Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମିଳିତ ଭାବେ ଯୁଦ୍ଧ ବିମାନ ଇଞ୍ଜିନ ବିକାଶ କରିବେ ଭାରତ ଓ ଫ୍ରାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମିଳିତ ଭାବେ ଯୁଦ୍ଧ ବିମାନ ଇଞ୍ଜିନ ବିକାଶ କରିବେ ଭାରତ ଓ ଫ୍ରାନ

ନୂଆଦିଲ୍ଲୀ: ଭାରତ ଓ ଫ୍ରାନ୍ସ ମଧ୍ୟରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗକୁ ବୃଦ୍ଧି କରିବାକୁ ଦୁଇ ଦେଶ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଭାରତ ଏବଂ ଫ୍ରାନ୍ସ ମିଳିତ ଭାବେ ଯୁଦ୍ଧ ବିମାନ ଇଞ୍ଜିନ ବିକାଶ କରିବାକୁ ଯାଉଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପରେ ଏହି ଘୋଷଣା କରାଯାଇଛି । ତେବେ ସୂଚନା ରହିଛି ଯେ ଫ୍ରାନ୍ସର ବିମାନ କମ୍ପାନି ‘ସାର୍ଫନ’ ଏବଂ ଭାରତର ‘ଡିଫେନ୍ସ ରିସର୍ଚ ଆଣ୍ଡ୍ ଡେଭ୍‌ଲପମେଣ୍ଟ୍ ଅରଗାନାଇଜେସନ୍ (ଡିଆରଡିଓ)’ ଏହି ମିଳିତ ବିକାଶ ପ୍ରକଳ୍ପର ଏକ ରୋଡ୍ ମ୍ୟାପ୍ ଚଳିତବର୍ଷ ଶେଷ ପୂର୍ବରୁ ପ୍ରସ୍ତୁତ କରିବେ । ‘ସାର୍ଫନ’ ହେଲିକପ୍ଟର ଇଞ୍ଜିନ ସହିତ ଇଣ୍ଡିଆନ୍ ମଲ୍ଟି ରୋଲ୍ ହେଲିକପ୍ଟର (ଆଇଏମ୍‌ଆରଏଚ୍‌) କାର୍ଯ୍ୟକ୍ରମ ଅଧୀନରେ ହେଭି-ଲିଫ୍ଟ ହେଲିକପ୍ଟରର ମୋଟରାଇଜେସନ୍ ପାଇଁ ବୈଷୟିକ ସମର୍ଥନ ଦେବ । ଆଇଏମ୍‌ଆରଏଚ୍ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ଇଞ୍ଜିନ ବିକାଶ ପାଇଁ ଭାରତର ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (ହାଲ୍‌) ଏବଂ ଫ୍ରାନ୍ସର ‘ସାର୍ଫନ’ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି । ମିଳିତ ସାମ୍ବାଦିକ ସମ୍ମିଳନୀରେ ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ‘ପ୍ରତିରକ୍ଷା ସମ୍ପର୍କ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ମୂଳ ସ୍ତମ୍ଭ ହୋଇଆସୁଛି । ଏହା ଦୁଇ ଦେଶ ମଧ୍ୟରେ ପାରସ୍ପରିକ ବିଶ୍ୱାସର ପ୍ରତୀକ ।’ ‘ମେକ୍ ଇନ୍ ଇଣ୍ଡିଆ’ ଏବଂ ‘ଆତ୍ମନିର୍ଭର ଭାରତ’ କାର୍ଯ୍ୟକ୍ରମରେ ଫ୍ରାନ୍ସ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି କି ବୁଡ଼ାଜାହାଜ ହେଉ କିମ୍ବା ନୌସେନା ବିମାନ ହେଉ, ଆମେ କେବଳ ଆମର ନୁହେଁ ଅନ୍ୟ ବନ୍ଧୁ ଦେଶର ଆବଶ୍ୟକତା ମଧ୍ୟ ପୂରଣ କରିବାକୁ ଚାହୁଁ । ଆତଙ୍କବାଦ ବିରୋଧରେ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଏକତା ଅଛି । ସୀମା ଆତଙ୍କବାଦ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ମୋଦୀ କହିଛନ୍ତି ।

Leave a Reply