Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଫୁଲବାଣୀ ଭାରତୀୟ ମଜଦୁର ସଂଘର ୬୯ତମ ପ୍ରତିଷ୍ଠା ଦିବସ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଫୁଲବାଣୀ ଭାରତୀୟ ମଜଦୁର ସଂଘର ୬୯ତମ ପ୍ରତିଷ୍ଠା ଦିବସ

ଫୁଲବାଣୀ: ଭାରତୀୟ ମଜଦୁର ସଂଘ (ବିଏମଏସ) ୬୯ତମ ପ୍ରତିଷ୍ଠା ଦିବସ ହାଟପଦା ମାଁ ନାରାୟଣୀ ଯାତ୍ରା ପରିଚାଳନା କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲା ସଭାପତି ଅଶୋକ ପରିଡା ଙ୍କ ପୌରୋହିତ୍ୟ ରେ ବହୁ ସମାରୋହ ପାଳିତ ହୋଇଯାଇଛି । ୧୯୫୫ ମସିହାରେ ଦନ୍ତପନ୍ତ ଠେଙ୍ଗଡଙ୍କ ପୌରୋହିତ୍ୟ ରେ ଭୋପାଳ ଠାରେ ବିଏମଏସ ର ପ୍ରତିଷ୍ଠା ହୋଇଥିଲା । ଲୋକମାନ୍ୟ ବାଲଗଙ୍ଗାଧର ତିଳକଙ୍କ ଜନ୍ମ ଦିନରେ ବିଏମଏସର ପ୍ରତିଷ୍ଠା କରାଯାଇଥିଲା । ଶ୍ରମିକ ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜନୈତିକ ଦଳରୁ ଉର୍ଦ୍ଧ୍ୱ ରେ ରହି ଏହି ସଂଗଠନ ସମଭାବାପନ୍ନ ବ୍ୟକ୍ତି ଙ୍କୁ ନେଇ ଗଠନ କରାଯାଇଛି । ଦନ୍ତପନ୍ତ ଠେଙ୍ଗଡ ୧୯୨୦ ମସିହା ନଭେମ୍ବର ୧୦ ତାରିଖରେ ମହାରାଷ୍ଟ୍ର ର ୱାର୍ଦ୍ଧା ଠାରେ ଜନ୍ମ ଗହଣ କରିଥିଲେ ଓ ୨୦୦୪ ଅକ୍ଟୋବର ୧୦ ତାରିଖରେ ମହାନ ବ୍ୟକ୍ତିଙ୍କ ମହାପ୍ରୟାଣ ହୋଇଥିଲା । ଶ୍ରମିକ ମାନଙ୍କୁ ସର୍ବନିମ୍ନ ମଜୁରୀ ନୁହେଁ ଅନ୍ୟମାନଙ୍କ ଭଳି ସୁଖ ସ୍ୱାଛାନ୍ଦ୍ୟରେ ବଞ୍ଚିବା ଭଳି ମଜୁରୀ ଦେବାକୁ ବିଏମଏସ ଦାବୀ କରିବା ସହ ଆଇଟ ସୋର୍ସିଂ ଓ ଠିକାଦାର ପ୍ରଥା ଉଛେଦ ପାଇଁ ଲଢ଼େଇ କରିଆସୁଛି । ଆଜିର ପ୍ରତିଷ୍ଠା ଦିବସରେ ବିଏମଏସ ର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ତଥା ଗଞ୍ଜାମ ଜିଲ୍ଲା ପ୍ରଭାରୀ ବିଜୟ କୁମାର ପାତ୍ର ଏହି ଅବସରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଏମଏସ ଶ୍ରମିକ ମାନଙ୍କ ର ଉନ୍ନତି ଏବଂ ସମସ୍ୟା ର ସମାଧାନ ନିମନ୍ତେ ଯେଉଁ ମହତ ଉଦେଶ୍ୟ ନେଇ ମହା ମାନ୍ୟ ବ୍ୟକ୍ତି ମାନେ ସଙ୍ଘ ଗଠନ କରିଥିଲେ ସେହି ଲକ୍ଷ୍ୟ ଓ ଉଦେଶ୍ୟ ଆଜି ନଷ୍ଟ ହୋଇଛି । ଆଜି ଶ୍ରମିକ ମାନେ ଯେଉଁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଶ୍ରମିକ ମାନଙ୍କ ର ଦାବୀ ପୂରଣ ନିମନ୍ତେ ସମସ୍ତ ଶ୍ରମିକ ଏକ ହୋଇ ସଂଘଠିତ ହେବାର ଆବଶ୍ୟକ ରହିଛି ବୋଲି ବକ୍ତବ୍ୟ ରଖିଥିଲେ । କନ୍ଧମାଳ ଜିଲ୍ଲା ଯୋଗାଣ ଅଧିକାରୀ ଅନାଥ ଚରଣ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରମନୀତି ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂଘ ଚାଳକ ରମେଶ ସାହୁ, କନ୍ଧମାଳ ମିଡିଆ ଫୋରମ ର ସଭାପତି ସନ୍ତୋଷ କୁମାର ଦିଗାଲ, ସାଧାରଣ ସମ୍ପାଦକ ଆଦିତ୍ୟ ପ୍ରସାଦ ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଶ୍ରମିକ ମାନଙ୍କ ସମସ୍ୟା ସହିତ ଗଣମାଧ୍ୟମ ସବୁବେଳେ ରହିଛି ବୋଲି କହିଥିଲେ ।ଏହି ଅବସରରେ ଶ୍ରମିକ ନେତା ବିନୋଦ ନାୟକ, ରବୀନ୍ଦ୍ର ବେହେରା ଓ ବ୍ରହ୍ମାନନ୍ଦ ବେହେରା ପ୍ରମୁଖଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକାରୀ ସଭାପତି ଗୋପାଳ ବେହେରା ଶେଷରେ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ

Leave a Reply