Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନୁହ ଗୋଷ୍ଠୀ ସଂଘର୍ଷ ଘଟଣାରେ ବନ୍ଧା ହେଲେ କଂଗ୍ରେସ ବିଧାୟକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନୁହ ଗୋଷ୍ଠୀ ସଂଘର୍ଷ ଘଟଣାରେ ବନ୍ଧା ହେଲେ କଂଗ୍ରେସ ବିଧାୟକ

ନୁହ: ହରିୟାଣାର ନୁହରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ମାମଲାରେ ବନ୍ଧା ହେଲେ କଂଗ୍ରେସ ବିଧାୟକ । ସାମ୍ପ୍ରଦାୟିକ ଦଙ୍ଗାକୁ ଉସକାଇବା ଅଭିଯୋଗରେ ହରିୟାଣାର ଫିରୋଜପୁରର କଂଗ୍ରେସ ବିଧାୟକ ମହମ୍ମଦ ଖାନଙ୍କ ବିରୋଧରେ ମାମଲା ହୋଇଥିବା ବେଳେ ଗତକାଲି ତାଙ୍କୁ ବାନ୍ଧିଛି ପୁଲିସ୍ । ମହମ୍ମଦ ଖାନଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ, ଫୋନ୍ କଲ ରେକର୍ଡ ରହିଛି  । ଏପରିକି ଆଗୁଆ ଜାମିନ ପାଇଁ ସେ ହରିୟାଣା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ସେଠାରୁ ମଧ୍ୟ ଆଶ୍ୱସ୍ତି ପାଇ ପାର ନାହାନ୍ତି । ଏହି ମାମଲାର ଶୁଣାଣି ଅକ୍ଟୋବର ୯ ତାରିଖକୁ ଘୁଞ୍ଚାଇ ଦିଆଯାଇଥିବା ବେଳେ ପୁଲିସ୍ ତାଙ୍କୁ ବାନ୍ଧିଛି । ବିଧାୟକଙ୍କୁ ଗତକାଲି ଗିରଫ କରାଯାଇଥିବା ବେଳେ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଜଣାଯାଇଛି । ଏହି ମାମଲାରେ ହାଜର ହେବାକୁ ପୂର୍ବରୁ ଦୁଇ ଥର ବିଧାୟକ ମହମ୍ମଦ ଖାନଙ୍କୁ ସମନ କରାଯାଇଥିବା ବେଳେ ଅସୁସ୍ଥତା ବାହାନା କରି ସେ ପୁଲିସ୍ ସମ୍ମୁଖରେ ହାଜର ହୋଇ ନ ଥିଲେ । ଏଥିସହ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାମଲା ହୋଇଥିବାରୁ ଝଓଞ ଦ୍ୱାରା ଏହାର ତଦନ୍ତ ପାଇଁ ସେ ଦାବି କରିଛନ୍ତି । ଏହି ମାମଲାର ତଦନ୍ତ ପାଇଁ ଏକ କମିଟି ଗଠନ ସହ ଆଇଜି ରାଙ୍କର ଅଧିକାରୀ ଏହାର ତଦନ୍ତ କରିବାକୁ ସେ ହରିୟାଣାହାଇକୋର୍ଟରେ ଆବେଦନ କରିଛନ୍ତି । ଜୁଲାଇ ୩୧ରେ ନୁହରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ଘଟିବା ପରେ ପ୍ରଶାସନ ଇଣ୍ଟରନେଟ୍ ଏବଂ ଏସଏମଏସ ସେବାକୁ ସ୍ଥଗିତ ରଖିଥିଲା । ଏହି ସମୟରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଗୋଷ୍ଠୀ ସଙ୍ଗର୍ଷ ଘଟି ୬ ଜଣଙ୍କର ଜୀବନ ଯାଇଥିଲା । ବବିକ୍ଷୋଭକାରୀମାନେ ବ୍ୟାପକ ଭଙ୍ଗାରୁଜା ସହ ପୋଡାଜଳା ବି କରିଥିଲେ । ଦୁଇ ଗୋଷ୍ଠୀ ପଥର ମାଡ କରିବା ସହ କାରରେ ମଧ୍ୟ ନିଆଁ ଲାଗାଇ ଦେଇଥିଲେ । ହିଂସାକାଣ୍ଡ ଅନ୍ୟ ଅଞ୍ଚଳ ସମେତ ପାଖ ରାଜ୍ୟକୁ ମଧ୍ୟ ବ୍ୟାପିଥିଲା । ଏପରିକି ମାମଲା ମଧ୍ୟ ସୁପ୍ରିମକୋର୍ଟରେ ପହଞ୍ଚିଥିଲା ।

Leave a Reply