Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନକ୍ସଲି ଗତିବିଧି ମାମଲାରେ ଏନଆଇଏ ଛାନବିନ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନକ୍ସଲି ଗତିବିଧି ମାମଲାରେ ଏନଆଇଏ ଛାନବିନ୍

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି, ସିପିଆଇ ଟେରର ଫଣ୍ଡିଂ ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି । ଉତ୍ତରପ୍ରଦେଶର ପ୍ରୟାଗରାଜ, ବାରଣାସୀ, ଚନ୍ଦୌଲି, ଆଗମଗଡ଼ ଏବଂ ଦେୱରିଆ ଜିଲ୍ଲାର ୮ଟି ସ୍ଥାନରେ ଚଢ଼ାଉ କରିଛନ୍ତି । ସୂତ୍ରରୁ କୁହାଯାଉଛି, ଏକ ନକ୍ସଲି ଗତିବିଧି ମାମଲାରେ ଏନଆଇଏ ଛାନବିନ୍ କରିଛି । ଚନ୍ଦୌଲିରେ ଯାଞ୍ଚ ଟିମ୍ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି । କୁହାଯାଇଛି, ଭଗତ ସିଂହ ଛଥାତ୍ର ମୋର୍ଚ୍ଚା ଏବଂ ବିଏଚୟୁର ଛାତ୍ରା ଆକାଂକ୍ଷା ଆଜାଦଙ୍କୁ ମଧ୍ୟ ପଚରାଉଚରା କରିଛନ୍ତି । ସୂଚନା ଅନୁଯାୟୀ, ଭଗତ ସିଂହ ଛାତ୍ର ମୋର୍ଚ୍ଚା ସଦସ୍ୟ ଏବଂ ବିଏଚୟୁର ଛାତ୍ର ଆକାଂକ୍ଷା ଆଜାଦଙ୍କୁ ପଚରାଉଚରା ଚାଲିଛି । ଦିଲ୍ଲାରୁ ଆସିଥିବା ଯାଞ୍ଚ ଏଜେନ୍ସି ଟିମ୍ ସକାଳୁ ମହାମନାରେ ଥିବା ବାସଭବନରେ ଯାଞ୍ଚ କରିଛି । ସେହିପରି ଦେୱରିଆର ଉମା ନଗର କମ୍ବେରେ ଏନଆଇଏ ଟିମ୍ ଛାପାମାରୀ କରିଛି । ଯାଞ୍ଚ ଟିମ୍ ଜନୱଦୀ କ୍ରାନ୍ତି ଦଳର ରାଷ୍ଟ୍ରୀୟ ମହାସଚିବ ଡା. ରାମନାଥ ଚୌହାନଙ୍କ ଘରେ ପହଞ୍ଚିଛି । ବର୍ତ୍ତମାନ ସମୟରେ ପରିବାର ଲୋକଙ୍କୁ ପଚରାଉଚାର କରୁଛି ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି । କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ବା ଏନଆଇଏ ଦ୍ୱାରା ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇ ମଙ୍ଗଳବାର ଉତ୍ତର ପ୍ରଦେଶର ଅନେକ ସ୍ଥାନରେ ସର୍ଚ୍ଚ ଅପେରସନ କରିଛି । ଏହି ଯାଞ୍ଚ ସହିତ ନକ୍ସଲି ଗତିବିଧି ମାମଲା ଯୋଡ଼ି ହୋଇ ରହିଛି । ୨୦୨୨ରେ ଏନଆଇଏକୁ କିଛି ଗୁରୁତ୍ୱପୂର୍ଣ୍ଣ ଇନପୁଟ୍ ମିଳିଥିଲା । ଉତ୍ତର ପ୍ରଦେଶର କିଛି ସ୍ଥାନ ନକ୍ସଲି ଗତିବିଧିକୁ ବଢ଼ାଇବା ପାଇଁ କିଛି ଲୋକ ଯୁବପୀଢିଙ୍କୁ ଉସୁକାଉଛନ୍ତି । ଏହି ମାମଲାକୁ ଗୁରୁତର ଏନଆଇଏ ୮ଟି ସ୍ଥାନରେ ରେଡ୍ କରି ପଚରାଉଚରା କରୁଛି ।

Leave a Reply