Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଦୈନିକ ଘଣ୍ଟାଏ ହସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦୈନିକ ଘଣ୍ଟାଏ ହସ

ହସିବାକୁ ଚଅନେକ ରୋଗର ମହୌଷଧି ବୋଲି କୁହାଯାଏ । ହସିବା ଦ୍ୱାରା ଶରୀରର ମାଂସପେଶୀ, ଚକ୍ଷୁ, ହୃତ୍‌ପିଣ୍ଡ ଏବଂ ମସ୍ତିଷ୍କ ସୁସ୍ଥ ରହିଥାଏ । ୟୁନିଭର୍ସିଟି ଅଫ୍ ମେରିଲାଣ୍ଡ୍‌ର ଏକ ଗବେଷଣା ଅନୁସାରେ, ମନଖୋଲି ହସୁଥିବା ଲୋକଙ୍କର ରକ୍ତସଞ୍ଚାଳନ ଅନ୍ୟମାନଙ୍କ ତୁଳନାରେ ସଠିକ୍ ଢ଼ଙ୍ଗରେ ହୋଇଥାଏ । ୧୦ ମିନିଟ୍ ପର୍ଯ୍ୟନ୍ତ କୌଣସି ମଜା କଥାକୁ ମନପକାଇ ହସିବା ଦ୍ୱାରା ଆପଣଙ୍କୁ ୨ ଘଣ୍ଟା ପର୍ଯ୍ୟନ୍ତ ଯନ୍ତ୍ରଣାରୁ ଆରାମ ମିଳିଥାଏ । ଏହାସହ ଶରୀର ରୋଗପ୍ରତିରୋଧକ କ୍ଷମତା ବି ବୃଦ୍ଧି ପାଇଥାଏ । ବିଶେଷଜ୍ଞଙ୍କ ଅନୁସାରେ, ଯେଉଁ ଲୋକମାନେ ଅଧିକ ହସିଥାନ୍ତି ସେମାନେ ଦୀର୍ଘଦିନ ଯାଏ ବୟସର ଛାପକୁ ଲୁଚାଇ ପାରନ୍ତି । ଫିଜଓଥେରାପିଷ୍ଟ୍‌ଙ୍କ ଅନୁସାରେ, ଯଦି ସକାଳ ସମୟରେ ହାସ୍ୟ ଧ୍ୟାନ କରାଯାଏ, ତେବେ ଦିନସାରା ମନ ପ୍ରଫୁଲ୍ଲ ଏବଂ ପ୍ରସନ୍ନ ରହେ । ତା’ସହ ଶରୀର ଫୂର୍ତ୍ତି ଅନୁଭୂତ ହୁଏ । ଏହି ଯୋଗ ଦ୍ୱାରା ଶରୀରରେ କିଛି ହର୍ମୋନ୍ ଝରିଥାଏ, ଯାହା ଯୋଗୁ ମଧୁମେହ, ପିଠି ଯନ୍ତ୍ରଣା ଏବଂ ଅବସାଦରୁ ଆରାମ ମିଳେ । କେବଳ ସେତିକି ନୁହେଁ, କାର୍ଯ୍ୟାଳୟରେ ଦୀର୍ଘ ସମୟ ବସିରହିବା ଦ୍ୱାରା ସ୍ପେଣ୍ଡାଲାଇଟ୍ସ ଭଳି ସମସ୍ୟା ସୃଷ୍ଟି ହେଉଛି । ହସିବା ଦ୍ୱାରା ଏହି ସମସ୍ୟା ଉପରେ ଉତ୍ତମ ପ୍ରଭାବ ପଡ଼ିଥାଏ ।

Leave a Reply