Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆଦିବାସୀ ଯୁବତୀଙ୍କ ସଫଳତା ପାଇବେ -ଜାତୀୟ ଯୁବ କଳାକାର ବୃତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆଦିବାସୀ ଯୁବତୀଙ୍କ ସଫଳତା ପାଇବେ -ଜାତୀୟ ଯୁବ କଳାକାର ବୃତି

ଭୁବନେଶ୍ୱର : ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ (ଭୁବନେଶ୍ୱର) ଓଡିଶା ନୃତ୍ୟ ବିଭାଗର ଚତୁର୍ଥ ବର୍ଷ ଛାତ୍ରୀ ସୁନିମା ପ୍ରଧାନ ସାଂସ୍କୃତିକ ସଫଳତା ହାସଲ କରିଛନ୍ତି । ସେ ହେଉଛନ୍ତି ଏହି ଶିକ୍ଷାନୁଷ୍ଠାନର ଇତିହାସରେ ପ୍ରଥମ ତିନି ଜଣ କନ୍ଧ ଆଦିବାସୀ ଛାତ୍ରୀଙ୍କ ମଧ୍ୟରୁ ଜଣେ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଦୁର୍ଗମ ସୁଲିକୁଟି ଗ୍ରାମର ଏହି ଆଦିବାସୀ ଯୁବତୀ ହାସଲ କରିଛନ୍ତି ସିସିଆର୍‌ଟି ଜାତୀୟ ଯୁବ କଳାକାର ସ୍କଲାରସିପ୍ । ଗୁରୁ ଲିଙ୍ଗରାଜ ପ୍ରଧାନ ଓ ପଙ୍କଜ ପ୍ରଧାନ ସେମାନଙ୍କୁ ପ୍ରଶିକ୍ଷଣ ଦେଇ ଆସୁଥିଲେ । ସୁନିମାଙ୍କ ଗାଁକୁ ଏ ଯାବତ୍ ରାସ୍ତା ସଂଯୋଗ ନଥିବା ବେଳେ ଦୁଇ ଭାଇ ଓ ପିତାମାତାଙ୍କୁ ନେଇ ତାଙ୍କ ପରିବାର । ପିତା ସଞ୍ଜିବ ପ୍ରଧାନ, ମାତା ହେମଲତା ପ୍ରଧାନ ଗୁଜୁରାଣ ମେଂଟାଇବାକୁ ଚାଷ କ୍ଷେତରେ ଖଟିବା ସହ ଅନ୍ୟ ସମୟରେ ଦିନ ମଜୁରିଆ ଭାବେ କାମ କରିଥାନ୍ତି । ଏଭଳି ଏକ ଗରିବ ପରିବାର ଓ ଦୁର୍ଗମ ଅଂଚଳରୁ ଆସିଥିବା ସୁନିମାଙ୍କ ଏହି ସଫଳତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

Leave a Reply