Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜାମ୍ମୁ-କାଶ୍ମୀରରେ ସେନାର ବଡ ପଦକ୍ଷେପ-୫୦ ଦିନରେ ୨୧ ଆତଙ୍କବାଦୀ ନିହତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜାମ୍ମୁ-କାଶ୍ମୀରରେ ସେନାର ବଡ ପଦକ୍ଷେପ-୫୦ ଦିନରେ ୨୧ ଆତଙ୍କବାଦୀ ନିହତ

ଶ୍ରୀନଗର : ଜାମ୍ମୁକାଶ୍ମୀରରେ ସେନାର ମିଶନ ‘ତ୍ରିନେତ୍ର’ । ଡ୍ରୋନ୍ ମୁତୟନ କରି ଆତଙ୍କବାଦୀଙ୍କଉପରେ ପ୍ରହାର କରୁଛି ସୈନ୍ୟବାହୀନି ।ଆତଙ୍କୀଙ୍କୁ ଗଣି ଗଣି ଏନକାଉଣ୍ଟର କରୁଛି । ଗତ ଦୁଇ ଦିନ ମଧ୍ୟରେ ପୁଞ୍ଝ ଜିଲ୍ଲାରେ୬ ଆତଙ୍କବାଦୀଙ୍କୁ ସୁରକ୍ଷାବଳ ନିପାତକରିଛି । ଏକ ରିପୋର୍ଟ ଅନୁଯାୟୀ, ଜୁନଓ ଜୁଲାଇ ମାସ ଜାମ୍ମୁ-କାଶ୍ମୀରରେଆତଙ୍କବାଦୀଙ୍କ ପାଇଁ ସବୁଠାରୁ ଘତକମାସ । ଜୁନ ପହିଲାରୁ ୨୦ ଜୁଲାଇମଧ୍ୟରେ ଭାରତୀୟ ସେନା ୨୧ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି ।ଜାତୀୟଗଣ ମାଧ୍ୟମ ରିପୋର୍ଟ ଅନୁଯାୟୀ, ଜାନୁଆରୀ ମାସରେ ୪ ଆତଙ୍କୀ, ଫେବ୍ରୁଆରୀରେ ୩ ଆତଙ୍କୀ, ମାର୍ଚ୍ଚ ମାସରେ ୧ ଏବଂ ଏପ୍ରିଲ୍ ମାସରେ ଶୂନ୍ୟ ଆତଙ୍କବାଦୀ ନିହତ ହୋଇଛନ୍ତି । ସେହିପରି ମେ’ ମାସରେ ୬ ଆତଙ୍କବାଦୀଙ୍କୁ ସେନା ଟାର୍ଗେଟ୍ କରିଥିଲା । ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବିଶେଷ କରି ଶୀତ ଦିନରେ ପ୍ରବଳ ଥଣ୍ଡା ଏବଂ ଘାଟି ରାସ୍ତା ବନ୍ଦ ହେବା ଯୋଗୁ ଅନୁପ୍ରବେଶ ବନ୍ଦ ହୋଇଯାଇଥାଏ । ଏହି ରାସ୍ତା ଖୋଲିବା ମାତ୍ରେ ପୁଣି ଥରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ବଢ଼ିଥାଏ । ତେଣୁ ଜୁନ୍ ଓ ଜୁଲାଇ ମାସରେ ସେନାର କାର୍ଯ୍ୟାନୁଷ୍ଠାନ ବଢ଼ିଯାଏ ଏବଂ ଏନକାଉଣ୍ଟ ଅଧିକ ହୋଇଥାଏ । ଚଳିତ ବର୍ଷ ଜାନୁଆରୀ ପହିଲାରୁ ୨୦ ଜୁଲାଇ ଏବଂ ୨୦୨୨ ଜାନୁଆରୀ ୧ ତାରିଖରୁ ଜୁଲାଇ ୨୦ ମଧ୍ୟରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ସଂଖ୍ୟାରେ ୭୩ ପ୍ରତିଶତ ହ୍ରାସ ପାଇଛି । ଭାରତୀୟ ସେନା ଆତଙ୍କବାଦୀ ଗତିବିଧି ଉପରେ ଅଙ୍କୁଶ ଲାଗାଉଥିବାରୁ ଏହି ସଂଖ୍ୟା ହ୍ରାସ ପାଉଛି । ଚଳିତ ବର୍ଷ ଜାନୁଆରୀ ପହିଲାରୁ ୨୦ ଜୁଲାଇ ପର୍ଯ୍ୟନ୍ତ ୩୫ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟ କରାଯାଇଛି । ଗତ ବର୍ଷ ଏହି ସମୟରେ ୧୩୧ ଆତଙ୍କବାଦୀ ନିହତ ହୋଇଥିଲେ ।

Leave a Reply