Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିରୋଧୀ ମେଣ୍ଟ ସନାତନ ଧର୍ମକୁ ଧ୍ୱଂସ କରିବାକୁ ଚାହୁଁଛି : ପ୍ରଧାନମନ୍ତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିରୋଧୀ ମେଣ୍ଟ ସନାତନ ଧର୍ମକୁ ଧ୍ୱଂସ କରିବାକୁ ଚାହୁଁଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିରୋଧୀ ଦଳଗୁଡ଼ିକ ଏକାଠି ହୋଇ ଗଠନକରିଥିବା ଇଣ୍ଡିଆ ମେଣ୍ଟକୁ କଡ଼ା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଣ୍ଡିଆ ମେଣ୍ଟକୁ ଘମଣ୍ଡିଆମେଣ୍ଟ କହି ତାଚ୍ଛଲ୍ୟ କରୁଥିବା ମୋଦି ଆଜି ସନାତନ ଧର୍ମକଥା ଉଠାଇଛନ୍ତି । ସନାତନ ଧର୍ମକୁ ଧ୍ୱଂସ କରିବା ହିଁବିରୋଧ ମେଣ୍ଟର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି । ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ମୋଦି କହିଛନ୍ତି, “ସ୍ୱାମୀ ବିବେକାନନ୍ଦ ଓ ଲୋକମାନ୍ୟ ତିଲକଙ୍କୁ ଅନୁପ୍ରାଣିତ କରିଥିବା ସନାତନ ଧର୍ମକୁ ଏହି ଇଣ୍ଡିଆ ମେଣ୍ଟର ଲୋକମାନେ ସମାପ୍ତ କରିବା ପାଇଁ ଚାହୁଁଛନ୍ତି । ଏହି ଇଣ୍ଡିଆ ମେଣ୍ଟ ସନାତନ ଧର୍ମକୁ ଧ୍ୱଂସ
କରିବାକୁ ଲକ୍ଷ୍ୟ ରଖିଛନ୍ତି । ଆଜି ସେମାନେ ଖୋଲାଖୋଲି ଭାବେ ସନାତନ ଧର୍ମକୁ ଟାର୍ଗେଟ କରୁଛନ୍ତି । ଆସନ୍ତାକାଲି ସେମାନେ ଆମ ଉପରେ ଆକ୍ରମଣକୁ ଆହୁରି ଜୋରଦାରକରିବେ । ଦେଶରେ ଥିବା ସମସ୍ତ ସନାତନୀ ଓ ଆମ ଦେଶକୁ ଭଲ ପାଉଥିବା ଲୋକମାନେ ଏଥିପ୍ରତି ସତର୍କ ରହିବାର ଆବଶ୍ୟକ ରହିଛି । ଆମକୁ ଏପରି ଲୋକଙ୍କୁ ଅଟକାଇବାରଅଛି । ଘମଣ୍ଡିଆ(ଇଣ୍ଡିଆ) ମେଣ୍ଟର ନେତାମାନେ ନିକଟରେମୁମ୍ବାଇରେ ଭେଟଘାଟ କରିଥିଲେ । ସେମାନଙ୍କ ପାଖରେ କୌଣସି ନୀତି ଅଛି ନା ପ୍ରସଙ୍ଗ ଅଛି ନା ନେତା ଅଛନ୍ତି ।ସେମାନେ କେବଳ ସନାତନ ଧର୍ମକୁ ଆକ୍ରମଣ କରିବାକୁ ଯୋଜନା କରିଛନ୍ତି ।” ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ମଧ୍ୟପ୍ରଦେଶରେ ଆଜି ପ୍ରଧାନମନ୍ତ୍ରୀ ମୋଦି ବିନା ରିଫାଇନେରୀରେ ୪୯ ହଜାର କୋଟି ଟଙ୍କାର ପେଟ୍ରୋଲକେମିକାଲ୍ସ କମ୍ପେ୍ଲକ୍ସର ଶିଳାନ୍ୟାଶ କରିଛନ୍ତି । ଏଥିସହରାଜ୍ୟରେ ୧୦ଟି ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ନିକଟରେ ଡିଏମକେ ନେତା ଉଦୟନିଧି ଷ୍ଟାଲିନସନାତନ ଧର୍ମକ ସାମାଜିକ ନ୍ୟାୟ ବିରୋଧୀ ଓ ଏହାକୁ ବିଲୋପକରାଯିବା ଦରକାର ବୋଲି କହିଥିଲେ । ସେହିପରି ଡିଏମକେରଅନ୍ୟତମ ନେତା ଏ ରାଜା ମଧ୍ୟ ସନାତନ ଧର୍ମକୁ କୁଷ୍ଠ ଓଏଚଆଇଭି ସହ ମଧ୍ୟ ତୁଳନା କରିଥିଲା । ଏହାକୁ ନେଇ ବିବାଦଲାଗି ରହିଥିବା ବେଳେ ଆଜି ମୋଦି ସନାତନ ଧର୍ମକୁ ନେଇବିରୋଧୀଙ୍କ ଉପରେ ବର୍ଷିଛନ୍ତି ।

Leave a Reply