Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚାଲାଣ ବେଳେ ୨ ଟି କଂଟେନରେ ଭର୍ତି ଗୋରୁଙ୍କୁ ଉଦ୍ଧାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚାଲାଣ ବେଳେ ୨ ଟି କଂଟେନରେ ଭର୍ତି ଗୋରୁଙ୍କୁ ଉଦ୍ଧାର


ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଲୋଇସିଂହାରେ ୨ ଟି କଂଟେନର ରେ ଚାଲାଣ ହଉ ଥିଲା ଗୋରୁ । ଲୋଇସିଂହା ପୋଲିସ ଦ୍ୱାରା ଗୋରୁମାନଙ୍କୁ ଉଦ୍ଧାର କରି ବଲାଙ୍ଗିର ଗୋଶାଳାରେ ସୁରକ୍ଷିତ ଭାବେ ଉଦ୍ଧାର କଲା ପୋଲିସ । ତେବେ ସୂଚନା ଆଧାରରେ ଅଗଷ୍ଟ ୧୨ ତାରିଖ ରାତିରେ ୨ ଟି କଂଟେନରେ ଭର୍ତର୍ି ଗୋରୁ ଚାଲାଣ ହେଉଥିବା ବେଳେ ଲୋଇସିଂହା ପୋଲିସ ମାଡ଼ି ବସି ଗୋରୁ ଚାଲାଣ ହେଉଥିବା କଂଟେନରକୁ ଧରି ବଲାଙ୍ଗିର ପୋଲିସ ସହାୟତା ରେ ଗୋଶାଳାରେ ଗୋରୁମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଖବର ମିଳିଛି । ଗୋରୁ ଚାଲାଣ ହେଉଥିବା କଂଟେନର ୨ଟି ର ନମ୍ବର ହେଉଛି ଡବ୍ଲୁ.ବି. ୧୩୬୨୯୨ ଓ ଡବ୍ଲୁ.ବି. ୧୩ ୫୭୨୨ । ତେବେ ଏହି ଗୋରୁ ଚାଲାଣ ବଲାଙ୍ଗିର ଜିଲ୍ଲା ସାଲେଭଟା ଅଂଚଳରୁ ନିଆଯାଉଥିବା ବେଳେ ପଶ୍ଚିମବଙ୍ଗ ପଟକୁ ଯାଉଥିଲା । ପୂର୍ବରୁ ମଧ୍ୟ ଏଭଳି ଘଟଣା ବହୁଥର ଘଟିଥିବା ବେଳେ ଆଜି ପୁଣି ସମାନ ଭାବରେ ଏଭଳି ଘଟଣା ଦେଖା ଦେଇଛି । ଅନ୍ୟପଟେ ବାରମ୍ବାର ଏଭଳି ଘଟଣାକୁ ଅନେକ ବୁଦ୍ଧିଜୀବିଙ୍କ ମହଲରେ ତୀବ୍ର ନିନ୍ଦା କରାଯାଇଛି । ଆହୁରି ମଧ୍ୟ ପୋଲିସ ଓ ପ୍ରଶାସନ ଏହିଭଳି ଚାଲାଣ କାର୍ଯ୍ୟରେ ଲିପ୍ତଥିବା ଲୋକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ସାଧାରଣରେ ଦାବି ହେଉଛି ।

Leave a Reply