Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବଡକୂଳ ସରସ୍ୱତୀ ଶିଶୁ ମନ୍ଦିରରେ ଭାଗବତ୍ ସମାବେଶ ସମାରୋହ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବଡକୂଳ ସରସ୍ୱତୀ ଶିଶୁ ମନ୍ଦିରରେ ଭାଗବତ୍ ସମାବେଶ ସମାରୋହ

କେନ୍ଦ୍ରାପଡା- ମହାକାଳପଡ଼ା ବ୍ଲକ ବଡକୂଳରେ ଅବସ୍ଥିତ ଦଶମୌଜି ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଦଶମୌଜିର ୧୫ ଗୋଟି ଭାଗବତ ଟୁଙ୍ଗିଙ୍କୁ ନେଇ ଏକ ସମ୍ମିଳନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଛୋଟ ଛୋଟ ପିଲାମାନଙ୍କୁ ସୁଶିକ୍ଷା ସହ ଭଗବତ୍ ପ୍ରେମୀ କରାଇବା ଏବଂ ନୀତିଶିକ୍ଷା ପ୍ରଦାନ ଲକ୍ଷ୍ୟ ନେଇ ଦିର୍ଘ ୫ ଦିନ ବ୍ୟାପୀ ଭଗବତ୍ ପରାୟଣ କରାଯିବା ସହ ପୂଜାର୍ଚ୍ଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭାଗବତ ଟୁଙ୍ଗିର ରାଜ୍ୟ ସଭାପତି ଲଙ୍ଗୁଳି ବାବା, ଉପସଭାପତି ସୁବ୍ରତ ରାଉତ, କେନ୍ଦ୍ରାପଡା ଜିଲ୍ଲା ସଭାପତି ସୁରେନ୍ଦ୍ର ଶତପଥୀ, ସଂପାଦକ ପ୍ରଦୀପ ସାହୁ, କେନ୍ଦ୍ରାପଡା ଜିଲ୍ଲା ଉପଦେଷ୍ଟା କୁଳମଣି ବେହେରା, ସମାଜସେବୀ ପବିତ୍ର ସାମଲ, ବଡକୂଳର ସରପଞ୍ଚ ପ୍ରଜ୍ଞା ପାରମିତା କର, ପୂର୍ବତନ ସମିତି ସଭ୍ୟ ବିପିନ ବିହାରୀ ସ୍ୱାଇଁ, ପୁର୍ବତନ ସରପଞ୍ଚ ନିରୋଦ ଆଚାର୍ଯ୍ୟ ଓ ଲତିକା ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବଡକୂଳ ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍‌ଯ ରଞ୍ଜନ ମହାପାତ୍ରଙ୍କ ସହ ସମସ୍ତ ଗୁରୁଜୀ ଓ ଗୁରୁମା ବିକଳିଭାଇ, ମାନିନୀ ଅପା, ପାର୍ବତୀ ଅପା, ପ୍ରିୟଙ୍କା ଅପା, ସସ୍ମିତା ଅପା, ରମାକାନ୍ତ ଭାଇ ଓ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave a Reply