Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗାମାତାଙ୍କ ସେବା କରୁଛନ୍ତି କଳିଙ୍ଗ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗାମାତାଙ୍କ ସେବା କରୁଛନ୍ତି କଳିଙ୍ଗ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀ

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ଗୋମଙ୍ଗଳ ସମିତି କୁ ପ୍ରତ୍ୟେକ ରବିବାର ଦିନ କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦୋଳ ଠାରେ ଥିବା କଳିଙ୍ଗ ଆବାସିକ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଆସି ଗୋରୁ ଗାଈମାନଙ୍କର ସେବା କରୁଛନ୍ତି । ଛାତ୍ର ଜୀବନରୁ ବିଦ୍ୟାଳୟ ସ୍ତରରେ ସମାଜ ଓ ପରିବାର ପ୍ରତି ନୈତିକ ଦାୟିତ୍ୱ ଶିକ୍ଷା ଦେବା ନିମନ୍ତେ ବିଦ୍ୟାଳୟ ପକ୍ଷରୁ ଏଭଳି ଉପାୟ ଅବଲମ୍ବନ କରାଯାଇଛି । ଛାତ୍ର ଛାତ୍ରୀମାନଙ୍କୁ କେବଳ ପୋଥୀ ବିଦ୍ୟାରେ ସୀମିତ ନରଖି କିଭଳି ସମାଜସେବା ପ୍ରତି ଆକୃଷ୍ଟ ହେବେ ଏବଂ ଦେଶ ଓ ଜାତି ପ୍ରତି ତାଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ ସମ୍ପର୍କରେ ନୈତିକ ଶିକ୍ଷା ଗ୍ରହଣ କରିବେ ସେନେଇ ଛାତ୍ର ଛାତ୍ରୀଙ୍କୁ ପ୍ରତ୍ୟକ୍ଷ ଜ୍ଞାନ ଆହୋରଣ କରାଯାଉଛି । ବିଦ୍ୟାଳୟର ଅଧ୍ୟକ୍ଷ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ନେତୃତ୍ୱରେ ଛାତ୍ରଛାତ୍ରୀମାନେ ସେମାନଙ୍କର ଅଭିଭାବକମାନଙ୍କ ଠାରୁ ଗୋମଙ୍ଗଳ ସମିତିରେ ରହିଥିବା ଗୋରୁ ଗାଈମାନଙ୍କ ପାଇଁ ବିଭିନ୍ନ ଖାଦ୍ୟପଦାର୍ଥ ଆଣି ଖୁଆଇ ଦେଉଛନ୍ତି । ଏହାଛଡ଼ା ଗୋମଙ୍ଗଳ ସମିତିରେ ରଖାଯାଇଥିବା ବୁଢା, ହଡ଼ା ,ରୋଗୀଣା ଓ ଅକର୍ମଣ୍ୟ ଗୋରୁଗାଈଙ୍କ ରହଣୀସ୍ଥଳକୁ ଛାତ୍ର ଛାତ୍ରୀ ସଫାସୁତୂରା କରିବା ସହିତ ଏହାର ପରିସରରେ ପଡ଼ିଥିବା ଅଳିଆ ଆବର୍ଜନା ଗୁଡ଼ିକୁ ଉଠାଇ ନେଇ ପରିସ୍କାର ପରିଚ୍ଛନ୍ନ କରିଥାନ୍ତି । ବିଗତ କିଛି ଦିନ ହେବ ଅନବରତ ଭାବେ ପ୍ରତ୍ୟେକ ରବିବାର ଦିନ ବହୁ ଛାତ୍ର ଛାତ୍ରୀ ଏଠାକୁ ଆସି ଏଭଳି ଗୋସେବା ଓ ଗୋସୁରକ୍ଷା ପ୍ରତି ଯତ୍ନବାନ ହୋଇ କାର୍ଯ୍ୟ କରିଥିବାରୁ ଏ ଅଞ୍ଚଳରେ ଏହାର ଏକ ପ୍ରଭାବ ପଡ଼ିଛି । ବର୍ତ୍ତମାନ ଡ଼ିଜିଟାଲ ଯୁଗରେ ପିଲାମାନେ ଟିକେ ସମୟ ପାଇଲେ ମୋବାଇଲ ଦ୍ୱାରା ଅନଲାଇନ ମାଧ୍ୟମରେ ବିଭିନ୍ନ ଖେଳ ଓ ମନୋରଂଜନ କରୁଥିବା ବେଳେ ଉକ୍ତ ଛାତ୍ର ଛାତ୍ରୀମାନେ ଗାଈ ଗୋରୁମାନଙ୍କ ପ୍ରତି ସ୍ୱେଚ୍ଛାକୃତ ସେବା ଓ ସୁରକ୍ଷା ଯୋଗାଉଛନ୍ତି ତାହା ଅନ୍ୟ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ପାଇଁ ପ୍ରେରଣାଦାୟକ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି । ଅପରପକ୍ଷରେ ବର୍ତ୍ତମାନ ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରାଯାଇ ଛାତ୍ର ଛାତ୍ରୀମାନଙ୍କୁ ପାଠପଢା ଛଡ଼ା ଅନ୍ୟ କୌଣସି କାର୍ଯ୍ୟରେ ଲଗାଇବା ପାଇଁ ବ୍ୟବସ୍ଥା ନଥିବାବେଳେ ଛାତ୍ର ଜୀବନରୁ ଏଭଳି ସମାଜସେବା କାର୍ଯ୍ୟ କରି ଲୋକମାନଙ୍କ ଠାରୁ ବେଶ ପ୍ରଶଂସିତ ହେଉଛନ୍ତି ।

Leave a Reply