Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଓଡ଼ିଶା ହାଇକୋର୍ଟ ନ୍ୟାୟିକ ପ୍ରକ୍ରିୟାରେ ବୈଷୟିକ ଜ୍ଞାନ କୌଶଳକୁ ଆପଣାଇ ନ୍ୟାୟ ପ୍ରଦାନକୁ ତ୍ୱରିତ କରି ପାରିଛନ୍ତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଓଡ଼ିଶା ହାଇକୋର୍ଟ ନ୍ୟାୟିକ ପ୍ରକ୍ରିୟାରେ ବୈଷୟିକ ଜ୍ଞାନ କୌଶଳକୁ ଆପଣାଇ ନ୍ୟାୟ ପ୍ରଦାନକୁ ତ୍ୱରିତ କରି ପାରିଛନ୍ତି

କଟକ- ୩ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ହାଇକୋର୍ଟ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ ନିଜ ଅଭିଭାଷଣରେ ତ୍ୱରିତ୍ୱ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଅନେକ ସାଧାରଣ ଲୋକ ହଇରାଣ ହେଉଛନ୍ତି । ଏଥିପାଇଁ ଅନେକ ଜୀବନ ଜେଲରେ କଟୁଛି । ନ୍ୟାୟ ବିଳମ୍ବ ପାଇଁ ପୀଡ଼ିତ ମଧ୍ୟ ହତାଶ ହୋଇପଡୁଛି । ତ୍ୱରିତ ନ୍ୟାୟ ଉଭୟ ପୀଡ଼ିତ ଓ ନିଦେ୍ର୍ଦାଷଙ୍କୁ ସହାୟ ହେବ । ।ଜୟ ଜଗନ୍ନାଥ କହି ନିଜ ଭାଷଣ ଆରମ୍ଭ କରିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାରଗିଲ ଦିବସ ଅବସରରେ ସହିଦଙ୍କୁ ନମନ କରିଛନ୍ତି । ବୀରମାଟି କଟକକୁ ପ୍ରଣାମ କରିବା ସହ ଉକôଳ ଗୌରବ ମଧୁସୂଦନ, ନେତାଜୀ ସୁଭାଷଙ୍କ କଥା ମନେ ପକାଇଛନ୍ତି ରାଷ୍ଟ୍ରପତି । ଏହି ଅବସରରେ ସେ ଓଡ଼ିଶା ହାଇକୋର୍ଟର ଗୌରବ ଗାଥା ମଧ୍ୟ ବଖାଣିବାକୁ ଭୁଲି ନାହାନ୍ତି । ନିଜ ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି, ମାତ୍ର ୪ ବିଚାରପତିଙ୍କୁ ନେଇ ଗଠିତ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ଏବେ ୩୩କୁ ବୃଦ୍ଧି ପାଇଛି । ଏହା ଓଡ଼ିଶାବାସୀଙ୍କ ଆଶା ଓ ଭରସାର ପ୍ରତୀକ । ତ୍ୱରିତ ନ୍ୟାୟ ପ୍ରଦାନ ଯୋଗୁ ୨ ବର୍ଷରେ ବିଚାରଧୀନ ମାମଲା ସଂଖ୍ୟା ଏକ ଚତୁର୍ଥାଂଶ ହ୍ରାସ ପାଇଛି । ହାଇକୋର୍ଟସ୍ଥାପିତ ହେବାର ୭୫ ବର୍ଷ ମଧ୍ୟରେ ବହୁ କିର୍ତ୍ତୀମାନ ସ୍ଥାପନ କରିଛି । ହାଇକୋର୍ଟର ବହୁ ବିଚାରପତି ଜଗନ୍ନାଥ ଦାସ, ରଙ୍ଗନାଥ ମିଶ୍ର, ରାଧାଚରଣ ପଟ୍ଟନାୟକ, ଦେବପ୍ରିୟ ମହାପାତ୍ର, ଗୋପାଳ ବଲ୍ଲଭ ପଟ୍ଟନାୟକ, ଅରିଜିତ ପଶାୟତ, ଅନଙ୍ଗ କୁମାର ପଟ୍ଟନାୟକ ପ୍ରମୁଖ ସୁପ୍ରିମକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇ ପାରିଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଜଣ ଭାରତର ପ୍ରଧାନ ବିଚାରପତି ପଦ ଅଳଙ୍କୃତ କରିବାରେ ସକ୍ଷମ ହୋଇଛନ୍ତି । ଓଡ଼ିଶାର ବହୁ ଆଇନ ବିଶାରଦମାନଙ୍କର ସର୍ବ ଭାରତୀୟ ସ୍ତରରେ ଆଇନ ସେବା ପ୍ରତି ଉଲ୍ଲେଖନୀୟ ଅବଦାନ ରହିଛି ବୋଲି କହିଛନ୍ତି ମହାମହିମ ରାଷ୍ଟ୍ରପତି ।ମାତ୍ର ସମୟ ସହ ତାଳ ଦେଇ ଚାଲି ନ ପାରିଲେ ଯେକୌଣସି ସଙ୍ଗଠନ ତଥା ସଂସ୍ଥା ସମସ୍ତେ ପଛରେ ପଡ଼ିଯାଆନ୍ତି । କିନ୍ତୁ ଓଡ଼ିଶା ହାଇକୋର୍ଟ ନ୍ୟାୟିକ ପ୍ରକ୍ରିୟାରେ ବୈଷୟିକ ଜ୍ଞାନ କୌଶଳକୁ ଆପଣାଇ ନ୍ୟାୟ ପ୍ରଦାନକୁ ତ୍ୱରିତ କରି ପାରିଛନ୍ତି । ଯାହାଦ୍ୱାରା ପୀଡ଼ିତ ନ୍ୟାୟ ପାଇ ପାରୁଥିବା କହିଛନ୍ତି ରାଷ୍ଟ୍ରପତି । ଏଥିସହ ସେ କହିଛନ୍ତି, ପ୍ରକୃତି ସହ ମିଳିମିଶି ଚଳିବା ଆଦିବାସୀ ଜୀବନଶୈଳୀର ମାଧ୍ୟମ । ବ୍ୟବସ୍ଥାପିତା ତଥା କାର୍ଯ୍ୟପାଳିକା ସହ ନ୍ୟାୟପାଳିକା ବି ପରିବେଶ ଓ ବନ୍ୟଜନ୍ତୁ ସଂରକ୍ଷଣକୁ ଉଚ୍ଚ ପ୍ରାଥମିକତା ଦେବା ଉଚିତ । ଏହାଦ୍ୱାରା ଆମେ ଆମ ଉତ୍ତରପୀଢ଼ିକୁ ଏକ ସୁରକ୍ଷିତ ଭବିଷ୍ୟତ ଦେବାରେ ସକ୍ଷମ ହୋଇ ପାରିବା । ଏଥିନିମନ୍ତେ ପରିବେଶ ସୁରକ୍ଷା ପ୍ରତି ନିରନ୍ତର ଧ୍ୟାନ ଦେବା ଆବଶ୍ୟକ । ସାମାଜିକ ଓ ଆର୍ଥôକ ଦୃଷ୍ଟିକୋଣରୁ ଅନଗ୍ରସର ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସମ୍ବିଧାନ ନିର୍ମାତାମାନେ ସବୁବେଳେ ପ୍ରାଥମିକତା ଦେଇଛନ୍ତି । ସମାଜର ବଞ୍ଚିତ ବର୍ଗର ଲୋକେ କୋର୍ଟ, କଚେରୀ ଓ ଆଇନକାନୁନ ବିଷୟରେ ବେଶି ସଚେତନ ନୁହନ୍ତି । ନିଜ ଅଧିକାର ପାଇଁ ନ୍ୟାୟଳୟ ପାଖରେ ପହଞ୍ଚିବା ନିମନ୍ତେ ଅନେକଙ୍କ ସାମର୍ଥ୍ୟ ବି ନ ଥାଏ । ବଞ୍ଚିତ ବର୍ଗଙ୍କୁ କିପରି ସୁବିଧାରେ ନ୍ୟାୟ ପ୍ରଦାନ କରାଯାଇ ପାରିବ ତାହା ଆମ ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ । ଏ ବିଷୟରେ ମାନସ ମନ୍ଥନ ହେବା ଉଚିତ । ଏହି ବର୍ଗର ଲୋକଙ୍କୁ ମାଗଣାରେ ଆଇନ ସେବା ଯୋଗାଇଦେବା ଶୁଭଙ୍କର ବିଷୟ । ଏହାଦ୍ୱାରା ସାଧାରଣ ଲୋକ ସହଜରେ ନ୍ୟାୟ ପାଇପାରିବେ । ମାତ୍ର ନ୍ୟାୟ ପ୍ରଦାନ ବେଳେ ନିରପେକ୍ଷତାକୁ ଅକ୍ଷୁର୍ଣ୍ଣ ରଖିବା ଆବଶ୍ୟକ ବୋଲି କହିଛନ୍ତି ରାଷ୍ଟ୍ରପତି ମୁର୍ମୁ ।ଓଡ଼ିଶା ଉଚ୍ଚ ନ୍ୟାୟାଳୟର ୭୫ ବର୍ଷ ପ୍ରତିଷ୍ଠା ପୂର୍ତ୍ତୀ ଅବସରରେ ଏକ ସ୍ମାରୀକ ଡାକ ଟିକେଟ ଉନ୍ମୋଚିତ ହୋଇଛି । ଏହି ଅବସରରେ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏସ୍ ମୁରଲିଧର, ବିଚାରପତିଗଣ, ପୁରାତନ ବିଚାରପତିଗଣ ଓ ଉପସ୍ଥିତ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ରାଷ୍ଟ୍ରପତି । ଆଜି ହାଇକୋର୍ଟ ପ୍ରତିଷ୍ଠା ଉତ୍ସବ ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ଏସ୍ ଗଣେଶି ଲାଲ, ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ସମେତ ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave a Reply