Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିକାଶଶୀଳ ଦେଶଙ୍କ ଜିଡିପି ଅଭିବୃଦ୍ଧିକୁ ପଛରେ ପକାଇପାରେ ଭାରତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିକାଶଶୀଳ ଦେଶଙ୍କ ଜିଡିପି ଅଭିବୃଦ୍ଧିକୁ ପଛରେ ପକାଇପାରେ ଭାରତ

ନୂଆଦିଲ୍ଲ: ଚୀନ୍, ଯୁକ୍ତରାଷ୍ଟ୍ର ଆମେରିକା ପରି ବିକାଶଶୀଳ ଦେଶଙ୍କ ଜିଡିପି ଅଭିବୃଦ୍ଧିକୁ ପଛରେ ପକାଇପାରେ ଭାରତ । ଆର୍ଥିକ ବର୍ଷ ୨୦୨୩-୨୪ରେ ଭାରତର ଜିଡିପି() ଦେଖାଇପାରେ ଏପରି ଚମକ୍ରାର । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିଏହାର ଇକୋନୋମିକ୍ ଆଉଟ୍ଲୁକ୍ ରିପୋର୍ଟରେ ଏଭଳି କିଛି ଆକଳନ କରିଥିବାରୁ ଏହାକୁ ଦେଇ ଦେଶବାସୀଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି । ଆଇଏମ୍ଏଫ୍ର ୱାର୍ଲଡ୍ ଆଉଟଲୁକ୍ ରିପୋର୍ଟରେ ଅନୁସାରେ, ଭାରତୀୟ ଅର୍ଥନୀତି କିମ୍ବା ଭାରତର ଜିଡିପି ଚଳିତ ଆର୍ଥିକ ବର୍ଷରେ ୫.୯% ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ବଡ଼ ବଡ଼ ଦେଶ ଯେପରିକି ଆମେରିକା, ଚୀନ, ବ୍ରିଟେନ, ଫ୍ରାନ୍ସ, ସାଉଦି ଆରବ ଓ କାନାଡାକୁ ପଛରେ ପକାଇ ଭାରତର ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି । ବଡ଼ ବଡ଼ ଦେଶକୁ ପଛରେ ପକାଇ ବିଶ୍ୱର ଜିଡିପି ଆକେଳନ ୨୦୨୩ ତାଲିକାରେ ଭାରତ ଆଗରେ ରହିଛି । ୫.୯% ଅଭିବୃଦ୍ଧି ସହ ତାଲିକାର ପ୍ରଥମ ସ୍ଥାନରେ ଭାରତ ରହିଛି । ତେଣୁ ଏଥିରୁ ଜଣାପଡ଼ୁଛି, ଭାରତର ଅର୍ଥନୀତିରେ ଅଭିବୃଦ୍ଧି ହୋଇଛି । ଆଇଏମ୍ଏଫ୍ର ଷାଣ୍ମାସିକ ରିପୋର୍ଟ ଅନୁସାରେ, ଭାରତର ଖୁଚୁରା ମୁଦ୍ରାସ୍ଫୀତି ପୂର୍ବ ବର୍ଷ ୬.୭% ଥିବାବେଳେ ଏହା ହ୍ରାସ ପାଇ ୨୦୨୩-୨୪ରେ ୪.୯% ପହଞ୍ଚିବ ବୋଲି ଆଶା କରାଯାଉଛି । ଆଇଏମ୍ଏଫ୍ର ଆକଳନ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେଚାଇନାର ଡିଜିପି ୫.୨% ରହିବ । ସେହିପରି ଇଣ୍ଡୋନେସିଆର ଜିଡିପି ୫% ରହିବା ନେଇ ଆକଳନ କରାଯାଉଥିବା ବେଳେ ତୁର୍କୀର ୩.୬%, ମେକ୍ସିକୋର ୧.୮% ରହିବ । ଯୁକ୍ତରାଷ୍ଟ୍ର ଆମେରିକାର ଅର୍ଥନୀତି ୧.୬%ବଢ଼ିବ ବୋଲି ଆକଳନ କରାଯାଇଥିଲା, ଯାହାକି ଆଇଏମଏଫର ପୂର୍ବ ଆକଳନ ତୁଳନାରେ ୦.୨% ଅଧିକ । ତେବେ ବ୍ରିଟିଶ ଅର୍ଥନୀତି ଚଳିତ ବର୍ଷ ମାନ୍ଦାବସ୍ଥାର ସମ୍ମୁଖୀନ ହେବ ବୋଲି ଆଇଏମ୍ଏଫ କୌଣସି ଆକଳନ କରିନି । ଦେଶର ଜିଡିପି -୦.୩% ରହିବ ବୋଲି ଆକଳନ କରାଯାଇଛି । ସେହିଭଳି ସାଉଦି ଆରବରେ ରାଜସ୍ୱ କମୁଥିବାରୁ ୨୦୨୩ରେ ଦ୍ୱିତୀୟ ନିଅଣ୍ଟ ଦେଖାଦେବ ବୋଲି କୁହାଯାଇଛି । ଏହି ଦେଶର ଜିଡିପି ଚଳିତ ବର୍ଷ ୩.୧% ରହିବ ବୋଲି କହିଛି ଆଇଏମଏଫ

Leave a Reply