Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ତିନି ଗୋହତ୍ୟାକାରୀଙ୍କୁ ଥାନାରେ ଅଟକ, ସହଯୋଗୀ ଫେରାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ତିନି ଗୋହତ୍ୟାକାରୀଙ୍କୁ ଥାନାରେ ଅଟକ, ସହଯୋଗୀ ଫେରାର

ଲହୁଣୀପଡା: ସାଧାରଣତଃ ହିନ୍ଦୁ ରାଷ୍ଟ୍ରରେ ଗାଈକୁ ଗୋମାତା ରୂପେ ଆମ୍ଭେମାନେ ପୂଜା କରିଥାଉ । ମାତ୍ର ବଣାଇ ଅଞ୍ଚଳରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । କାରଣ ଟେନ୍ସାରେ ରହୁଥିବା ସୁରେଶ ଯାଦବଙ୍କ ଦୁଇଟି ଗାଈକୁ ଚୋରିକରି ଜଙ୍ଗଲ ଭିତରେ ଦଳ ବଧ ଭାବରେ ଗାଈ ଦୁଇଟିକୁ ହତ୍ୟା କରି ପାଲିଥିନିରେ ଭର୍ତ୍ତି କରି ଗୋ ମାଂସ ଚାଲାଣ କରିବା ପୂର୍ବରୁ ପୋଲିସ ହାତରେ ଧରା ପଡିବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।ସୂଚନା ରୁ ପ୍ରକାଶ ଯେ ଲହୁଣୀପଡା ଥାନା ଅନ୍ତର୍ଗତ ଟେନସା ପଞ୍ଚାୟତ ଜିରୋ ପଏଣ୍ଟ ରେ ରହୁଥିବା ସୁରେଶ ଯାଦବ ଙ୍କର ୧୧ ତାରିଖ ଦିନ ଦୁଇଟି ଗାଈ ଚୋରି ହୋଇ ଯାଇଥିବା ଟେନସା ଫାଣ୍ଡିରେ ଅଭିଯୋଗ କରିବା ସହିତ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । କିନ୍ତୁ ଜିରୋ ପଏଣ୍ଟ ହିଲଟପ ଜଙ୍ଗଲ ଭିତରେ କିଛି ଲୋକ ମାଂସ କାଟୁଥିବା ଖବରପାଇ ସୁରେଶ ଯାଦବ ଘଟଣା ସ୍ଥଳରେ ପହଞ୍ଚି ପଚରାଉଚରା କରିବାରୁ ମାଂସ କାଟୁଥିବା ଲୋକମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ମାଂସ କାଟିବା ସମ୍ପର୍କରେ ଅନ୍ୟ କାହାକୁ ଜଣେଇଲେ ଜୀବନରେ ମାରି ଦେବୁ ବୋଲି ଧମକ ଦେଇଥିଲେ । ଫଳରେ ସୁରେଶ ଯାଦବ ଜୀବନ ବିକଳରେ ସେଠାରୁ ପଳାଇ ଯାଇ ହିନ୍ଦୁ ଜାଗରଣ ମଞ୍ଚର କର୍ମକର୍ତ୍ତାଙ୍କୁ ଘଟଣା ସମ୍ପର୍କରେ କହିବାରୁ ହିନ୍ଦୁ ଜାଗରଣ ମଞ୍ଚ, ଗୋରକ୍ଷକ, ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ମିଳିତ ଭାବେ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଏମାନଙ୍କୁ ଦେଖିବା ମାତ୍ରେ ବେନିୟମ ଭାବେ ଗୋ ମାଂସ କାଟୁଥିବା ଲୋକମାନେ ଜଙ୍ଗଲ ଭିତରକୁ ଦୌଡ଼ି ପଳେଇ ଥିଲେ ମଧ୍ୟ ତିନିଜଣଙ୍କୁ କାବୁ କରିବା ସହିତ ଛଅଟି ବାଇକକୁ ଟେନସା ପୋଲିସ ନିକଟରେ ଜିମା ଦେଇଥିଲେ ।ଏବଂ ବେନିୟମ ଗୋ ମାଂସ କାଟୁଥିବା ଲୋକମାନେ ମାଂସକୁ କାଟି ପଲିଥିନ ରେ ଭର୍ତି କରି କିଛି ବ୍ୟାଗ ଭିତରେ ପୁରେଇ ରଖିଥିବା ବେଳେ ଗାଈ ଦୁଇଟିର ମୁଣ୍ଡ ଓ ଗୋଡ଼ ଗୋଟିଏ ବ୍ୟାଗ ଭିତରେ ଲୁଚେଇ ରଖିଥିଲେ । ସେହି ମୁଣ୍ଡ,ଗୋଡ଼, ଓ ଚମଡାକୁ ଦେଖି ସୁରେଶ ଯାଦବ ହଜିଥିବା ଗାଈ ଦୁଇଟିକୁ ଚିହ୍ନଟ କରିଥିଲେ । ଏବଂ ଏନେଇ ଟେନସା ଫାଣ୍ଡିରେ ଲିଖିତ ଅଭିଯୋଗ କରିବାରୁ ପୋଲିସ ଘଟଣାକୁ ଗୁରୁତର ସହ ବିଚାରକୁ ନେଇ ୬ ଟି ବାଇକ ଓ ଚାପଡ଼, ମାଂସ କଟା ସରଞ୍ଜାମକୁ ଜବତ କରିବା ସହିତ ତିନିଜଣଙ୍କୁ ଅଟକ ରଖି ପଚରାଉଚରା ଚଲେଇଥିବା ଜଣାପଡିଛି । ଏହି ଚଢ଼ାଉରେ ହିନ୍ଦୁ ଜାଗରଣ ମଞ୍ଚ, ବଜରଙ୍ଗ ଦଳ, ଗୋରକ୍ଷକର ଭରତ କୁମାର ମାହାନ୍ତ, ଗୁଣନିଧି ସାହୁ, ରଶ୍ମି ରଞ୍ଜନ ସାମନ୍ତ, ମାନସ ସାହୁ, ସମ୍ବିତ କୁମାର ମାହାନ୍ତିଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା ବୋଲି ଜଣାପଡ଼ିଛି ।

Leave a Reply