Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବେଆଇନ୍ ଗୋ-ଚାଲାଣ ଗାଡ଼ି ଜବତ, ୩ ଗୋରୁ ମୃତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବେଆଇନ୍ ଗୋ-ଚାଲାଣ ଗାଡ଼ି ଜବତ, ୩ ଗୋରୁ ମୃତ

କୋଡପଡ଼ା : ଆନନ୍ଦପୁର ପୌରପରିଷଦ ଅନ୍ତର୍ଗତ ବୈତାରଣୀ ବ୍ୟାରେଜ ସେତୁ ନିକଟରେ ଗତ ୧୯ତାରିଖ ବୁଧବାର ପ୍ରତୁ୍ୟଷରେ ଏକ ଆଇଚର ଗାଡ଼ି (ନଂ- ଡ଼ବ୍ଲୁବି ୨୯- ୫୨୧୭) ଯୋଗେ ବେଆଇନ୍ ଗୋରୁ ଚାଲାଣ ଗାଡ଼ିକୁ ଆନନ୍ଦପୁର ବଜରଙ୍ଗ ଦଳ ପକ୍ଷରୁ ଜବତ କରାଯାଇ ଗୋରୁଙ୍କୁ ଉଦ୍ଧାର କରାଯାଇଥିବା ଜଣାଯାଇଛି । ୧୯ତାରିଖ ପ୍ରତୁ୍ୟଷରେ ବେଆଇନ୍ ଭାବେ ଗୋ ଚାଲାଣ ହେଉଥିବାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆନନ୍ଦପୁର ବଜରଙ୍ଗ ଦଳ ଗୋ ରକ୍ଷା ପ୍ରମୁଖ ଦୀପକ କୁମାର ସାହୁ, ସଂଯୋଜକ ଚନ୍ଦନ ମହାରଣା, ସଦସ୍ୟ ଅକ୍ଷୟ ସାହୁ ପ୍ରମୁଖ ବ୍ୟାରେଜର ଛକ ମୁଣ୍ଡରେ ଜଗି ରହିଥିବା ବେଳେ ଗୋରୁ ବୋଝେଇ ଗାଡ଼ିଟି ଆସି ପହଂଚିବାରୁ ସେମାନେ ଗାଡ଼ିଟିକୁ ଅଟକ ରଖିଥିଲେ । କିନ୍ତୁ ଗାଡ଼ି ସାଙ୍ଗରେ ଆସିଥିବା କିଛି ଦୁର୍ବୁତ ମାରଣାସ୍ତ୍ର ଧରି ବଜରଙ୍ଗ ଦଳର କର୍ମୀମାନଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ବେଳେ ଖବର ପାଇ ଅନ୍ୟ କର୍ମୀମାନେ ଘଟଣାସ୍ଥଳରେ ପହଂଚିବା ପରେ ଗାଡ଼ି ଚାଳକ ସମେତ ଅନ୍ୟମାନେ ଫେରାର ହୋଇଯାଇଥିଲେ । ଆଇଚର ଗାଡ଼ି ଭିତରେ ଅମାନୁଷିକ ଭାବେ ୨୫ଗୋଟି ଗୋରୁଙ୍କୁ ଗୋଡ଼ ଓ ମୁହଁକୁ ରଶିରେ ବାନ୍ଧି ଚାଲାଣ କରାଯାଉଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଟି ଗୋରୁ ମୃତୁ୍ୟବରଣ କରିଥିବା ଦେଖିବାକୁ ମିଳିଥିଲା । ମରିଯାଇଥିବା ୩ଟି ଗୋରୁଙ୍କୁ ପଶୁ ଡ଼ାକ୍ତରଙ୍କୁ ଡ଼କାଯାଇ ବ୍ୟବଚ୍ଛେଦ କରାଯିବା ପରେ ଝାଡ଼େଶ୍ୱର ଘାଟ ନିକଟରେ ପୋତି ଦିଆଯାଇଥିଲା । ଜିବୀତ ଥିବା ୨୨ଗୋଟି ଗୋରୁଙ୍କୁ କଟକ ଚୌଦ୍ୱାର ସ୍ଥିତ ମଙ୍ଗରାଜପୁର ଗୋଶାଳାକୁ ପଠାଯିବା ନିମନ୍ତେ ରଖାଯାଇଛି । ଘସିପୁରା ପୋଲିସ ପକ୍ଷରୁ କେଶ ନଂ ୨୪୦/୨୦୨୩ରେ ମାମଲା ରୁଜୁ କରାଯାଇଥିବା ବେଳେ ଦଫା ୩୭୯, ୪୨୯, ୩୪ ଆଇପିସି ସେକ୍ସନ ୧୧(୧, ଏ, ଡ଼ି)ରେ ନୃଶଂସ ପଶୁ ନିର୍ଯ୍ୟାତନା ଅଭିଯୋଗ ଧାରା ଲଗାଯାଇଥିବ ଜଣାଯାଇଛି । ଗାଡ଼ିର ମାଲିକ ସେକ୍ ଅସିଦୁଲ କାଦିର, ଆଇଚର ଗାଡ଼ି ଡ଼୍ରାଇଭର ସହ ଅନ୍ୟ ସହଯୋଗୀଙ୍କ ନାମରେ ମାମଲା ରୁଜୁ କରାଯାଇଥିବାର ଘସିପୁରା ଥାନା ଅଧିକାରୀ ବିକ୍ରମ କୁମାର ଭୁୟାଁ ପ୍ରକାଶ କରିଛନ୍ତି । ରାତ୍ରୀ କାଳୀନ ପେଟ୍ରୋଲିଂ କରୁଥିବା ସତ୍ୱେ ବେଆଇନ୍ ଭାବେ ଗୋ ଚାଲାଣ କିପରି ଚାଲିଛି ପୋଲିସ ଜାଣି ନପାରିବା ସାଧାରଣରେ ସନେ୍ଦହ ସୃଷ୍ଟି କରିଛି । ପୋଲିସ ପକ୍ଷରୁ ଗୋ ଚାଲାଣ ରୋକା ଯିବାକୁ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ଆନନ୍ଦପୁର ବଜରଙ୍ଗ ଦଳର ଗୋ ରକ୍ଷା କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Leave a Reply