Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପୃଥିବୀ ଆଡକୁ ମାଡିଆସୁଛି ବିରାଟ ଉଲକା ପିଣ୍ଡ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୃଥିବୀ ଆଡକୁ ମାଡିଆସୁଛି ବିରାଟ ଉଲକା ପିଣ୍ଡ

ନୂଆଦିଲ୍ଲୀ, ୧୦/୬: ମହାକାଶରୁ ପୃଥିବୀ ଆଡକୁ ଏକ ଉଲକା ପିଣ୍ଡ ମାଡିଆସୁଛି । ଏହା ରବିବାର ଅର୍ଥାତ୍ ଜୁନ୍ ୧୧, ୨୦୨୩ରେ କିଛି ସମୟ ପୃଥିବୀ ନିକଟ ଦେଇ ଯିବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି । ବିଶେଷ କଥା ଯେ ଏହି ଉଲକାର ଆକାର ବୁର୍ଜ ଖଲିଫା ପରି ହୋଇଥିବାବେଳେ ଏହା ଦୁନିଆର ସବୁଠାରୁ ବଡ ବିଲଡିଂ ଆକାରର ବୋଲି ଜଣାପଡିଛି । ଏହି ଉଲକା ପୃଥିବୀଠାରୁ ପ୍ରାୟ ୩୧ ଲକ୍ଷ କିଲୋମିଟର ଦୂରରେ ଆସୁଥିବାବେଳେ ଏହି ଦୂରତା ପୃଥିବୀ ଏବଂ ଚନ୍ଦ୍ର ମଧ୍ୟରେ ଥିବା ଦୂରତାର ପ୍ରାୟ ଆଠ ଗୁଣ । ନାସା ବୈଜ୍ଞାନିକମାନେ ଆକଳନ କରିଛନ୍ତି ଯେ ଏହା ପୃଥିବୀଠାରୁ ଏକ ସୁରକ୍ଷିତ ଦୂରତ୍ୱ ଦେଇ ଗତି କରିବାକୁ ଥିବାବେଳେ ଯଦି ଏହାର ଦିଗ ପରିବର୍ତ୍ତନ ହୁଏ, ତେବେ ପୃଥିବୀ ପାଇଁ କ୍ଷତି ପହଞ୍ଚାଇପାରେ । ଏହି ଉଲକାର ନାମ ହେଉଛି ୧୯୯୪ଏକ୍ସଡି । ଏହାର ମୋଟେଇ ୧୨୦୦ ରୁ ୨୭୦୦ ଫୁଟ । ନାସା ବୈଜ୍ଞାନିକମାନଙ୍କ ଆକଳନ ଅନୁଯାୟୀ ଏହି ଉଲକା ପିଣ୍ଡଟି ଯେହେତୁ ପୃଥିବୀଠାରୁ ଖୁବ କମ ଦୂରତା ଦେଇ ଅତିକ୍ରମ କରିବ, ତେଣୁ ଏହାକୁ ବିପଦପୂର୍ଣ୍ଣ ଶ୍ରେଣୀରେ ରଖାଯାଇଛି । ଉଲ୍ଲେଖ ଥାଉ କି ମହାକାଶରୁ ଆସୁଥିବା ଉଲକା ପିଣ୍ଡ ଯାହାର ଆକାର ୪୬୦ ଫୁଟରୁ ଅଧିକ ହୋଇଥାଏ ଓ ପୃଥିବୀଠାରୁ ୭୪ କିଲୋମିଟର ଦୂରତା ଭିତରେ ଗତି କରିଥାଏ, ତାହାକୁ ବିପଦପୂର୍ଣ୍ଣ ଶ୍ରେଣୀରେ ରଖାଯାଇଥାଏ । ବୈଜ୍ଞାନିକଙ୍କ ଗଣନା ମୁତାବକ ଆଗାମୀ ୧୦୦୦ ବର୍ଷ ପର୍ଯ୍ୟନ୍ତ କୌଣସି ଉଲକା ପିଣ୍ଡ ପୃଥିବୀ ସହ ଧକ୍କା ହେବାର ଆଶଙ୍କା ଯଦିଓ ନାହିଁ, କିନ୍ତୁ ଯଦି ଉଲକା ପିଣ୍ଡର ଗତି ଓ ଦିଗରେ କୌଣସି ପରିବର୍ତ୍ତନ ହୁଏ ତେବେ ଏହା ପୃଥିବୀ ପାଇଁ ବିପଦ ସାଜିପାରେ

Leave a Reply