମିଳିବା ପରେ ବିଶ୍ୱକର୍ମା ପୂଜା ଅବସରରେ କାର୍ଯ୍ୟକାରୀ ହୋଇଛି । ସୁନା କାରିଗର, କମାର, ବାରିକ, ମୋଚୀ, ବଢ଼େଇ, ବୁଣାକାର, ବିଭିନ୍ନ ସାମଗ୍ରୀ ପ୍ରସ୍ତୁତକାରୀ, ଲୁହା କାରିଗର, ସୁନା କାରିଗର, କୁମ୍ଭାର, ମୂର୍ତ୍ତିକାର ଓ ରାଜମିସ୍ତ୍ରୀ ଭଳି ବିଭିନ୍ନ କୌଳିକ ବୃତ୍ତିଧାରୀ ଏହି ଯୋଜନାରେ ସୁଧ ଆକାରରେ ବ୍ୟାଙ୍କରୁ ଋଣ ଆଣିପାରିବେ । ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ଆଣିପାରିବେ, ଯେଉଁଥିରେ ମାତ୍ର ୫% ସୁଧ ଦେବାକୁ ପଡିବ । ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଅଧୀନରେ କୌଳିକ ବୃତ୍ତିଧାରୀଙ୍କୁ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ପ୍ରମାଣପତ୍ର, ପରିଚୟପତ୍ର ପ୍ରଦାନ କରିବେ । ଏହି ପରିଚୟପତ୍ର ଆଧାରରେ ଋଣ ମିଳିବ । ବିଶ୍ୱକର୍ମା ପୂଜା ଅବସରରେ ପ୍ରଧାନମନ୍ତ୍ରୀ ଅନେକ କୌଳିକ ବୃତ୍ତିଗତଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି । ସେମାନଙ୍କ ମଧ୍ୟରେ ଓଡ଼ିଶାର

ବସନ୍ତ ରଣା ମଧ୍ୟ ଅଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ବିଭିନ୍ନ ବେଶ ପ୍ରସ୍ତୁତ କରିଥିବାରୁ

ବସନ୍ତ ରଣାଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ । ରଣା ସେବକ ବସନ୍ତ ମହାପ୍ରଭୁଙ୍କର

ନାଗାର୍ଜୁନ, ହାତୀବେଶ ଆଦି ପ୍ରସ୍ତୁତ କରନ୍ତି । ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କ

ଉପହାର । \’ଯଶୋଭୂମି\’ ଏକ୍ସପୋ ସେଣ୍ଟରର ପ୍ରଥମ ପର୍ଯ୍ୟାୟ ଉଦଘାଟନ କଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀର ଦ୍ୱାରକାଠାରେ ଇଣ୍ଟରନ୍ୟାସନାଲ

କନଭେନସନ୍ ସମେତ \’ଯଶୋଭୂମି\’ ଏକ୍ସପୋ ସେଣ୍ଟରର ଉଦଘାଟନ କରିଛନ୍ତି ।

ଜନ୍ମଦିନ ଅବସରରେ ଦିଲ୍ଲୀର ଦ୍ୱାରକା ସେକ୍ଟର ୨୧ରୁ \’ଯଶୋଭୂମି\’ ଦ୍ୱାରକା

ଷ୍ଟେସନ ୨୫କୁ ସମ୍ପ୍ରସାରିତ ହୋଇଥିବା ବିମାନବନ୍ଦର ମେଟ୍ରୋ ଏକ୍ସପ୍ରେସ ଲାଇନର

ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ୱାରକା ସେକ୍ଟର ୨୫ ରେ

ନୂଆ ମେଟ୍ରୋ ଷ୍ଟେସନର ଉଦଘାଟନ ସହିତ \’ଯଶୋଭୂମି\’ ମଧ୍ୟ ଦିଲ୍ଲୀ ବିମାନବନ୍ଦର

ମେଟ୍ରୋ ଏକ୍ସପ୍ରେସ ଲାଇନ ସହିତ ସଂଯୁକ୍ତ ହେବ । \’ଯଶୋଭୂମି\’ ସମ୍ମିଳନୀ

କେନ୍ଦ୍ରରେ ପହଞ୍ଚି ପିଏମ ମୋଦୀ କାରିଗରମାନଙ୍କ ସହ କଥାବାର୍ତ୍ତା କରିଛନ୍ତି ।

\’ଯଶୋଭୂମି\’ ବିଶ୍ୱର ସର୍ବବୃହତ ଗଓଉଋ (ମିଟିଂ, ଇନସେଣ୍ଟିଭ୍‌, କନଫରେନ୍ସ,

ଏବଂ ପ୍ରଦର୍ଶନୀ) ସୁବିଧା ମଧ୍ୟରୁ ଗୋଟିଏ ହେବ । ୭୩,୦୦୦ ବର୍ଗ ମିଟରରୁ

ଅଧିକ ଅଞ୍ଚଳରେ ନିର୍ମିତ ଏହି ସମ୍ମିଳନୀ କେନ୍ଦ୍ରରେ ୧୫ ଟି ସମ୍ମିଳନୀ କକ୍ଷ ରହିଛି,

ଯେଉଁଥିରେ ମୁଖ୍ୟ ଅଡିଟୋରିୟମ୍‌, ଏକ ବଲ୍ ରୁମ୍ ଏବଂ ୧୩ ଟି ମିଟିଂ ରୁମ୍‌

ରହିଛି, ଯେଉଁଥିରେ ସମୁଦାୟ ୧୧,୦୦୦ ପ୍ରତିନିଧୀ ବସିପାରିବେ । ଏହାକୁ

ଅତି ନିଖୁଣ ଭାବେ ସଜାଯାଇଛି । ଯାହା ଦେଖିବାକୁ ଖୁବ୍ ଆକର୍ଷଣୀୟ ।

Leave a Reply