Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଉପରଟା ସନ୍ନ୍ୟାସ - ଭିତରଟା ଆମୀଷ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଉପରଟା ସନ୍ନ୍ୟାସ – ଭିତରଟା ଆମୀଷ


ବାଙ୍ଗାଲୋରରେ ୨୬ ଦଳିଆ ବିରୋଧୀ ଦଳଙ୍କ ସମାବେଶ ପୂର୍ବରୁ କଂଗ୍ରେସ ଘୋଷଣା କଲା ଯେ ମେଂଟର ନେତା ପଦ ଗ୍ରହଣ କରିବା ଦଳ ଚାହେଁନାହିଁ । ଅର୍ଥାତ୍ ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ପଦ ପ୍ରାର୍ଥୀ କରିବା ଲାଗି ଦଳ ଆଗ୍ରହୀ ନୁହେଁ ବୋଲି ଦଳ ପରୋକ୍ଷ ଭାବେ ଜଣାଇ ସାଥୀ ଦଳଙ୍କ ଆସ୍ଥା ଲାଭ କରିବାକୁ ଚାହିଁଲା । କଂଗ୍ରେସରଏପରି ଅଚାନକ ସନ୍ନ୍ୟାସ ପ୍ରବୃତି ସାଥୀ ଦଳଙ୍କୁ ସନ୍ତୁଷ୍ଟ କରିଥିଲା । କିନ୍ତୁ କିଏ ଜାଣିଥିଲା ଯେ କଂଗ୍ରେସର ଉପରଟା ସନ୍ନ୍ୟାସ – ଭିତରଟା ଆମୀଷ । ଯେତେବେଳେ କଂଗ୍ରେସନେତୃତ୍ୱ ସାଥୀ ଦଳଙ୍କୁ ନ ଜଣାଇ ନିଜ ଆଡୁ ଅନାସ୍ଥା ପ୍ରସ୍ତାବ ଆଗତ କଲା, ସେତେବେଳେ ସନ୍ନ୍ୟାସୀ କଂଗ୍ରେସର ବିରାଡ଼ି ବୈଷ୍ଣବ ସ୍ୱରୂପ ପଦାକୁ ଜଳ ଜଳ ହୋଇ ଦେଖାଗଲାଆଉ ସାଥୀ ଦଳ ଏ ବିଶ୍ୱାସ ଘାତକତା ଲାଗି ଘେରିଗଲେ କଂଗ୍ରେସକୁ । ଶେଷରେ ଦଳରସଭାପତି ମଲିକାର୍ଜୁନ ଖଡଗେ ସାଥୀ ଦଳଙ୍କ ଠାରେ କ୍ଷମା ପ୍ରାର୍ଥନା କଲେ ବି ସେ ଫାଟଯୋଡି ନ ହୋଇ ଏବେ ବି ଅଯୋଡ ରହିଛି ।

Leave a Reply