Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାରଳାଖେମୁଣ୍ଡି ଶିଶୁ ବିଦ୍ୟାମନ୍ଦିରରେ ଗୁରୁ ଦିବସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାରଳାଖେମୁଣ୍ଡି ଶିଶୁ ବିଦ୍ୟାମନ୍ଦିରରେ ଗୁରୁ ଦିବସ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଭାରତର ପ୍ରଥମ ଉପ-ରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନ ଅବସରରେ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅବସର ପ୍ରାପ୍ତ ସରକାରୀ ଶିକ୍ଷକ ଦାମୋଦର ଜେନାଙ୍କୁ ଅନୁଷ୍ଠାନ ର ବରିଷ୍ଠ ଉପଦେଷ୍ଟା ପୂଜ୍ୟ ମହନ୍ତ ଶ୍ରୀ ରାମାନନ୍ଦ ଦାଶ ଉପଢୌକନ, ପୁଷ୍ପଗୁଚ୍ଛ,ଶ୍ରୀଫଳ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଛାତ୍ର ଛାତ୍ରୀ ମାନେ ଗୁରୁଙ୍କ ଉଦ୍ଦେଶ୍ୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ଶେଷରେ ଶିଶୁମାନେ ଭକ୍ତିର ସହ ଗୁରୁ ପୂଜନ କରିଥିଲେ । ଶେଷରେ ବିଦ୍ୟାଳୟର ପରିଚାଳନା ସମିତିର ସଦସ୍ୟ ବୃନ୍ଦ ବିଦ୍ୟାଳୟର ଆଚାର୍ଯ୍ୟ ଆଚାର୍ଯ୍ୟା ତଥା ସେବକ ସେବିକା ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମର ଶେଷରେ ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply