Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ଓଲଟିଲା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନ୍ ଓଲଟିଲା

କେନ୍ଦୁଝର : କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ଧ୍ରୁପଦା ନିକଟରେ ଏକ ଗୋରୁ ବୋଝେଇ ପିକ୍ ଅପ ଭ୍ୟାନ (ଓଆର୍ ୧୧ଜେ/୮୫୧୧) ଓଲଟିବା ଫଳରେ ୫ଟି ଗୋରୁ ଆହତ ହୋଇଛନ୍ତି । ଗାଡ଼ିରେ ଥିବା ତିନି ଜଣଙ୍କୁ ସ୍ଥାନୀୟ ଲୋକେ ଓ ଗୋ ସେବକ ଅଟକ ରଖି ପୁଲିସ ଜିମା ଦେଇଛନ୍ତି । କ୍ଷିପ୍ର ଗତିରେ ଗାଡ଼ି ଚଳାଇ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା । ଗୋଟିଏ ଗୋରୁ ଗାଡ଼ି ତଳେ ଚାପି ହୋଇଯିବାରୁ ମୃତ୍ୟୁ ଘଟିଛି । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ତଳୁ ମୃତ ଗୋରୁକୁ ଉଦ୍ଧାର କରିଛନ୍ତି ।

Leave a Reply