ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ମଧୁବନ ପରିସରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା

ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ପୁରୀ: ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ମଧୁବନ ପରିସରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା ଅନୁଷ୍ଠିତ ହୋଇଛି । ଦ୍ୱିତୀୟ ଶ୍ରେଣୀ ଓ ତୃତୀୟ ଶ୍ରେଣୀ ପ୍ରତିଭାଗୀ ମାନଙ୍କୁ ବିଭିନ୍ନ ବର୍ଗରେ ବିଭକ୍ତ କରି ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା ।ଔଷଧୀୟ ଉଦ୍ୟାନ ନିର୍ମାଣ ,ବୈଜ୍ଞାନିକଙ୍କ ଜୀବନି ସହ ରସାୟନର ବୈଜ୍ଞାନିକ ପ୍ରଫୁଲ ରାୟଙ୍କ ଜୀବନି ଉପରେ କଥନ କାର୍ଯ୍ୟକ୍ରମରେ ଶିଶୁମାନେ ଅଂଶଗ୍ରହଣ କରିଥିଲେ ।ପ୍ରାୟ ୫୦ଜଣ ଛାତ୍ରୀଛାତ୍ର ଏହି ବିଜ୍ଞାନ ମେଳାରେ ଅଂଶଗ୍ରହଣ କରିଥିଲେ ।ତେବେ ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ଅନୋଖି ମିଶ୍ର ଔଷଧୀୟ ଉଦ୍ୟାନରେ ନିମ ଗଛ ରଖି ସେଥିରେ ଆୟୁର୍ବେଦ ଗୁଣ ସହ ଏହି ନିମ ଗଛ ବଡ଼ ହେବା ପରେ ସେହି କାଠରେ ଆମ ଦାରୁବ୍ରହ୍ମ ଜଗନ୍ନାଥ ,ବଳଭଦ୍ର ଓ ସୁଭଦ୍ରା ଏବଂ ସୁଦର୍ଶନ ବିଗ୍ରହ ନିର୍ମାଣ ହୋଇଥାନ୍ତି ।ତେଣୁ ଆମେ ସମସ୍ତେ ମହାପ୍ରଭୁଙ୍କ ପାଇଁ ଗଛଟିଏ ପୋତିବା ପାଇଁ ସଂକଳ୍ପ କରନ୍ତୁ ବୋଲି ବାର୍ତ୍ତା ଦେଇଥିଲେ । ଆଉ ଏହି ପ୍ରକଳ୍ପଟି କରି ଅନୋଖି ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ।ଆଉ ଏହି ମେଳାରେ ଜିଲାର ବିଭିନ୍ନ ବିଦ୍ୟାଳୟର ସୁନାମଧନ୍ୟ ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟିତ୍ରୀଗଣ ବିଚାରକ ଭାବେ ବିଚାର କରି ପ୍ରତି ବିଭାଗରୁ ୩ଜଣଙ୍କୁ ପୁରସ୍କୃତ କରିଥିଲେ । ଉଦଯାପନ ପର୍ବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ମମତା ମିଶ୍ର ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପୁରୀ ବିଜ୍ଞାନ ପର୍ଯ୍ୟବେକ୍ଷକ ତାପସ ପ୍ରିୟଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରେଷ୍ଠ ପ୍ରତିଭାଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ସୁରେଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିବାରର ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକାଙ୍କ ସହଯୋଗ ସହ ପ୍ରଧାନ ଆଚାର୍ଯ୍ୟଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା । ସେହିପରି ହରଚଣ୍ଡୀ ସାହି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସପ୍ତବିଂଶତି ତମ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ରବିବାର ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲା ବିଜ୍ଞାନ ପର୍ଯ୍ୟବେକ୍ଷକ ତାପସ କୁମାର ପ୍ରିୟଦର୍ଶନ ଯୋଗଦାନ କରି ଥିବା ବେଳେ ସମ୍ମାନିତ ଅତିଥି ଭାବରେ ବିଦ୍ୟାଳୟର ସଂପାଦକ ମାଧବ ଚନ୍ଦ୍ର ମହାପାତ୍ର ଏବଂ ବିଦ୍ୟୁତ୍ ପରିଷଦର ସଦସ୍ୟ ଯୋଗଦାନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର କୁମାର ନନ୍ଦ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଛାତ୍ର ବିଜ୍ଞାନ ସଂସଦର ସଭାପତି ଶୁଶ୍ରୀ ଅର୍ପିତା ସାହୁ ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ । ଛାତ୍ର ବିଜ୍ଞାନ ସଂସଦର ସଂପାଦିକା ଅନନ୍ୟା ଶତପଥୀ ବାର୍ଷିକ ବୀବରଣୀ ପାଠ କରିଥିବା ବେଳେ ଛତ୍ର ସଂସଦର ସଭ୍ୟ ସଚ୍ଚିତାନନ୍ଦ ପ୍ରଧାନ ଉପସ୍ଥିତ ଥିଲେ । ବିଜ୍ଞାନ ପ୍ରକଳ୍ପ ଓ ପତ୍ର ବାଚନ , ଗଣିତ ପ୍ରକଳ୍ପ ଓ ପତ୍ର ବାଚନ , ସଂସ୍କୃତି ବିଜ୍ଞାନ ଓ ପତ୍ର ବାଚନ ଆଦି ବିଷୟରେ ମୋଟ ୧୧୮ ଟି ପ୍ରକଳ୍ପ ପ୍ରର୍ଦଶିତ ହୋଇଥିଲା । ତତ୍ ସହିତ ମୂତ୍ତି କଳା ସ ଲୋକନୃତ୍ୟ ଶିଶୁ ମାନଙ୍କ ଦ୍ୱାରା ଅନୁଷ୍ଠିତ କରାଯାଇଥିଲା । ଶେଷରେ କାର୍ଯ୍ୟକ୍ରମ ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ପୁରଷ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଆଚାର୍ଯ୍ୟା ଚନ୍ମୟୀ ଦେବୀ ଏବଂ ଭବାନୀ ଶଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *