୭୦ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ମୋଦି ମଙ୍ଗଳବାର ନିଯୁକ୍ତି ମେଳା ଅଧିନରେ

୭୦ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ

କରିବେ । ପୂର୍ବାହ୍ନ ୧୦.୩୦ ସମୟରେ

ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନ୍ସିଂ

ମାଧ୍ୟମରେ ଏହି ନିଯୁକ୍ତି ମେଳାର

କାର୍ଯ୍ୟକ୍ରମରେ ଯୋଗଦେବେ, ଯେଉଁଥିରେ

ନୂତନ ନିଯୁକ୍ତ କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର

ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ

ପ୍ରଧାନମନ୍ତ୍ରୀ ମଧ୍ୟ ଯୁବକମାନଙ୍କୁ ସମ୍ବୋଧିତ

କରିବେ । କେନ୍ଦ୍ର ସରକାରଙ୍କ ବିଭାଗ ବ୍ୟତୀତ

ଏହି ନିଯୁକ୍ତି ରାଜ୍ୟ ସରକାର ଏବଂ

କେନ୍ଦ୍ରଶାସିତ ଅଞ୍ଚଳରେ କରାଯାଉଛି । ନବ

ନିଯୁକ୍ତ କର୍ମଚାରୀ ଯେଉଁମାନେ ସରକାରଙ୍କ

ବିଭିନ୍ନ ବିଭାଗରେ ସାରା ଦେଶରେ ମନୋନୀତ

କରାଯାଇଛି । ଯଥା- ଆର୍ଥôକ ସେବା ବିଭାଗ,

ପୋଷ୍ଟ ବିଭାଗ, ସ୍କୁଲ ଶିକ୍ଷା ବିଭାଗ, ଉଚ୍ଚଶିକ୍ଷା

ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ରାଜସ୍ୱ

ବିଭାଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ

ମନ୍ତ୍ରଣାଳୟ, ପରମାଣୁ ଶକ୍ତି ବିଭାଗ, ରେଳ

ମନ୍ତ୍ରଣାଳୟ, ଅଡିଟ ଏବଂ ଆକାଉଣ୍ଟସ ବିଭାଗ

ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରେ ଯୋଗ ଦେବେ ।

Leave a Reply

Your email address will not be published. Required fields are marked *