Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆଚାର୍ଯ୍ୟଙ୍କ ନିର୍ମମ ହତ୍ୟା ଘଟଣାର ପ୍ରତିବାଦ ରେ ଜୈନ ସମାଜ ପକ୍ଷ ରୁ ଏକ ନୀରବ ଶୋଭାଯାତ୍ରା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆଚାର୍ଯ୍ୟଙ୍କ ନିର୍ମମ ହତ୍ୟା ଘଟଣାର ପ୍ରତିବାଦ ରେ ଜୈନ ସମାଜ ପକ୍ଷ ରୁ ଏକ ନୀରବ ଶୋଭାଯାତ୍ରା

ନବରଙ୍ଗପୁର: କର୍ଣାଟକ ର ବେଲଗାବି ର ଚିକୋଡ଼ି ଗ୍ରାମ ଠାରେ ଜୁଲାଇ ୦୪ ତାରିଖ ରେ ଜୈନ ମୁନୀ ଆଚାର୍ଯ୍ୟ ଶ୍ରୀ ୧୦୮ କାମ କୁମାର ନନ୍ଦୀ ଜୀ ଙ୍କ ର୍ନିମମ ହତ୍ୟା ଘଟଣା ର ପ୍ରତିବାଦ ରେ ନବରଙ୍ଗପୁର ଠାରେ ଜୈନ ସମାଜ ପକ୍ଷ ରୁ ଏକ ନୀରବ ଶୋଭାଯାତ୍ରାର ଅୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରା ଟି ସ୍ଥାନୀୟ ରାମ ମନ୍ଦିର ଠାରୁ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ଯାଇ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଜଣେ ଜୈନ ଧର୍ମ ଗୁରୁଙ୍କୁ ର୍ନିମମ ଭାବରେ ହତ୍ୟା କରି ଅଭିଯୁକ୍ତ ମାନେ ଦେଶ କୁ କଣ ସୂଚନା ଦେବାକୁ ଚାହୁଁଛନ୍ତି । ଏହି ଜୈନ ଗୁରୁଙ୍କୁ ଅପହରଣ କରି ଅମାନସିକ ଭାବରେ ହତ୍ୟା କରାଯାଇଥିଲା । ଏହାର ପ୍ରତିବାଦ କରି ନବରଙ୍ଗପୁର ସହର ରେ ଜୈନ ସମାଜ ତରଫରୁ ଏକ ନୀରବ ଶୋଭାଯାତ୍ରା କରାଯାଇଥିଲା । ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା କୁ ନିନ୍ଦା କରି ଏହି ଶୋଭାଯାତ୍ରା ର ଅୟୋଜନ କରାଯାଇଥିଲା । ଏହି ଘଟଣା ପର ଠାରୁ ଜୈନ ସମାଜ ପକ୍ଷରୁ ସମଗ୍ର ଦେଶରେ ଜୈନ ସାଧୁ ମାନଙ୍କୁ ସୁରକ୍ଷା ଦେବା ପାଇଁ ଏହି ଦାବି ପତ୍ର ଟି ଜିଲ୍ଲାପାଳ ଙ୍କ ଦ୍ୱାରା କେନ୍ଦ୍ର ସରକାର , ରାଜ୍ୟ ସରକାର ଓ ରାଜ୍ୟପାଳ ଙ୍କ ପାଖକୁ ପଠାଇବା ପାଇଁ ସମାଜ ପକ୍ଷରୁ ଏହି ଦାବି ପତ୍ର ଟି ପ୍ରଦାନ କରାଯାଇଥିଲା । ଏହିଭଳି ଘଟଣା ଆଗକୁ ଯେପରି ହେବ ନାହିଁ ଏଥି ପ୍ରତି କେନ୍ଦ୍ର ସରକାର ଦୃଷ୍ଟି ଦେବା ଓ ସାଧୁ ମାନଙ୍କୁ ସୁରକ୍ଷା ଦେବା ପାଇଁ ଦାବି ପତ୍ର ରେ ଅନୁରୋଧ କରାଯାଇଛି । ଏହି ଶୋଭାଯାତ୍ରା ରେ ନବରଙ୍ଗପୁର ର ୧୦୦୮ ଶ୍ରୀ ଆଦିନାଥ ଦିଗମ୍ବର ଜୈନ ମନ୍ଦିର ର ଅଧ୍ୟକ୍ଷ ନରେଶ ଜୈନ , ମହାମନ୍ତ୍ରି ଦିନେଶ ଜୈନ , କୋଷାଧ୍ୟକ୍ଷ ହରେନ୍ଦ୍ର କୁମାର ଜୈନ , ଜୈନ ଶ୍ୱେତାମ୍ବର୍ ତେରପନ୍ଥ ସଭା ଅଧ୍ୟକ୍ଷ ବବୁଲୁ ଜୈନ , ମନ୍ତ୍ରୀ ବିକ୍ରମ ଜୈନ , ଏବଂ ଦୀପକ ଜୈନ , ଦିଲୀପ ଜୈନଙ୍କ ସାଥିରେ ସମାଜ ର ବହୁ ପୁରୁଷ ଓ ମହିଳା ଯୋଗୋଦନ କରିଥିଲେ ।

Leave a Reply