Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆତ ପତ୍ର ପୋଷକ ତତ୍ତ୍ୱରେ ଭରପୂର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆତ ପତ୍ର ପୋଷକ ତତ୍ତ୍ୱରେ ଭରପୂର

ପୋଷକ ତତ୍ତ୍ୱରେ ଭରପୂର ଆତ ପତ୍ର, ଚା’ କରି ପିଇଲେ ମିଳେ ଜବରଦସ୍ତ ଫାଇଦା ଆପଣ ଫଳ ନିଶ୍ଚିତ ଖାଇଥିବେ । ଆପଣ ଫଳ ଶରୀର ପାଇଁ ବେଶ୍ ଉପକାରୀ । ଫଳରେ ଥିବା ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପକାଇଥାଏ । ଆପଣମାନେ ସେଓ, ଅଙ୍ଗୁର, କମଳା, କଦଳୀ, ନାସପତି, ଆତ ଇତ୍ୟାଦି ଫଳ ଖାଇଥିବେ । ସବୁ ଫଳ ଖାଇବାକୁ ବେଶ୍ ସ୍ୱାଦିଷ୍ଟ । ହେଲେ ଆତ ଖାଇବାକୁ ଶୀତଦିନରେ ଅନେକ ଲୋକ ପସନ୍ଦ କରନ୍ତି । ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଫାଇଦାଯୁକ୍ତ । ତେବେ କେବଳ ଆତ ନୁହେଁ ବରଂ ଏହାର ପତ୍ର ମଧ୍ୟ ଶରୀର ପାଇଁ ଉପକାରୀ । ଆତ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି । ଯାହା ସ୍ୱାସ୍ଥ୍ୟ ପାଇଁ ଫାଇଦାଯୁକ୍ତ । ଏହାର ପତ୍ରକୁ ଚା’ କରି ପିଇପାରିବେ, ଯାହା ଆପଣଙ୍କର ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟା ଦୂର କରିଥାଏ । ଆତ ପତ୍ରର ଫାଇଦା : ଆତ ପତ୍ର ସ୍କିନ ପାଇଁ ବହୁତ ଫାଇଦାଯୁକ୍ତ । ଏହାର ପତ୍ରରେ ଭିଟାମିନ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ଯାହା ସ୍କିନ ସହିତ ଜଡିତ ସମସ୍ୟା ଦୂର କରିଥାଏ । ଆତ ପତ୍ରର ଚା’ ପିଇଲେ ଚେହେରାରେ ଉଜ୍ୱଳତା ଆସିବା ସହିତ ତ୍ୱଚା ଭାଙ୍ଗ ସମସ୍ୟାରୁ ମୁକ୍ତି ମିଳିଥାଏ । ଆତ୍ର ପତ୍ର ଚା’ ଆଖି ପାଇଁ ବେଶ୍ ଫାଇଦାଯୁକ୍ତ ହୋଇଥାଏ । ଆତପତ୍ର ଚା’ ପିଇବା ଦ୍ୱାରା ଦୃଷ୍ଟିଶକ୍ତି ବଢିଥାଏ । ଆତପତ୍ରରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଦୃଷ୍ଟିଶକ୍ତି ପାଇଁ ଫାଇଦାଯୁକ୍ତ । ଆତପତ୍ର ପାଚନ ସମସ୍ୟା ଦୂର କରିଥାଏ । ଏଥିରେ ଥିବା ପୋଷକ ଗୁଣ ଅପଚ, କୋଷ୍ଠକାଠିନ୍ୟ ଏବଂ ଏସିଡିଟି ଭଳି ରୋଗ ଦୂର କରିଥାଏ । ଆତ ପତ୍ର ଚା’ ପିଇବା ଦ୍ୱାରା ପାଚନକ୍ରିୟାରେ ଆରାମ ମିଳିଥାଏ । ଆତ ପତ୍ରରେ ହିମୋଗ୍ଲୋବିନ ବଢାଇବାର କାମ କରିଥାଏ । ଏଥିରେ ଥିବା ଆଇରନ ଏନିମିଆ ଭଳି ରୋଗ ପାଇଁ ଫାଇଦାଯୁକ୍ତ । ବ୍ଲଡ ପ୍ରେସର ଏବଂ କାଲେଷ୍ଟ୍ରୋଲ ଭଳି ସମସ୍ୟା ଦୂର କରେ । ଆତ ପତ୍ର ଷ୍ଟ୍ରେସ କମ୍ କରିଥାଏ । ଭିଟାମିନ ବି ୬ ଷ୍ଟ୍ରେସ ଦୂର କରିଥାଏ । ଆତ ପତ୍ର ଚା’ରେ ସେରୋଟୋନିନ ଏବଂ ଡିପୋମାଇନକୁ ବଢାଇଥାଏ, ଯାହା ଆପଣଙ୍କ ମୁଡକୁ ଠିକ୍ ରଖେ ।

Leave a Reply