ସମାନ ନାଗରିକ ସଂହିତା ଆଇନ ଲାଗୁ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର

କେନ୍ଦ୍ରାପଡା: ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଓଡିଶା ଜିଲ୍ଲା ଶାଖା ତରଫରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦେଶର ସବୁ ନାଗରିକଙ୍କ ପାଇଁ ସମାନ ନାଗରିକ ସଂହିତା ଆଇନ ପ୍ରଣୟନ ସହିତ ଜାତି, ବର୍ଣ୍ଣ, ଧର୍ମ ଓ ଭାଷା ନିର୍ବିଶେଷରେ ସବୁ ନାଗରିକଙ୍କ ପାଇଁ ୨ ସନ୍ତାନ ଆଇନ ଲାଗୁ କରିବା ପାଇଁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରାଯାଇଛି । ଏହି ଫାଉଣ୍ଡେସନ ତରଫରୁ ଦେଶରେ ଧାର୍ମିକ ଆଧାରରେ ବିଭିନ୍ନ ଧର୍ମାଲମ୍ବୀଙ୍କ ପାଇଁ ଅଲଗା ଅଲଗା ଆଇନ ପ୍ରଚଳନ ହେଉଛି । ଯାହା ଫଳରେ କିଛି ନାଗରିକ ଦ୍ୱୈତ ଆଇନ ଉପଭୋଗ କରୁଛନ୍ତି । ଏହା ସମ୍ବିଧାନର ଧାରା ୪୪କୁ ସ୍ପଷ୍ଟ ଅବମାନନା କରୁଛି । କାଳ ବିଳମ୍ବ ନକରି ଦେଶରେ (ୟୁସିସି) ସବୁ ନାଗରିକ ମାନଙ୍କ ପାଇଁ ସମାନ ଆଇନ ପ୍ରଣୟନ କରିବାକୁ ଦାବି କରାଯାଇଛି । ଜିଲ୍ଲା ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ର ସଭାପତି ପବିତ୍ର ପରିଡାଙ୍କ ନେତୃତ୍ୱରେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ମନିନ୍ଦ୍ର ରାଉତ, ରୋଜାଲିନ ମହାନ୍ତି, ଉପ ସଭାପତି ସୁଧିର ପରିଡା, ମାନିନୀ ଷଡଙ୍ଗୀ, ବ୍ରଜ ମୋହନ ମଣ୍ଡଳ, କଣ୍ଡୁରୀ ଗାହାଣ, ପଣ୍ଡିତ ଶେଖର ଦାସ, ଗୈାରବ ଜେନା, ସୁଦାମ ବାରିକ, କମଳାକାନ୍ତ ଦାସ, ରଶ୍ମିତା ମଲିକଙ୍କ ସମେତ ଶତାଧିକ କର୍ମୀ ଓ ନେତା ଏକ ଶୋଭାଯାତ୍ରା ରେ ଆସି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ପ୍ରଦାନ କରିଛନ୍ତି ା

Leave a Reply

Your email address will not be published. Required fields are marked *